Wednesday, May 6, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

by Our Correspondent
25 Nov, 2018- 09:14 PM
in Latest News, Politics
1 min read
0
ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ
ଭୁବନେଶ୍ୱର: ‘ଏଠି ବହୁତ ହୋଇଗଲାଣି । ରାଉରକେଲାର କିଛି ଉନ୍ନତି ହେଉ ଏହା ସେମାନେ ଚାହୁଁନାହାନ୍ତି । ଗତଥର ରାଉରକେଲା ଏବଂ ସୁନ୍ଦରଗଡ଼ରେ ବିଜେପି ଯେଉଁ ଭୋଟ ପାଇଥିଲା ଏଥର ତାହା ଯେମିତି ନ ହେବ ତାହା ବି ଜଣେ ପାୱରଫୁଲ୍ ନେତା ଚାହୁଁଛନ୍ତି । ମୋଟାମୋଟି ଭାବେ ଏସବୁଥିରେ କାଳେ ମୁଁ କ୍ରେଡିଟ୍ ନେଇଯିବି ସେହି ଡର ରହୁଛି । ଶେଷଥର ପାଇଁ ଚେଷ୍ଟା କରିବି । ଯଦି କିଛି ନହୁଏ ତେବେ ତିନି ଚାରି ଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବି । ମୁଁ ହଟିଗଲେ ରାଉରକେଲାର ଯଦି ଉନ୍ନତି ହୋଇପାରିବ ଭଲ କଥା ।’
ଆଜି ଗଣମାଧ୍ୟମକୁ ଏହି ବୟାନ ଦେଇଛନ୍ତି ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ । ଖୁବ୍ ଶୀଘ୍ର ବିଧାୟକ ପଦ ଛାଡ଼ିବେ ବୋଲି ଇସାରା ଦେଇଛନ୍ତି । ଦୀର୍ଘ ଦିନରୁ ବିଜେପିରେ ନିଜକୁ ଅବହେଳିତ ମନେ କରୁଥିବା ଦିଲ୍ଲୀପ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ବାହାର କରିଛନ୍ତି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ହସ୍ପିଟାଲ୍ କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏଯାଏଁ କାର୍ଯ୍ୟକାରୀ ହେଲାନି । ଏହି ଦୁଇଟି କାମ ପାଇଁ ସେ ବାରମ୍ବାର ଦୌଡ଼ି ଗୋଡ଼ହାତ ଧରୁଥିଲେ ବି ତାହାର ସୁଫଳ ମିଳୁନି । ମୁଁ ବିଧାୟକ ଥିବାବେଳେ ବେଳେ ଏ ଦୁଇଟି ବଡ଼ କାମ ହୋଇଗଲେ ମୁଁ କୁଆଡ଼େ ଶ୍ରେୟ ନେଇଯିବି । ଏକଥା ମୁଁ କହୁନି । ରାଉରକେଲାବାସୀଙ୍କର ଧାରଣା ହୋଇଛି । ଯଦି ମୋତେ ସାଇଡ୍ କରି ରାଉରକେଲାର ଉନ୍ନତି କରିବାକୁ ସେମାନେ ଚାହୁଁଥାନ୍ତି ତେବେ ଭଲକଥା । ମୋର କାହା ସହ କଳି ଝଗଡ଼ା କରିବାର ନାହିଁ ବୋଲି ଦିଲ୍ଲୀପ କହିଛନ୍ତି ।
ବିଧାୟକ ପଦ ଛାଡ଼ିବାକୁ ସଙ୍କେତ ଦେଇଥିବା ଦିଲ୍ଲୀପ ବିଜେପି ଛାଡ଼ିବେ ନା ନାଇଁ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଦଳର ମଙ୍ଗ ଧରିଥିବା କିଛି ନେତାଙ୍କ ହାବଭାବ ତାଙ୍କୁ ଅତିଷ୍ଠ କରିଥିବା ଜଣାଇ ଦେଇଛନ୍ତି । ବିଜେପିରେ ସେ ଯେ କେବେଠାରୁ କୋଣଠେସା ହୋଇସାରିଲେଣି ତାହା କାହାରିକୁ ଅଛପା ନାହିଁ । ସେ ବିଜେପି ଛାଡୁଥିବା ନେଇ ବହୁ ଦିନ ଧରି ଚର୍ଚ୍ଚା ହେଉଛି । ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେବେ ବୋଲି କୁହାଯାଉଛି । ତେବେ ଦିଲ୍ଲୀପ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏ ପର୍ଯ୍ୟନ୍ତ ମୁହଁ ଖୋଲୁନାହାନ୍ତି । ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବେ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି ।
ସୂଚନାଯୋଗ୍ୟ, ବିଧାୟକ ଦିଲ୍ଲୀପ ରାୟଙ୍କ ନାଁ ବିଜେପି ଖାତାରେ ଗଡୁଥିଲେ ମଧ୍ୟ ଦୀର୍ଘ ସମୟ ଧରି କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ରାଉରକେଲାରେ ପ୍ରସ୍ତାବିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ନିର୍ମାଣ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କ ଉଦାସୀନତାକୁ କଠୋର ସମାଲୋଚନା କରି ଆସୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ତିକ୍ତ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।
Previous Post

ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

Next Post

ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ

Next Post
ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ

ଡିଜିଟାଲ୍ ଚ୍ୟାନେଲ୍ ‘ତକ୍ଷକ ଟିଭି’ ଲୋକାର୍ପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA