Thursday, June 4, 2026 02:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏବେ ଟୁର୍ ଅପରେଟର ବନ୍ଧୁଙ୍କ ପାଳି !

by Our Correspondent
24 Oct, 2018- 12:29 PM
in Latest News, News
1 min read
0
ଏବେ ଟୁର୍ ଅପରେଟର ବନ୍ଧୁଙ୍କ ପାଳି !
Spread the love

ଭୁବନେଶ୍ୱର: ‘ ଷ୍ଟୁପିଡ୍’ ଅଭିଜିତ୍ ଆୟାର ମିତ୍ର ଝାରପଡ଼ା ଜେଲ୍ ଯିବା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଟୁର ଅପରେଟର ବନ୍ଧୁ ବୈଜୟନ୍ତ ପଣ୍ଡାଙ୍କ ଉପରେ । ଅଭିଜିତ୍ ତ ଫସିଲେ ହେଲେ ଯାହା ପାଇଁ ଏତେ ସବୁ ନାଟ ସେ ଗଲେ କୁଆଡେ? ଆଇନଜୀବୀଙ୍କ ମତରେ, ମାମଲା ଯେଉଁ ଦିଗରେ ଗତି କରୁଛି, ସେଥିରେ ବୈଜୟନ୍ତ ପଣ୍ଡା ଛାଡ଼ ପାଇପାରିବେ ନାହିଁ । କୋଣାର୍କ ଥାନାରେ ହୋଇଥିବା ଏତଲାରେ ଅଭିଜିତ୍ ଆୟାର ମୁଖ୍ୟ ଅଭିଯୁକ୍ତ ଥିଲା ବେଳେ ବୈଜୟନ୍ତ ପଣ୍ଡା ସହଅଭିଯୁକ୍ତ ଅଛନ୍ତି । ଅଭିଜିତ୍ ମଧ୍ୟ ନିଜ ବୟାନରେ ବୈଜୟନ୍ତଙ୍କ ସହ ତାଙ୍କର ସମ୍ପର୍କ ଖୁଲାସା କରିସାରିଲେଣି । ତେଣୁ ପୁଲିସ ଏବେ ବୈଜୟନ୍ତଙ୍କୁ ଡାକି ଜେରା କରିବାର କ୍ଷେତ୍ର ଆସିଯାଇଛି । ଚିଲିକା ଉପରେ ହେଲିକପ୍ଟର ଉଡ଼ାଇ ପୁଲିସ କେସ୍ ଖାଇସାରିଥିବା ବୈଜୟନ୍ତ ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ମନ୍ତବ୍ୟ ଦେଇ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବନ୍ଧୁ ଅଭିଜିତ୍ ଙ୍କ ଅପରାଧରେ ବି ସାମିଲ ତାହା ପଦାକୁ ଆସିଲାଣି ।

ଆମେ ଆଗରୁ ଲେଖିଥିଲୁ ସେ ଅଭିଜିତ୍ ଆୟାର ମିତ୍ର କିଏ? ଓଡ଼ିଶା ସହ ତାଙ୍କୁ ଯୋଡିଛନ୍ତି କିଏ? ଓଡ଼ିଶା, ଓଡ଼ିଆଙ୍କ ବଡ଼ ଠାକୁର ମହାପ୍ରଭୁ ଜଗନ୍ନାଥ, ଓଡ଼ିଆ ଜାତିର ସ୍ୱାଭିମାନ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ ଓ ସାମ୍ବାଦିକମାନଙ୍କୁ କଦର୍ଯ୍ୟ ଭାଷା ପ୍ରୟୋଗ କରିବାକୁ ତାଙ୍କୁ ସାହାସ ଦେଲା କିଏ? ଏହା ସତ ଯେ ବୈଜୟନ୍ତ ପଣ୍ଡା ତାଙ୍କୁ ନିଜ ହେଲିକପ୍ଟରରେ ବସାଇ ପୁରୀ,କୋଣାର୍କ, ଚିଲିକା ବୁଲାଇବା ବେଳେ ହିଁ ଅଭିଜିତ୍ ଙ୍କୁ ଲୋକେ ଜାଣିଲେ । କୋଣାର୍କ ମନ୍ଦିର ସାମନାରେ ଛିଡ଼ା ହୋଇ ମନ୍ଦିରକୁ ଗାଳି ଦେବାର ଭିଡ଼ିଓ ଅଭିଜିତ୍ ନିଜେ ତାଙ୍କ ଟୁଇଟର ପେଜ୍ ରେ ଛାଡ଼ିଥିଲେ । ତାକୁ ନେଇ ଓଡ଼ିଶାର ସାଧାରଣ ଜନତା ଓ ବିଧାନସଭାରେ ପ୍ରତିକ୍ରିୟା ହେଲା ପରେ ସେ ତାହାର ମଜାକ୍ ଉଡ଼ାଇଲେ । ବିଧାୟକଙ୍କୁ ବୁଦ୍ଦୁ ବୋଲି କହିଲେ । ଅଭିଜିତ୍ ଙ୍କ ଏତେ ସବୁ କାଣ୍ଡ କାରଖାନା ପରେ ବି ଟୁର୍ ଅପରେଟର ସାଜି ତାଙ୍କୁ ହେଲିକପ୍ଟରରେ ବୁଲାଇଥିବା ବନ୍ଧୁ ବୈଜୟନ୍ତଙ୍କ ସାମାନ୍ୟତମ ପ୍ରତିକ୍ରିୟା ହେଲାନି । ଅଭିଜିତ୍ ଥଟ୍ଟା ମଜାରେ ଏଭଳି କହିଥାଇପାରନ୍ତି ବୋଲି ଓଲଟି ଓକିଲାତି କଲେ ।
ତେଣେ ଅଭିଜିତ୍ ଆଇନ ଜାଲରେ ଫସିଯିବା ପରେ ବୈଜୟନ୍ତ ତାଙ୍କୁ ପର କରିବାକୁ ଚେଷ୍ଟା କରିଥିଲେ । ବନ୍ଧୁ ବୋଲି ମାନିଲେ ନାହିଁ । ‘ଷ୍ଟୁପିଡ୍’ ଅଭିଜିତ୍ ମଧ୍ୟ ବୈଜୟନ୍ତଙ୍କୁ ସମର୍ଥନ ଦେବାକୁ ଅଣ୍ଟା ଭିଡ଼ିଲେ । ହେଲେ ସତ ଲୁଚିପାରିଲା ନାହିଁ । କାଲି ଗୃହ କମିଟି ଆଗରେ ବୈଜୟନ୍ତଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କକୁ ଖୁଲାସା କରିଛନ୍ତି ଅଭିଜିତ୍ । ବୈଜୟନ୍ତଙ୍କ ହେଲିକପ୍ଟରରେ ସେ ଖାଲି ପୁରୀ, କୋଣାର୍କ ,ଚିଲିକା ବୁଲି ନ ଥିଲେ ବରଂ ତା ପରଦିନ ଶିମିଳିପାଳ ଯାଇଥିଲେ ବୋଲି କହିଛନ୍ତି । ଯାହା କି ପୁଣି ଏକ ଅପରାଧ । ତାଙ୍କର ଆଚରଣ ଓ ଉଚ୍ଚାରଣକୁ ସେ ଖାଲି ଭୁଲ୍ ବୋଲି କହିନାହାନ୍ତି ବରଂ ନିଜକୁ ନିର୍ବୋଧ ବୋଲି ମାନିବା ସହ ବନ୍ଧୁ ବୈଜୟନ୍ତ ଯେ ତାଙ୍କୁ ଫସାଇ ଦେଲେ ତାହା ଅଭିଜିତ୍ ଙ୍କ ବୟାନରୁ ବାରିହେଉଛି । ତାଙ୍କୁ ବୁଦ୍ଦୁ ବନେଇଥିବା ଲୋକଟି ଯେ ବୈଜୟନ୍ତ ପଣ୍ଡା ତାହା ଆଉ ବୁଝିବାରେ ବାକି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗୃହ କମିଟି ମଧ୍ୟ ବୈଜୟନ୍ତ ପଣ୍ଡାଙ୍କୁ ସମନ୍ କରିପାରେ ବୋଲି ଆଭାସ ମିଳୁଛି । ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି, ଅଭିଜିତ୍ ଙ୍କ ସତ୍ୟପାଠ ତର୍ଜମା କଲା ପରେ କମିଟି ଯାହା ନିଷ୍ପତ୍ତି ନେବ ।
ଦିଲ୍ଲୀର ହାଇ ଫାଇ ଫାଜିଲାମି ସୋସାଇଟିର ଏକ ପରିଚିତ ଚେହେରା ଅଭିଜିତ୍ ଙ୍କ ସହ ବୈଜୟନ୍ତଙ୍କ ନିବିଡ଼ ବନ୍ଧୁତା ଆଜିର ନୁହେଁ, ବହୁ ପୁରୁଣା । ଉଭୟଙ୍କ ସୋସିଆଲ୍ ପେଜ୍ ଦେଖିଲେ ଏହା ଯେ କେହି ବୁଝିନେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଜର ଏହି ଫୁଟାଣିଆ ଓ ବୁଦ୍ଦୁ ବନ୍ଧୁ ଅଭିଜିତ୍ ଙ୍କୁ ବୈଜୟନ୍ତ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଏହା ସ୍ପଷ୍ଟ ଦେଖାଉଛି । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସହ ବୈଜୟନ୍ତଙ୍କ ଅପଡ଼ ପରଠାରୁ ଏହି ଅଭିଜିତ୍ ହିଁ ନିଜ ଟୁଇଟର ରେ ବୈଜୟନ୍ତଙ୍କ ଭାଷା ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍ ଙ୍କୁ ବରାବର ଗାଳି କରିଛନ୍ତି । ଓଡ଼ିଶା ରାଜନୀତି ସହ ଏହି ୪୧ ବର୍ଷୀୟ ଦିଲ୍ଲୀ ଯୁବକ ଅଭିଜିତ୍ ଙ୍କ ସମ୍ପର୍କ କ’ଣ? ମୁଖ୍ୟମନ୍ତ୍ରୀ କି ତାଙ୍କ ଅଫିସରଙ୍କ ସହ ତାଙ୍କର ଦେଣନେଣ କ’ଣ? ସୁତରାଂ ବନ୍ଧୁ ବୈଜୟନ୍ତଙ୍କ ଇଙ୍ଗିତ ନା ବନ୍ଧୁଙ୍କୁ ଖୁସି କରିବା ପାଇଁ ଅଭିଜିତ୍ ଏସବୁ ବକବାସ୍ କରୁଥିଲେ ତାହା ଏବେ ତଦନ୍ତ ସାପେକ୍ଷ ।
Previous Post

ଗିରଫ ହେଲେ ଅଭିଜିତ୍ ଆୟାର

Next Post

ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ

Next Post
ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ

ବର୍ମା, ଅସ୍ଥାନାଙ୍କୁ ଛୁଟି; ନାଗେଶ୍ୱର ରାଓ ସିବିଆଇ ନିର୍ଦ୍ଦେଶକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA