Monday, May 25, 2026 11:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩% ଆସନ

by Our Correspondent
20 Nov, 2018- 09:20 PM
in Latest News, News
1 min read
0
ବିଧାନସଭା ଓ ଲୋକସଭାରେ ମହିଳାଙ୍କୁ ୩୩% ଆସନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ସଂକଳ୍ପ ବିଧାନସଭାରେ ପାରିତ

ଭୁବନେଶ୍ୱର: ୧୯୯୨ ମସିହାରେ ବିଜୁ ପଟ୍ଟନାୟକଙ୍କ ସରକାର ମହିଳାମାନଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ୩୩% ସ୍ଥାନ ସଂରକ୍ଷଣ କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ତାହା ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏବେ ଆଉ ଦୁଇପାଦ ଆଗକୁ ବଢ଼ି ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବାକୁ ମନ ବଳାଇଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଏକ ସଂକଳ୍ପ ଆଗତ କରିଥିଲେ । ସର୍ବସମ୍ମତିକ୍ରମେ ଏହା ବିଧାନସଭାରେ ପାରିତ ହୋଇଛି । ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି ।

ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଏହି ସକଳ୍ପ ଆଗତ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଦୁଇ ଜଣ ଆଦିବାସୀ ମହିଳାଙ୍କ ଉଦାହରଣ ଦେଇ ଆଲୋଚନା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଜଣେ ହେଉଛନ୍ତି ମାଲକାନଗିରିର ଜନଜାତି କୋଆ ସମ୍ପ୍ରଦାୟର ଝିଅ ମମତା ପଢ଼ିଆମୀ ଓ ଅନ୍ୟଜଣଙ୍କ ହେଲେ ସୁନ୍ଦରଗଡ଼ ବାଲିଶଙ୍କରାର ଜୟନ୍ତୀ ଏକ୍କା । କିଛି ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ମମତାଙ୍କୁ ଦେଖିବାକୁ ମିଳିଥିଲା । ଲୋକଭିଡ଼ରେ ଛିଡ଼ା ହୋଇଥିବା ମମତା ସାହସ ଓ ଦୃଢ଼ତାର ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ତାଙ୍କର ମତ ରଖିଥିଲେ । ଏହି ଯୋଜନାରେ ମହିଳାମାନଙ୍କ ପାଇଁ ଚିକିତ୍ସା ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ତତକ୍ଷଣାତ ସେହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ।
ସେହିଭଳି ନିକଟରେ ଅନୁଷ୍ଠିତ ମେକ୍ ଇନ କନକ୍ଲେଭ୍ ରେ ସୁନ୍ଦରଗଡ଼ର ଜୟନ୍ତୀ ଏକ୍କା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଅବିଶ୍ରାନ୍ତ ଶୁଣାଇ ସମସ୍ତଙ୍କୁ ଚମକୃତ କରିଥିଲେ । ତାଙ୍କର ଗଭୀର ଆତ୍ମବିଶ୍ୱାସ ଓ ଦୃଢ଼ ସଂକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣା ଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ- ‘ମାଲକାନଗିରିରୁ ସୁନ୍ଦରଗଡ଼.. ଆମେ ଆଜି ଏକ ନୂଆ ଓଡ଼ିଶା ଦେଖୁଛୁ । ଏ ଓଡ଼ିଶାରେ ଅଛନ୍ତି ଲକ୍ଷ ଲକ୍ଷ ମମତା ପଢ଼ିଆମୀ ଓ ଜୟନ୍ତୀ ଏକ୍କାମାନେ । ଏହି ସାହାସୀ, ଉଚ୍ଚକାଂକ୍ଷୀ ଓ ନୂଆ ଓଡ଼ିଶାର ସ୍ୱର ଆଜି ଦୃଢ଼ ହୋଇଛି । ଏ ସ୍ୱର ପାର୍ଲିଆମେଣ୍ଟଠାରୁ ଆରମ୍ଭ କରି ବିଧାନସଭା ଓ ପଞ୍ଚାୟତମାନଙ୍କରେ ଶୁଣାଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆମ ମହିଳାମାନଙ୍କ ପାଇଁ ବିଧାନସଭା ଓ ପାର୍ଲିଆମେଣ୍ଟରେ ୩୩% ସ୍ଥାନ ସଂରକ୍ଷଣ ରଖିବା ପାଇଁ ଏକ ଐତିହାସିକ ପ୍ରସ୍ତାବ ଉପରେ ମୁଁ ଆଲୋଚନା ଆରମ୍ଭ କରୁଛି ।
ମହିଳାମାନଙ୍କ ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମହିଳାମାନଙ୍କର ସଶକ୍ତିକରଣ ବିନା କୌଣସି ପରିବାର, କୌଣସି ସମାଜ, କୌଣସି ରାଜ୍ୟ ଏବଂ କୌଣସି ଦେଶ ଆଗକୁ ବଢ଼ିପାରିବ ନାହିଁ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମହିଳାମାନଙ୍କ ସଶକ୍ତିକରଣ ନିମନ୍ତେ ତାଙ୍କ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ବିଶେଷ କରି ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ଆନ୍ଦୋଳନ(୭୦ ଲକ୍ଷ ମହିଳା ଏବଂ ୬ ଲକ୍ଷ ଗୋଷ୍ଠୀ)ରେ ପରିଣତ ହୋଇଛି ବୋଲି ସେ କହିଥିଲେ ।
ନୂଆ ଓଡ଼ିଶା ଅଧିକ ଗତିର ସହ ଦୃଢ଼ ଭାବରେ ଆଗକୁ ବଢ଼ିପାରିବେ, ଯଦି ଆମ ଲୋକସଂଖ୍ୟାର ଅର୍ଧେକ, ଆମର ମା ଓ ଭଉଣୀମାନେ ରାଜ୍ୟ ତଥା ଦେଶର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ ଅନୁଷ୍ଠାନରେ ସେମାନଙ୍କର ଭୂମିକା ନିର୍ବାହ କରିବା ପାଇଁ ସୁଯୋଗ ପାଇବେ । ଓଡ଼ିଶା ଆଜି ସାରା ଦେଶକୁ ତାର ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଜଣାଇଦେବାକୁ ଚାହେଁ ଯେ ଓଡ଼ିଶା ମାଟିରେ ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ସଫଳ ଭାବରେ ନିର୍ବାହ କରିପାରୁଛନ୍ତି । ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂକଳ୍ପଟି ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । ବିରୋଧୀ ଦଳର ସଦସ୍ୟମାନେ ସଂକଳ୍ପକୁ ସମର୍ଥନ କରିଥିଲେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ଏଥିରେ ରାଜନୀତି ଅଧିକ, ଆନ୍ତରିକତା କମ ବୋଲି ସମାଲୋଚନା କରିଛନ୍ତି ।
Previous Post

ମହାନଦୀ ପୋଲରୁ ୩୦ ଫୁଟ୍ ତଳକୁ ବସ୍ ଖସିଲା

Next Post

ଓଟିଭିକୁ ବନ୍ଦ ହେବ ବିଧାନସଭା ଦ୍ୱାର !

Next Post
ଓଟିଭିକୁ ବନ୍ଦ ହେବ ବିଧାନସଭା ଦ୍ୱାର !

ଓଟିଭିକୁ ବନ୍ଦ ହେବ ବିଧାନସଭା ଦ୍ୱାର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA