Sunday, May 31, 2026 05:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତ ପଣ୍ଡା; ୟେ ପୁଣି ଦୁର୍ନୀତି ବିରୋଧରେ!!

by Our Correspondent
11 Nov, 2018- 11:24 PM
in Latest News, Politics
1 min read
0
ବୈଜୟନ୍ତ ପଣ୍ଡା; ୟେ ପୁଣି ଦୁର୍ନୀତି ବିରୋଧରେ!!
Spread the love
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦିନକୁ ଦିନ ଅଧିକ ଲୋକହସା ହେଉଛନ୍ତି । ଆଜି ଢ଼େଙ୍କାନାଳର ଗଁଦିଆଠାରେ ଏକ ସମାବେଶରେ ଯୋଗଦେଇ ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଥିବା ସେ କହିଛନ୍ତି । ଯିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିବ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି । ବୈଜୟନ୍ତଙ୍କ ମୁହଁରୁ ଏଭଳି ଦୁର୍ନୀତି କଥା ଶୁଣି ବିଭିନ୍ନ ମହଲରେ ହାସ୍ୟରୋଳ ସୃଷ୍ଟି ହୋଇଛି । ବିଜେଡ଼ି ସରକାରରେ ପ୍ରଚଣ୍ଡ କ୍ଷମତାଶାଳୀ ରହିଥିବା ଶିଳ୍ପପତି ବୈଜୟନ୍ତ ନିଜେ କେତେ ସ୍ୱଚ୍ଛ ତାହାର ଜବାବ ଦେବାକୁ ସେମାନେ ଦାବି କରିଛନ୍ତି ।
ଓଡ଼ିଶାବାସୀ ଜାଣନ୍ତି, ରାଜ୍ୟରେ ବିଜେଡ଼ି ଶାସନକ୍ଷମତାକୁ ଆସିଲା ଦିନଠାରୁ ବୈଜୟନ୍ତ ବେଶ୍ କ୍ଷମତା ଭୋଗ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଖାଲି ଚାରି ଚାରି ଥର ସାଂସଦ ହୋଇନାହାନ୍ତି ବରଂ ନିଜ ପାରିବାରିକ ବ୍ୟବସାୟିକ ସ୍ୱାର୍ଥ ହାସଲ କରିଛନ୍ତି । ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ଠାରୁ ଆରମ୍ଭ କରି ୮୭୦ କୋଟି ଟଙ୍କାର ବିଜୁଳି ବିଲ୍ ଫାଙ୍କି, ପ୍ରାୟ ୩୦୦ କୋଟି ଟଙ୍କାର ପାଣି ବିଲ୍ ଫାଙ୍କି, ଏକଚାଟିଆ କେବୁଲ୍ ବେପାର, ଅନୁଗ୍ରହିତ ଖଣି ବେପାର ଭଳି ଡର୍ଜନ ଡର୍ଜନ ଅଭିଯୋଗ ତାଙ୍କ ବିରୋଧରେ ।
ବୈଜୟନ୍ତଙ୍କ ସବୁ ବେଆଇନ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଲି ଆଖି ବୁଜିନାହାନ୍ତି ବରଂ ସବୁ ଅସାଧୁ କାରବାରକୁ ତାଙ୍କ ସରକାର ପ୍ରୋତ୍ସାହନ ଦେଉଥିବା ଅତୀତରେ ବାରମ୍ବାର ଅଭିଯୋଗ ହୋଇଛି । ଏବେ ବି ସେହି ଅଭିଯୋଗରେ ଛନ୍ଦି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ । ବୈଜୟନ୍ତଙ୍କ ଏ ସବୁ କାରବାର ଦୁର୍ନୀତି କାଟାଗୋରିର ନା ନାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଏବେ ସେହି ବୈଜୟନ୍ତ ବିଜେଡ଼ିରୁ ବହିଷ୍କୃତ ହୋଇଥିବାରୁ ନବୀନ ସରକାର ବିରୋଧରେ ଦୁର୍ନୀତିର ନାରା ଦେଉଛନ୍ତି । ନିଜକୁ ସ୍ୱଚ୍ଛ ବୋଲି କହି ଦୁର୍ନୀତି ବିରୋଧରେ ସଂଗ୍ରାମର ଡାକରା ଦେଉଛନ୍ତି । ଏହାଠାରୁ ବଳି ହାସ୍ୟାସ୍ପଦ କଥା ଆଉ କ’ଣ ଥାଇପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ବିଜେଡ଼ି ଶାସନରେ ଯଦି ସରକାରଙ୍କଠାରୁ କିଏ ବେଶୀ ଅନୁଗୃହୀତ ହୋଇଥାଏ ଏବଂ ଅନେକ ବେଆଇନ କାର୍ଯ୍ୟ କରିଥାଏ, ସେହି ବ୍ୟକ୍ତି ବୈଜୟନ୍ତ ପଣ୍ଡା ବୋଲି କୁହାଯାଉଛି ।
ପୁଣି ଲଜ୍ଜାର କଥା ହେଉଛି, ଗଁଦିଆରେ ଆଜି ବୈଜୟନ୍ତ ପଣ୍ଡାଙ୍କ ସଭାର ଆୟୋଜନ କରିଥିଲେ ତାଙ୍କ ବନ୍ଧୁ ପୂର୍ବତନ ବିଧାୟକ ନବୀନ ନନ୍ଦ । ନିକଟରେ ତାଙ୍କର ଏହି ବନ୍ଧୁ କୋଲକତାର ଏକ ବେଶ୍ୟାଳୟରୁ ଧରାପଡ଼ି ପୁଲିସ ଦ୍ୱାରା ଗିରଫ ହୋଇଥିଲେ । ଏହି ବନ୍ଧୁଜଣଙ୍କ ବିଧାୟକ ଥିବା ବେଳେ ତାଙ୍କ ବିରୋଧରେ ବୋଧହୁଏ ଗଦା ଗଦା ଦୁର୍ନୀତି ଅଭିଯୋଗ ଆସିଥିଲା । ମାତ୍ର ଏଭଳି ଜଣେ ବନ୍ଧୁଙ୍କ ଆୟୋଜିତ ସମାବେଶରେ ବୈଜୟନ୍ତ ଦୁର୍ନୀତି ବିରୋଧରେ ଭାଷଣ ଦେଉଛନ୍ତି । ଜନମାନସକୁ ଭେଳିକି ଦେଖାଇ ବୈଜୟନ୍ତ କିଭଳି ହୀନ ରାଜନୀତି କରୁଛନ୍ତି ତାହା ଏଥିରୁ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ବୈଜୟନ୍ତ ପଣ୍ଡାଙ୍କୁ ବେପାରୀ ବୋଲି ଡାକ୍ତର ଦାମୋଦର ରାଉତ କହିବାକୁ ପଛାଇନାହାନ୍ତି । ଏ ସମ୍ପର୍କିତ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ରାଜନୈତିକ କ୍ଷମତା ସିଢ଼ି ଧରି କିଭଳି ବ୍ୟବସାୟିକ ସ୍ୱାର୍ଥ ହାସଲ କରିହୁଏ ତାହା ତାଙ୍କୁ ବେଶ୍ ଜଣା ବୋଲି ଦାମ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ଏବେ ସାଧାରଣରେ ପ୍ରଶ୍ନ ହେଉଛି, ଏହା କି ପ୍ରକାର ସ୍ୱଚ୍ଛତା? ବୈଜୟନ୍ତ ନିଜ ଛାତିରେ ହାତ ରଖି କହିପାରିବେ କି ଯେ ସେ ନିଜେ ଦୁର୍ନୀତିମୁକ୍ତ?
Previous Post

ଉଦଘାଟିତ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ

Next Post

ଦାମ ଖୋଲିଦେଲେ ବୈଜୟନ୍ତଙ୍କ ଗୁମର

Next Post
ଦାମ ଖୋଲିଦେଲେ ବୈଜୟନ୍ତଙ୍କ ଗୁମର

ଦାମ ଖୋଲିଦେଲେ ବୈଜୟନ୍ତଙ୍କ ଗୁମର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA