Monday, May 25, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

by Our Correspondent
13 Oct, 2018- 11:36 AM
in Latest News, News
1 min read
0
ନିର୍ଦ୍ଦେଶ ମାନିଲେନି: ପୂଜାମଉଜ ପାଇଁ ସଚିବାଳୟ କର୍ମଚାରୀଙ୍କ ମହୀଶୂର ଯାତ୍ରା

– ନଗର ଉନ୍ନୟନ ବିଭାଗର ୬୬ କର୍ମଚାରୀ କାଲି ଗଲେ, ୨୧ ରେ ଫେରିବେ
– ଯୁଗ୍ମ ସଚିବ ସପରିବାର ଗଲେ ବାଙ୍ଗାଲୋର

ଭୁବନେଶ୍ୱର: ବାତ୍ୟା ପରେ ଏବେ ରାଜ୍ୟରେ ବନ୍ୟା ସଙ୍କଟ । ଅଧିକାଂଶ ଜାଗା ବନ୍ୟା ପାଣିରେ ଉବୁଟୁବୁ ହେଉଛି । ଲୋକେ ନିଜର ଧନ ଜୀବନ ବଂଚାଇବା ପାଇଁ ଡହଳ ବିକଳ ହେଉଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା ପରେ ସମୀକ୍ଷା କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ଅନୁଧ୍ୟାନ କରୁଛନ୍ତି । ଉଦ୍ଧାର,ରିଲିଫ୍, ଥଇଥାନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପୂଜାଛୁଟି ବାତିଲ କରାଯାଇଛି । ମାତ୍ର ଏତିକିବେଳେ ସବୁଠାରୁ ଅଧିକ ଦାୟିତ୍ୱ ରଖୁଥିବା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସ୍ଥାଣୁ ଅବସ୍ଥାକୁ ଚାଲିଆସିଛି । ନିର୍ଦ୍ଦିଷ୍ଟ ବାବୁ ଓ କର୍ମଚାରୀମାନେ ଦାୟିତ୍ୱ ଛାଡ଼ି ମଉଜରେ ମାତିଛନ୍ତି । ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ବିଭାଗର କର୍ମଚାରୀମାନେ ପୂଜା ମଉଜ କରିବାକୁ କାଲିଠାରୁ ମହୀଶୂର ଭ୍ରମଣରେ ପଳାଇଛନ୍ତି । ସେଠି ମଉଜମସ୍ତି କରି ୨୧ ତାରିଖ ଦିନ ଭୁବନେଶ୍ୱର ଫେରିବେ ।
ସରକାରୀ ଅଫିସରେ ଆଜିଠାରୁ ପୂଜାଛୁଟି ପଡୁଥିଲା । କିନ୍ତୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦୃଷ୍ଟିରୁ ଗତକାଲି ରାଜ୍ୟ ସରକାର ଏହି ଛୁଟି ବାତିଲ କରିଦେଇଥିଲେ । ସବୁ ଅଫିସର ଓ କର୍ମଚାରୀ ଅଫିସରେ ରହି ବନ୍ୟା ମୁକାବିଲା କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦିଆଗଲା । ସଚିବାଳୟ ଅଫିସର ଓ କର୍ମଚାରୀଙ୍କୁ ଏଥିପାଇଁ ଅଧିକ ସଜାଗ କରାଗଲା । ମାତ୍ର ସରକାରଙ୍କ ଛୁଟି ବାତିଲ ଘୋଷଣାର କିଛି ସମୟ ପରେ ସଚିବାଳୟ ନଗର ଉନ୍ନୟନ ବିଭାଗର ପ୍ରାୟ ୬୬ ଜଣ କର୍ମଚାରୀ ରାଜ୍ୟ ବାହାରକୁ ମଉଜ ପାଇଁ ବାହାରିଗଲେ । ଦୂରନ୍ତ ଏକ୍ସପ୍ରେସ୍ ର ଦୁଇଟି ବଗିରେ ସେମାନେ ମହୀଶୂର ଯାତ୍ରା କରିଛନ୍ତି । ପୂର୍ବରୁ ଏହି ଟ୍ରିପ୍ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସେମାନେ ଛୁଟି ବାତିଲ ଜାଣି ବି ଯାତ୍ରା ବାତିଲ ଚରିନାହାନ୍ତି ।
ଖାଲି ସେତିକି ନୁହେଁ, ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର ବି ସରକାରୀ ଆଦେଶକୁ ଖାତିର କରିନାହାନ୍ତି । ସପରିବାରେ ପୂଜାଛୁଟି ମନେଇବା ପାଇଁ ଗତକାଲି ବିମାନରେ ବେଙ୍ଗାଲୁରୁ ଯାଇଥିବା ଜଣାପଡ଼ିଛି । ୫ ଦିନ ତଳୁ ବିଭାଗର ସଚିବ ଜି. ମାଥିଭାଥନନ୍ ସରକାରୀ କାମରେ ଦକ୍ଷିଣ ଆଫ୍ରିକା ଯାଇଛନ୍ତି ଯେ ଏ ଯାଏଁ ଫେରିନାହାନ୍ତି ।
ବନ୍ୟା ବେଳେ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ବିଭିନ୍ନ ସହରାଞ୍ଚଳବାସୀ ବନ୍ୟା ଘେରରେ ଆଉଟୁପାଉଟୁ ହେଉଥିବା ବେଳେ ଖୋଦ୍ ସଚିବାଳୟ ଦପ୍ତର ଖାଲି ହୋଇଯାଇଛି । ରାଜ୍ୟବାସୀଙ୍କ ଦୁର୍ଦ୍ଦିନ ବେଳେ ସରକାରୀ ଆଦେଶକୁ ଅବଜ୍ଞା କରି ସଚିବାଳୟ ବାବୁମାନେ ରାଜ୍ୟ ବାହାରେ ପୂଜା ମଉଜ କରିବାକୁ ଯିବା ଅତ୍ୟନ୍ତ ସାଂଘାତିକ କଥା ।
Previous Post

ପୋଷ୍ୟଗ୍ରାମକୁ ଚାହିଁଲେନି ଧର୍ମେନ୍ଦ୍ର, ଗ୍ରାମବାସୀ କହିଲେ ପ୍ରତାରକ

Next Post

ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍

Next Post
ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍

ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA