Monday, May 25, 2026 05:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାଲୁ ପେଲୁଛନ୍ତି ମହାରଥୀ !

by Our Correspondent
26 Sep, 2018- 11:13 PM
in Latest News, News
1 min read
0
ଭୁବନେଶ୍ୱର: ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କ ଦୋଷ ମାନିବାକୁ ରାଜି ନୁହଁନ୍ତି । ସେ ସେଭଳି କିଛି କହିନାହାନ୍ତି ଏବଂ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ଓଲଟି ଜିଦ୍ ଦେଖାଇଛନ୍ତି । ସୁତରାଂ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ତାଙ୍କର ଭିଡ଼ିଓଟିକୁ ସିଧା ସିଧା ଗାଲୁ ପେଲି ଦେଇଛନ୍ତି ମହାରଥୀ । ମହାରଥୀଙ୍କ ଏଭଳି ଆଚରଣ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବିଜେପି ମହିଳା ମୋର୍ଚ୍ଚା ମହାରଥୀଙ୍କ ଇସ୍ତଫା ଦାବି କରି ଆଜି ତାଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଛି । ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ମଧ୍ୟ ଧମକ ଦିଆଯାଇଛି ।
ଭାଇରାଲ୍ ହୋଇଥିବା ସଂପୃକ୍ତ ଭିଡ଼ିଓର ଦୃଶ୍ୟ ଏଭଳି । ମହାରଥୀ ସେଥିରେ କହୁଛନ୍ତି… ଦେଖିବେ ଉତ୍ତରା ଛକରୁ ପିପିଲି ସାତଶଙ୍ଖ ଛକ ପର୍ଯ୍ୟନ୍ତ ୩୦ ହଜାର ମହିଳା ଛିଡ଼ା ହେଇଥିବେ । ଯଦି ୩୦ ହଜାର ମହିଳା ହେଲେ ତାଙ୍କ ସ୍ୱାମୀ କେତେଟା? (ସେତେବେଳେ ତାଙ୍କ ସାମନାରେ ଛିଡ଼ା ହୋଇଥିବା ପ୍ରଶ୍ନକର୍ତ୍ତା ତାଙ୍କୁ ପ୍ରମ୍ପଟିଂ କରୁଛନ୍ତି.. ଦି ଟା ଲେଖାଏଁ ହିସାବ ହଉ ।) ସେଠୁଁ ମହାରଥୀ ପାଳି ଧରି କହୁଛନ୍ତି.. ଦି ଟା ଲେଖା ହେଲେ ୬୦ ହଜାର । ତାଙ୍କ ପିଲାପିଲି କେତୋଟି? ଗୋଟେ ଦିଇଟା, ଝିଅ, ଜ୍ୱାଇଁ.. କେତେହେଲେ?
ଭିଡ଼ିଓରୁ ଏତିକି ସ୍ପଷ୍ଟ ଯେ ପ୍ରଶ୍ନକର୍ତ୍ତା ତାଙ୍କୁ ୨ ଟା ଲେଖାଏଁ ସ୍ୱାମୀ କହିବାକୁ ଉସକାଉଛନ୍ତି ଏବଂ ମହାରଥୀ ତାହାକୁ ପାଳି ଧରିଛନ୍ତି । ମାତ୍ର ଭିଡ଼ିଓଟି ଭାଇରାଲ ହୋଇ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଆଜି ମହାରଥୀ ସମ୍ପୂର୍ଣ୍ଣ ଗାଲୁ ପେଲିଦେଇଛନ୍ତି । ସେ ସେମିତି କିଛି କହିନାହାନ୍ତି ବୋଲି ସଫେଇ ଦେଇଛନ୍ତି । ମହାରଥୀ ଜଣେ ଦାୟିତ୍ୱବାନ୍ ମନ୍ତ୍ରୀ । ଯିଏ ଯାହା ଉସକେଇଲେ ତାକୁ ପାଳି ଧରି କହିବାଟା ତାଙ୍କ ଭଳି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପକ୍ଷେ ଶୋଭନୀୟ ନୁହେଁ । ବିଶେଷକରି ମହିଳାଙ୍କ ସମ୍ପର୍କିତ ଏକ ସ୍ପର୍ଶକାତର ପ୍ରସଙ୍ଗରେ କହିଲା ବେଳେ ସେ ଏମିତି ଖାମଖିଆଲ ଢ଼ଙ୍ଗରେ କହିବା ଆଦୌ ଗ୍ରହଣୀୟ ନୁହେଁ । ତାଙ୍କ ମନ୍ତବ୍ୟରେ ନାରୀ ଜାତିର ସମ୍ମାନ ପ୍ରତି ଆଞ୍ଚ ଆସିଛି । ଏହି ଭୁଲ୍ ବୁଝି ଦୋଷ ମାନିନେବାରେ ଅସୁବିଧା କେଉଁଠ ବୋଲି ପ୍ରଶ୍ନ ଉଠିଛି । ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା ନ କରିବା ମହାରଥୀଙ୍କୁ ବିପଦରେ ପକାଇବ ବୋଲି କୁହାଯାଉଛି । ଶାସକ ଦଳକୁ ଘେରିବାକୁ ବିରୋଧୀ ଦଳ ପାଇଁ ବି ଏହା ଭଲ ଅସ୍ତ୍ର ହୋଇଛି ।
Previous Post

ଚେନ୍ନାଇରେ ଶିଳ୍ପହସ୍ତୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Next Post

ବନ୍ଧୁଙ୍କୁ ପର କଲେ ବୈଜୟନ୍ତ

Next Post
ବନ୍ଧୁଙ୍କୁ ପର କଲେ ବୈଜୟନ୍ତ

ବନ୍ଧୁଙ୍କୁ ପର କଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA