Friday, May 8, 2026 09:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ

by Our Correspondent
19 Oct, 2018- 10:28 PM
in Latest News, News
1 min read
0
ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ମଣିଷର ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା ଜାଣିହୁଏନି । ଆଜି ପବିତ୍ର ଦଶହରା ରାତିରେ ଏଭଳି ଏକ ଲୋମଟାଙ୍କୁରା ଘଟଣା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ପଞ୍ଜାବର ଅମୃତସରରେ ରାବଣପୋଡ଼ି ଦେଖି ଖୁସି ମନଉଥିବା ଲୋକେ ଟ୍ରେନ୍ ଆଗକୁ ଚାଲିଆସିବାରୁ ୫୦ ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଛି । ୬୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଆକଳନଠାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।
ଅମୃତସରର ଜୋଡା ଫାଟକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ରେଳ ଟ୍ରାକ୍ ଠାରୁ ଅଳ୍ପ ଦୂରରେ ଏକ ପଡ଼ିଆରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା । ୭୦୦ରୁ ଅଧିକ ଲୋକ ଏହି ରାବଣପୋଡ଼ି ଉତ୍ସବ ଦେଖୁଥିଲେ । ପଡ଼ିଆ ବାହାରେ ଶତାଧିକ ଲୋକ ଟ୍ରେନ୍ ଲାଇନ କଡ଼ରେ ଛିଡ଼ା ହୋଇ ଉତ୍ସବ ଦେଖୁଥିଲେ । ତେବେ ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହେଲାକ୍ଷଣି ଲୋକଙ୍କ ମଧ୍ୟରେ ଧାଁ ଧଉଡ଼ ଆରମ୍ଭ ହୋଇଯାଇଥିଲା । ଟ୍ରେନ୍ ଲାଇନ୍ ଆଡକୁ ଲୋକେ ଧାଇଁଥିଲେ । ଆଗରୁ ସେହି ଜାଗାରେ ଲୋକ ଛିଡ଼ା ହୋଇଥିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକାଂଶ ଲୋକ ଟ୍ରେନ୍ ଟ୍ରାକ୍ ଉପରକୁ ମାଡ଼ି ଆସିଥିଲେ । ଏହି ସମୟରେ ଜଳନ୍ଧରରୁ ଅମୃତସର ଦ୍ରୁତଗାମୀ ଟ୍ରେନ୍ ଆସୁଥିଲେ ମଧ୍ୟ ପ୍ରବଳ ବାଣ ଶବ୍ଦରେ ସେୟାଡ଼କୁ ନଜର କରିପାରି ନ ଥିଲେ । ଫଳରେ ଲୋକଙ୍କ ଉପରେ ଟ୍ରେନ ଚଢ଼ିଗଲା । ୫୦ ଜଣ ଟ୍ରେନ୍ ଚକ ତଳେ ସିଧା ଚାପି ହୋଇଗଲେ । ଆଉ ୬୦ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
ମିଳୁଥିବା ସୂଚନା ଅନୁଯାୟୀ, ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ଜାଗାଟି ଟ୍ରେନ୍ ଲାଇନଠାରୁ ମାତ୍ର ୪୦ ମିଟର ଦୂରରେ । ସେଠାରେ ଉତ୍ସବ ଆୟୋଜନ ପାଇଁ ପ୍ରଶାସନ ଏବଂ ରେଳବାଇ ପକ୍ଷରୁ ଅନୁମତି ନିଆଯାଇ ନ ଥିଲା । ଏଭଳି ଏକ ଜାଗାରେ ଉତ୍ସବ ପାଇଁ ଅନୁମତି ମିଳିବା ବି ସମ୍ଭବ ନ ଥିଲା । ମାତ୍ର ଆୟୋଜକମାନେ ବିନା ଅନୁମତିରେ ସେଠାରେ ରାବଣପୋଡ଼ି ଉତ୍ସବ କରୁଥିଲେ । ଯାହାର ଫଳ ଭୟାନକ ହୋଇଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
Previous Post

କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

Next Post

ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ

Next Post
ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ

ବାରିପଦା ସଭା: ଦାମଙ୍କୁ ବୈଜୟନ୍ତ ତୀର, ଅଧାବାଟରୁ ଫେରିଲେ ବୈଜୟନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA