Tuesday, May 26, 2026 01:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ

by Our Correspondent
25 Sep, 2018- 01:42 PM
in Latest News, Politics
1 min read
0
ଏମିତିକା ନେତା; ନିଜ ପୁଅକୁ ବି ମନେଇ ପାରୁନାହାନ୍ତି ଦାମ
ଭୁବନେଶ୍ୱର: ନିଜ ପୁଅକୁ ମନେଇ ପାରିନାହାନ୍ତି ଡାକ୍ତର ଦାମୋଦର ରାଉତ । ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚଉଦ ପୁରୁଷ ଉଦ୍ଧାର କରିବାକୁ ଆରମ୍ଭ କରିଥିଲେ ବି ପୁଅକୁ ସେହି ଦଳରୁ ଛଡ଼ାଇ ଆଣିବାରେ ସକ୍ଷମ ହୋଇନାହାନ୍ତି । ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡ଼ିର ରାଜ୍ୟ ସମ୍ପାଦକ ଅଛନ୍ତି । ବାପା ବିଜେଡ଼ିରୁ ବହିଷ୍କୃତ ହେଲା ପରେ ସେ ନିଜର ସ୍ଥିତି ବଦଳାଇ ନାହାନ୍ତି । ନବୀନ ପଟ୍ଟନାୟକ ତାଙ୍କ ନେତା ଓ ସେ ବିଜେଡ଼ି ନୀତି ଆଦର୍ଶରେ ଅଛନ୍ତି ବୋଲି ସମ୍ବିତ ସ୍ପଷ୍ଟ କରିଛନ୍ତି । ଯେଉଁ ବାପା ନିଜର ନୀତି ଆଦର୍ଶରେ ନିଜ ପୁଅକୁ ପ୍ରଭାବିତ କରିପାରୁନାହାନ୍ତି, ସେଠି ଜନତାଙ୍କୁ କିଭଳି ପ୍ରଭାବିତ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି ।
ସେପ୍ଟେମ୍ବର ୧୨ ତାରିଖ ସଂଧ୍ୟାରେ ବିଜେଡ଼ିର ବହିଷ୍କୃତ ହେଲେ ଡାକ୍ତର ଦାମ ରାଉତ । ସେହି ରାତିରୁ ବିଜେଡ଼ି ବିରୋଧରେ ବିଷୋଦଗାର ଆରମ୍ଭ କରିଦେଲେ । ସେବେଠାରୁ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ଭୟଙ୍କର ଗାଳି ଦେଇ ଚାଲିଛନ୍ତି । ସାରା ଓଡ଼ିଶା ବୁଲି ବିଜେଡ଼ି ସରକାର ଦୁର୍ନୀତିର ମୁଖା ଖୋଲିବେ ବୋଲି ତୋଡ଼ ଦେଖାଇଛନ୍ତି । ନିଜ ଜିଲ୍ଲା ଜଗତସିଂହପୁରରେ ଗୋଟିଏ ବି ଆସନରେ ବିଜେଡ଼ିକୁ ଜିତାଇ ଦେବେନି ବୋଲି ବେଟ୍ ମାରିଛନ୍ତି । ହେଲେ ଲଜ୍ଜାର କଥା, ଏ ଯାଏଁ ନିଜ ଘର ସଜାଡ଼ି ପାରିନାହାନ୍ତି ଦାମ । ଗୋଟେ ଛାତ ତଳେ ରହୁଥିବା ନିଜ ପୁଅକୁ ସେ ଏ ପର୍ଯ୍ୟନ୍ତ ବିଜେଡ଼ିଠାରୁ ଦୂରେଇ ଆଣିବାରେ ସକ୍ଷମ ହୋଇନାହାନ୍ତି ।
ଦାମଙ୍କର ଯଦି ଏତେ ତାକତ୍ ତେବେ ଆଗ ନିଜ ପୁଅକୁ ବିଜେଡ଼ିରୁ ଇସ୍ତଫା ଦିଆଇ ପାରୁନାହାନ୍ତି କାହିଁକି? ନିଜର ପରିବର୍ତ୍ତିତ ବିଜେଡ଼ି ଓ ନବୀନ ବିରୋଧୀ ଆଭିମୁଖ୍ୟ ସହ ପୁଅକୁ ସାମିଲ କରୁନାହାନ୍ତି କାହିଁକି? ମୋ ପୁଅ ଅଶୋକ ଦାସ କି କଳ୍ପତରୁ ଦାସ ପୁଅ ହୋଇଛନ୍ତି କି ବୋଲି ବୟାନ ଦେଇ ଦାମ କାହାରିକୁ ଅପମାନିତ କରିବାକୁ ଚାହୁଁଛନ୍ତି?
ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଳେ ଦୀର୍ଘ ୧୮ ବର୍ଷ ଧରି କ୍ଷମତା ଭୋଗୁଥିଲେ ଦାମ ରାଉତ । ଚାରି ଚାରି ଥର ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ସେତେବେଳେ ନବୀନ ପଟ୍ଟନାୟକ ଜଣେ ଦୁର୍ନୀତିଗ୍ରସ୍ତ ବୋଲି ଜାଣିପାରିଲେନି । ଦଳରୁ ସେ ବହିଷ୍କୃତ ହେବାର କିଛି ଘଣ୍ଟା ପୂର୍ବରୁ ନବୀନଙ୍କୁ ଜଣେ ଭଲ ଲୋକ କହି ଉଚ୍ଚ ପ୍ରଶଂସା କରିଥିଲେ । ଅଥଚ ବହିଷ୍କୃତ ହେଲା କ୍ଷଣି ତାଙ୍କ ସ୍ୱର ବଦଳିଗଲା । ନବୀନ ପଟ୍ଟନାୟକ ତାଙ୍କ ପାଇଁ ଦୁର୍ନୀତିଗ୍ରସ୍ତ ହୋଇଗଲେ । ଏବେ କିଛି ଟିଭି ଚାନେଲକୁ ଡାକି ପ୍ରତିଦିନ ବୟାନବାଜି କରୁଛନ୍ତି । ସାରା ରାଜ୍ୟରେ ନବୀନଙ୍କୁ ଚେକମେଣ୍ଟ ଦେବେ ବୋଲି ଆସ୍ଫାଳନ କରିଛନ୍ତି ।
ସାଧାରଣରେ ଚର୍ଚ୍ଚା ଅନୁଯାୟୀ, ଦାମ ରାଉତ କଥା କଥାକେ ନିଜକୁ ଅଭିଜ୍ଞ ରାଜନେତା ଦର୍ଶାଇ ସବ୍ ଜାନତା ବୋଲି କହୁଛନ୍ତି । ଦୀର୍ଘ ୪୦/୪୫ ବର୍ଷର ରାଜନୈତିକ ଜୀବନରେ ସେ ସମସ୍ତଙ୍କୁ ହାଡ଼େ ହାଡେ ଚିହ୍ନିଛନ୍ତି ବୋଲି ଦାବି କରୁଛନ୍ତି । ହେଲେ ୧୮ ବର୍ଷ ଧରି ଯେଉଁ ଦଳରେ ରହିଲେ ସେହି ଦଳ ଓ ନେତାଙ୍କୁ ଚିହ୍ନିପାରିଲେନି କେମିତି? କ୍ଷମତା ଉପଭୋଗ କରୁଥିଲା ଯାଏ ତାଙ୍କ ପାଇଁ ସବୁ ଠିକ୍ ଥିଲା । ହେଲେ କ୍ଷମତା ପଳେଇବା ପରେ ତାଙ୍କୁ ବିଜେଡ଼ିର ନୀତି ଆଦର୍ଶ ମଇଳା ଦିଶିଲା? ରାତାରାତି ସିଦ୍ଧ ପୁରୁଷ ବନିଗଲେ? ଯଦି ଦାମ ରାଉତଙ୍କର ଏବେର କଥା ଠିକ୍ ତେବେ ୧୮ ବର୍ଷ ଧରି ବିଜେଡ଼ି ସରକାରଙ୍କ ଦୁର୍ନୀତିରେ ସେ ଭାଗିଦାରି ନୁହଁନ୍ତି କି? ତାଙ୍କ ପାପର ପ୍ରାୟଶ୍ଚିତ କରିବେ କି? ନିଜର ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ସର୍ବସାଧାରଣରେ ଘୋଷଣା କରିବେ କି?
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ନାଁରେ ଦାମ ଭୟଙ୍କର ରାଜନୀତି କରୁଛନ୍ତି । ନିଜକୁ ସଚ୍ଚୋଟ ଦେଖାଇ ଓଡ଼ିଶାବାସୀଙ୍କୁ ଭକୁଆ ବନୋଉଛନ୍ତି । କ୍ଷମତା ହରାଇବା ଓ ବିଜେଡ଼ିରୁ ତଡ଼ା ଖାଇଲା ପରେ ସେ ବିଚଳିତ ହୋଇଯାଇଛନ୍ତି । ରାଜନୈତିକ ସମାଲୋଚନାକୁ ସେ ବ୍ୟକ୍ତିଗତସ୍ତରକୁ ନେଇ ଅନ୍ୟର ଚରିତ୍ର ସଂହାର କରିବାକୁ ପଛାଉନାହାନ୍ତି । ଶାଳୀନତା ଭୁଲି ପୁଅ ପୁତୁରା କିଏ ଜାଣିପାରୁନାହାନ୍ତି । ତାଙ୍କର ଏକଦା ଘନିଷ୍ଠ ବନ୍ଧୁ ସ୍ୱର୍ଗତ ଅଶୋକ ଦାସ ଓ କଳ୍ପତରୁ ଦାସଙ୍କ ବିଧାୟକ ପୁଅଙ୍କ ଚରିତ୍ରକୁ ନେଇ ବି ଆକ୍ଷେପ କରୁଛନ୍ତି । ଦାମ ରାଉତଙ୍କ ଭଳି ଜଣେ ବୟସ୍କ ରାଜନେତାଙ୍କ ପକ୍ଷରେ ଏହା ଆଦୌ ଶୋଭନୀୟ ନୁହେଁ । ଯୁଦ୍ଧ କରିବାର ଅଛି ତ ରାଜନୈତିକ ଯୁଦ୍ଧ ହେଉ, କାହାରି ବ୍ୟକ୍ତିଗତ ଚରିତ୍ର ସଂହାର ନୁହେଁ । ଚରିତ୍ରକୁ ନେଇ ଦାମବାବୁ ଅନ୍ୟକୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜର ଇତିହାସ ଜାଣନ୍ତୁ । ନିଜ ପରିବାରରେ ନୀତି ଆଦର୍ଶ ବାଣ୍ଟିଲା ପରେ ଯାଇ ସାଧାରଣ ଜନତାଙ୍କ କଥା ଚିନ୍ତା କରନ୍ତୁ ।
Previous Post

ପୁରୀରେ ମହିଳା କର୍ମୀଙ୍କୁ ଉତ୍ସାହିତ କଲେ ଶାହା

Next Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

Next Post
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA