Monday, May 25, 2026 11:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର

by Our Correspondent
14 Oct, 2018- 03:44 PM
in Latest News, Politics
1 min read
0
ଫେସବୁକ୍ ରେ ମିଛ କହିଲେ ଧର୍ମେନ୍ଦ୍ର
ଭୁୁବନେଶ୍ୱର: ଓଡ଼ିଶାକୁ ଭୟଙ୍କର ବାତ୍ୟା ଓ ବନ୍ୟା ଗ୍ରାସ କରି ଫେରିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରଚାର ପାଇଁ ଆଜି ଆଗକୁ ଆସିଛନ୍ତି । ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ହୋଇଛନ୍ତି ବୋଲି ନିଜ ଫେସବୁକ୍ ରେ ଲେଖି କଟାକ୍ଷ କରିଛନ୍ତି । ରାଜ୍ୟକୁ ଦୁର୍ଦ୍ଦିନ ଘେରିଥିବା ବେଳେ ହକିର ବ୍ରାଣ୍ଡିଂ କରିବା ନାଁରେ ନିଜର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍ ରେ ଫଟୋ ସୁଟ୍ କଲେ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି । ସୋନି ଟିଭିର କେବିସି ଶୋ’ ରେ ଉତ୍ସବ ପାଳନ କରିବାକୁ ଆପଣଙ୍କ ବିବେକ କେମିତି ବାଧା ଦେଲାନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରଶ୍ନ ପଚାରିଛନ୍ତି ।
ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ସରକାର ସଫଳ କି ବିଫଳ ତାହା ଅଲଗା କଥା । ବିରୋଧୀ ଦଳ ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦୃଷ୍ଟିକୋଣରୁ ମନ୍ତବ୍ୟ ଦେଇଥିବାରୁ ସେଥିରେ ଅନ୍ୟମାନଙ୍କର ଯାଏ ଆସେ ନାହିଁ । ମାତ୍ର ରାଜ୍ୟର ଦୁର୍ଦ୍ଦିନ ବେଳେ ହକିର ବ୍ରାଣ୍ଡିଂ ପାଇଁ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍ ରେ ଫଟୋ ପୋଜ୍ ଦେବା ଓ କେବିସି ଶୋ’ ରେ ଉତ୍ସବ ପାଳନ କରିବା ନେଇ ସେ ଯାହା ଲେଖିଛନ୍ତି ତାହା ଡାହା ମିଛ ବୋଲି ଧରାପଡ଼ିଛି । ସାଧାରଣରେ ଚର୍ଚ୍ଚା ହେଲାଣି, କେନ୍ଦ୍ରମନ୍ତ୍ରୀଙ୍କ ଜ୍ଞାନର ଅଭାବ ରହିଛି ଅଥବା ଜ୍ଞାନ ଥିଲେ ବି ସେ ଓଡ଼ିଆ ଲୋକଙ୍କୁ ବିଭ୍ରାନ୍ତ କରାଇ ଭକୁଆ ବନାଇବାକୁ ଚେଷ୍ଟା କରିଛନ୍ତି ।
ଗଣମାଧ୍ୟମ କିମ୍ବା କୌଣସି ଟିଭି ସିରିଏଲ୍ ଉପରେ ସାଧାରଣ ଜ୍ଞାନ ଥିବା ବ୍ୟକ୍ତି ଜାଣନ୍ତି ଯେ ଯେଉଁଦିନ ଯୋଉ ଏପିସୋଡ ପ୍ରସାର ହୁଏ ତାହା ସେହିଦିନ ଲାଇଭ୍ ହୋଇନଥାଏ । ସେମିତି ବିଗ୍ ବି ଅମିତାଭ ବଚ୍ଚନଙ୍କ ଯେଉଁ କେବିସି ଶୋ’ ପ୍ରସାର ହୁଏ ତାହା ଲାଇଭ୍ ଶୋ’ ନୁହେଁ । ଯଥେଷ୍ଟ ପୂର୍ବରୁ ଏପିସୋଡର ରେକର୍ଡିଂ ହୋଇଥାଏ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହେବାକୁ ଥିବା ବିଶ୍ୱହକିର ପ୍ରଚାର ପାଇଁ କେବିସି କର୍ତ୍ତୃପକ୍ଷ ନିଜ ଆଡୁ ଆଗ୍ରହ ଦେଖାଇବା ପରେ ସେପ୍ଟେମ୍ବର ଶେଷ ସପ୍ତାହରେ ଏହାର ରେକର୍ଡିଂ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଯୋଗେ ଏହି ଶୋ’ ରେ ଭାଗ ନେଇଥିଲେ । ଶୋ’ ରେକର୍ଡିଂ ବେଳେ ଓଡ଼ିଶାକୁ ତିତଲି ଆଗମନର କୌଣସି ଆଭାସ ହିଁ ନ ଥିଲା । ଅତଏବ କୌଣସି ଅସ୍ୱାଭାବିକ କିମ୍ବା ରାଜ୍ୟର ଦୁର୍ଦ୍ଦିନ ବେଳେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟଡିୟାମ ଯାଇ ଫଟୋ ପୋଜ୍ ଦେଇ ନ ଥିଲେ । ଏହି ସାଧାରଣ କଥାଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଜଣା ରହିବା କଥା ନୁହେଁ । ମାତ୍ର ଏବେ କହିଛନ୍ତି କ’ଣ ନା.. ବାତ୍ୟା ଓ ବର୍ଷାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ଦୃଢ଼ ପ୍ରସ୍ତୁତି ବଦଳରେ କେବଳ ସାଙ୍କେତିକ ଭାବେ ନିଜ ଗୁରୁ ଦାୟିତ୍ୱ ଶେଷ କରି ନିଜର ଆତ୍ମପ୍ରଚାରରେ ହିଁ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହିଲେ ।
ଓଡ଼ିଶାର ସ୍ୱାର୍ଥ ନାଁରେ ଧର୍ମେନ୍ଦ୍ର ପ୍ରଧାନ କିଭଳି ଡାହା ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରାନ୍ତି ଏବଂ ନିଜର ସ୍ୱାର୍ଥ ସାଧନରେ ମାତନ୍ତି ତାହା ତାଙ୍କର ଏହି ଲେଖାରୁ ଧରାପଡ଼ିଯାଇଛି । ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏଭଳି ମିଛ ଓ ବିଭ୍ରାନ୍ତିକର ମନ୍ତବ୍ୟ ଆଶା କରାଯାଏନି ବୋଲି ବହୁ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ନିଜକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରିବାକୁ ତାଙ୍କ ପାଇଁ ବହୁ ସୁଯୋଗ ରହିଛି । ସରକାରଙ୍କୁ ସମାଲୋଚନା କରିବାର ଅନେକ ଦିଗ ରହିଛି । ମାତ୍ର ସମାଲୋଚନା ନାଁରେ ଏଭଳି ଭାଣ୍ଡାମୀ କଲେ ଲୋକ ଗ୍ରହଣ କରିବେ ନାହିଁ ବୋଲି ସେମାନେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ତାଙ୍କ ଫେସ୍ ବୁକ୍ ପୋଷ୍ଟର ଶିରୋନାମା ଦେଇଛନ୍ତି ‘ସ୍କନ୍ଧଂ ନ ବାଧତେ ରାଜନ୍, ତବ ବାଧତି ବାଧତେ ।’ ଘରେ ବସି ଗୋଟିଏ ସ୍କୁଲ ପିଲା ରଚନା ଲେଖିଲା ଭଳି ସେ ଏଥିରେ ବହୁତ କଥା ଲେଖିଛନ୍ତି । ଲେଖାକୁ ସେ ନିଜେ ଲେଖିଛନ୍ତି ନା କାହାକୁ କହି ଲେଖାଇଛନ୍ତି ତାହା ବୁଝାପଡୁନି । ସେ ଯାହା ହେଉ, ଓଡ଼ିଶାରେ ପ୍ରାକୃତିକ ଦୁର୍ବିପାକ ବେଳେ ରାଜ୍ୟ ସରକାରଙ୍କୁ ଦୋଷ ଠେଲି ସେ ନିଜେ କାହିଁକି ଚୁପ୍ ବସିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହେଲାଣି । ଓଡ଼ିଆ ଲୋକ ହୋଇ ଜଣେ ଦାୟିତ୍ୱବାନ କେନ୍ଦ୍ରମନ୍ତ୍ରୀ ହିସାବରେ ସେ କ’ଣ ପଦକ୍ଷେପ ନେଇଛନ୍ତି? ମିଛ ସତ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ନିଜର ଦାୟିତ୍ୱବୋଧକୁ ସେ ଭୁଲିଯାଉଛନ୍ତି କାହିଁକି ବୋଲି ପ୍ରଶ୍ନ ହେଉଛି ।
Previous Post

ବନ୍ୟା ଦୁର୍ଗତଙ୍କୁ ୧୫ ଦିନ ପାଇଁ ରିଲିଫ୍

Next Post

ଓସିଏରେ ବୟସ ଜାଲିଆତି କରି ଖେଳାଳି ଚୟନ !

Next Post
ଓସିଏରେ ବୟସ ଜାଲିଆତି କରି ଖେଳାଳି ଚୟନ !

ଓସିଏରେ ବୟସ ଜାଲିଆତି କରି ଖେଳାଳି ଚୟନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA