Monday, May 25, 2026 04:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତ ବାଉଳା ଚାଉଳା; ଅପରାଧ ଲୁଚାଇବାକୁ ସାଂଘାତିକ ଚାଲ୍

by Our Correspondent
18 Sep, 2018- 01:20 PM
in Latest News, News
1 min read
0
ବୈଜୟନ୍ତ ବାଉଳା ଚାଉଳା; ଅପରାଧ ଲୁଚାଇବାକୁ ସାଂଘାତିକ ଚାଲ୍

– ଖାଲି ଚିଲିକା ନୁହଁ, ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକପ୍ଟର ଭ୍ରମଣ
– ଉପରୁ ଶ୍ରୀମନ୍ଦିର ଭିଜୁଆଲ୍ ନେଇ ସୋସିଆଲ୍ ମିଡ଼ିଆରେ ଛାଡ଼ିଲେ ବୈଜୟନ୍ତଙ୍କ ବନ୍ଧୁ
– କୋଣାର୍କ ମନ୍ଦିର ସମ୍ପର୍କରେ ଦେଲେ ଅରୁଚିକର ମନ୍ତବ୍ୟ
– ବିଧାନସଭାରେ ଉଠିଲା ପ୍ରସଙ୍ଗ, ବୈଜୟନ୍ତଙ୍କ ଗିରଫ ଦାବି

ଭୁୁବନେଶ୍ୱର: ନିଜର ସଙ୍ଗୀନ ଅପରାଧିକ କାରସାଦିରେ ଚଦର ଘୋଡ଼ାଇବା ପାଇଁ ହୀନ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବୈଜୟନ୍ତ ପଣ୍ଡା । ମାମଲାରେ ତୃତୀୟ ମହଲା ନାଁ କୁ ଟାଣି ଖସିଯିବାକୁ ଉଦ୍ୟମ କରିଛନ୍ତି । ଦୁଇ ସାମ୍ବାଦିକ ବନ୍ଧୁଙ୍କ ସହ ହେଲିକପ୍ଟରରେ ଚିଲିକା ଭ୍ରମଣ କରି ଧରାପଡ଼ିବା ପରେ ଏବେ ଗଦା ଗଦା ମିଛ କହି କଥା ବାଆଁରୋଉଛନ୍ତି । ୧୫ ତାରିଖରେ ସେ ଭୁବନେଶ୍ୱରୁ କେନ୍ଦ୍ରାପଡ଼ା ଯାଇ ଫେରିଥିବା ଗତକାଲି ସଫେଇ ଦେଇଥିଲା ବେଳେ ତାଙ୍କ ହେଲିକପ୍ଟରଟି ପୁରୀ, କୋଣାର୍କ ଉପରେ ଉଡ଼ିଥିବା ତାଙ୍କ ଯାତ୍ରାପଥର ବିବରଣୀରୁ ସ୍ପଷ୍ଟ ହୋଇଛି । ସବୁଠାରୁ ସାଂଘାତିକ କଥା ହେଉଛି, ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଉପରେ ଉଡ଼ି ସେମାନେ ଏହାର ଭିଜୁଆଲ୍ ବି ନେଇଛନ୍ତି । ହେଲିକପ୍ଟରରେ ଥିବା ଅଭିଜିତ୍ ଆୟାର ଏହି ଭିଜୁଆଲ୍ କୁ ସୋସିଆଲ୍ ମିଡ଼ିଆରେ ଛାଡ଼ିବା ପରେ ବୈଜୟନ୍ତ ଲୁଚାଉଥିବା ସତ୍ୟ ପଦାକୁ ଆସିଛି । ଏଥିସହ ବୈଜୟନ୍ତଙ୍କ ଚିଲିକା ଉଡ଼ାଣ ଅପରାଧିକ ମାମଲାରେ ଆଉ ଏକ ଅପରାଧ ଯୋଡି ହୋଇଛି ।
ବୈଜୟନ୍ତଙ୍କ କାରସାଦି ଜଣାପଡ଼ିଯିବା ପରେ ସେ ମାମଲାରୁ ଦୃଷ୍ଟି ହଟାଇବାକୁ ଏଣୁତେଣୁ ସଫେଇ ଦେଇ ଚାଲିଛନ୍ତି । ତାଙ୍କ ହ୍ୟାଙ୍ଗର ଜବତ କରିବାକୁ ଆସିଥିବା ଅଧିକାରୀ କୁଆଡ଼େ ତୃତୀୟ ମହଲା ଅଫିସରଙ୍କ ଇଙ୍ଗିତରେ ଆସିଥିବା ବୈଜୟନ୍ତଙ୍କୁ କହିଥିଲେ । ବୈଜୟନ୍ତ ନିଜ ଟିଭିରେ ଏହାକୁ ଜୋର୍ ରେ ପ୍ରଚାର କରୁଛନ୍ତି । ବୈଜୟନ୍ତଙ୍କ ପାଖରେ ସଂପୃକ୍ତ ଅଫିସରଙ୍କ ଟୀପ୍ପଣୀର ପ୍ରମାଣ ଦେଇପାରିବେ କି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେହିଭଳି ନିଜେ ଚିଲିକା ଉପରେ ହେଲିକପ୍ଟର ଉଡ଼ାଇଥିବା କଥାକୁ ଅସ୍ୱୀକାର କରିଚାଲିଥିବା ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଆଡକୁ କଥା ନେଇଛନ୍ତି । ଅତୀତରେ ମୁଖ୍ୟମନ୍ତ୍ରୀ ଚିଲିକା ଉପରେ ହେଲିକପ୍ଟର ଉଡ଼ାଇଥିବାରୁ ସେ କାହିଁକି ଦଣ୍ଡିତ ହେବେନି ବୋଲି ପ୍ରଶ୍ନ କରିଛନ୍ତି । ପୁଣି ବୈଜୟନ୍ତ ସଫେଇ ଦେଉଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନୋ ଫ୍ଲାଇଂ ଜୋନ୍ ରେ ଚିଲିକା ଅନ୍ତର୍ଭୁକ୍ତ ନାହିଁ । ତେଣୁ ସେଠି ହେଲିକପ୍ଟର ଉଡ଼ାଇବା ଅପରାଧ ନୁହେଁ । ଏମିତି ଭାବେ ନିଜ ପାପ ଲୁଚାଇବାକୁ ବୈଜୟନ୍ତ ବାଉଳା ଚାଉଳା ହୋଇଯାଇଥିବା ସ୍ପଷ୍ଟ ଜଣାପଡୁଛି । ବୈଜୟନ୍ତଙ୍କ ମୁଣ୍ଡକୁ ନୂଆ ନୂଆ ତତ୍ତ୍ୱ ଆସୁଛି ।
ଆଜି ବିଧାନସଭାରେ ବିଜେଡ଼ି ସଭ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବୈଜୟନ୍ତଙ୍କ ଗିରଫ ସେମାନଙ୍କର ଦାବି ଥିଲା । ବିଧାନସଭା ବାହାରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସେମାନେ ଧାରଣା ଦେଇ ବୈଜୟନ୍ତଙ୍କ ସାଙ୍ଗରେ ହେଲିକପ୍ଟରରେ ଥିବା ବନ୍ଧୁ ଅଭିଜିତ୍ ଆୟାରଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରିଥିଲେ । ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ପର୍କରେ ସେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛନ୍ତି ବୋଲି ବିଜେଡ଼ି ବିଧାୟକମାନେ କହିଥିଲେ ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ଜଗନ୍ନାଥଙ୍କ ମନ୍ଦିର ଉପରେ ହେଲିକପ୍ଟର ଉଡ଼ାଇବା ଆଇନ ବିରୋଧୀ । ହେଲିକପ୍ଟରରେ ଥିବା ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି । ସଂପୃକ୍ତ ବ୍ୟକ୍ତି କୋଣାର୍କ ଏବଂ ଜଗନ୍ନାଥ ମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଜଣେ ବରିଷ୍ଠ ରାଜନୈତିକ ନେତା ହେଲିକପ୍ଟର ଉଡ଼ାଇବା ଅଭିଯୋଗ ହେଉଛି । ଘଟଣା ସତ୍ୟ ହୋଇଥିଲେ, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିରୋଧୀ ଦଳ ନେତା କହିଥିଲେ ।
Previous Post

ଧରାପଡ଼ିଗଲା: ଚିଲିକାରେ ଉଡୁଥିଲା ବୈଜୟନ୍ତଙ୍କ ହେଲିକପ୍ଟର

Next Post

କିଏ ସେହି ଅଭିଜିତ୍ ଆୟାର ମିତ୍ର?

Next Post
କିଏ ସେହି ଅଭିଜିତ୍ ଆୟାର ମିତ୍ର?

କିଏ ସେହି ଅଭିଜିତ୍ ଆୟାର ମିତ୍ର?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA