Monday, May 25, 2026 11:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ

by Our Correspondent
25 Jan, 2019- 03:17 PM
in Latest News, News, Politics
1 min read
0
ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ରାସ୍ତାର ପଥିକ । ଉଭୟଙ୍କ ଶାସନ ମଡ଼େଲ ଏକା । ଦୁହିଁଙ୍କର ଏକଛତ୍ରବାଦ ଓ ବ୍ୟୁରୋକ୍ରାଟିକ ଶାସନ । ତେବେ ଉଭୟଙ୍କ ସ୍ୱଭାବ ସମାନ ନୁହେଁ । ମୋଦିଙ୍କଠାରେ ରାଗ, ବିଦ୍ୱେଷ ଭରି ରହିଥିଲା ବେଳେ ନବୀନ ସେୟା ନୁହଁନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କାଳରେ ଏଭଳି କଥା କହିଛନ୍ତି । ଆରମ୍ଭରୁ ରାହୁଲ ବିଜେପି ଓ ଆରଏସଏସ ଉପରେ ପ୍ରବଳ ବର୍ଷିଥିଲେ । କିଛି ବ୍ୟବସାୟୀ ଓ ମାଫିଆଙ୍କ ହାତରେ ମୋଦି ଦେଶକୁ ବିକ୍ରି କରିଦେଲେଣି ବୋଲି ଆରୋପ ଲଗାଇଥିଲେ । ଓଡ଼ିଶା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନରେ ସେ ମୋଦିଙ୍କ ଶାସନ ବ୍ୟବସ୍ଥା ସହ ନବୀନ ପଟ୍ଟନାୟକଙ୍କ ଶାସନ ବ୍ୟବସ୍ଥାକୁ ତୁଳନା କରିଥିଲେ । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ମଡ଼େଲ୍ ଆରମ୍ଭ କରିଥିଲେ ବୋଲି ରାହୁଲ କହିଥିଲେ । ସବୁଠାରୁ ବଡ଼କଥା ହେଉଛି, ରାହୁଲଙ୍କ ଟାର୍ଗେଟ୍ ରେ ମୋଦି ହିଁ ମୁଖ୍ୟ ଥିଲେ ।
ହୋଟେଲ ମେ ଫେୟାରରେ ଅନୁଷ୍ଠିତ ଟାଉନ୍ ହଲ ସମ୍ମିଳନୀରେ ଯୋଗଦେଇଥିବା ରାହୁଲ ବୁଦ୍ଧିଜୀବୀମାନଙ୍କ ବିଭିନ୍ନ ପ୍ରଶ୍ନର ମନଖୋଲା ଉତ୍ତର ଦେଇଥିଲେ । ଆରମ୍ଭରୁ ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଅଫିସ ନାଗପୁରରୁ ପରିଚାଳିତ ହେଉଛି । ଦିଲ୍ଲୀରେ କିଛି ବ୍ୟୁରୋକ୍ରାଟଙ୍କୁ ଧରି ମୋଦି ଶାସନ ଚଳୋଉଛନ୍ତି । ଅନୀଲ ଅମ୍ବାନୀ, ନିରବ ମୋଦି, ବିଜୟ ମାଲ୍ୟାଙ୍କ ଭଳି ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଦେଶ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ବରବାଦ କରିଛନ୍ତି । ମୋଦି ଆଜି ଦେଶକୁ ବିପଦମୁଖକୁ ଟାଣି ନେଇଛନ୍ତି । ଦେଶରେ ବେକାରୀ ବଢ଼ୁଛି, ଭ୍ରଷ୍ଟାଚାର ଓ ଦୁର୍ନୀତି ବଢ଼ିଚାଲିଛି । ବିମୁଦ୍ରକରଣ ଓ ଜିଏସଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇକ୍ତି । ମୋଦି ଯାହା ପ୍ରତିଶ୍ରୁତି ଦେଇଥିଲେ ସବୁଥିରେ ବିଫଳ ହୋଇଛନ୍ତି ।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଶାସନ ସମ୍ପର୍କରେ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଶାସନ ଢ଼ାଞ୍ଚାରେ ମୋଦିଙ୍କଠାରୁ ନବୀନ ଅଲଗା ନୁହଁନ୍ତି । ଉଭୟ ମୋଦି ଓ ନବୀନ ଗୋଟିଏ ରାସ୍ତାରେ ଯାଉଛନ୍ତି । ନବୀନଙ୍କ କାଳିଆ ଯୋଜନା ସମ୍ପର୍କରେ ରାହୁଲ କହିଥିଲେ, କ୍ଷମତାକୁ ଆସିବାର ଦୀର୍ଘ ବର୍ଷ ପରେ ଚାଷୀଙ୍କ କଥା ମନେପଡ଼ିଲା । ଆମେ ଛତିଶଗଡ଼ରେ ଚାଷୀଙ୍କ ଉପରୁ ଋଣଛାଡ଼ ଏବଂ ଧାନ ଏମଏସପି ବଢ଼ିବାରୁ ତାଙ୍କ ନିଦ ଭାଙ୍ଗିଲା । ନା ନବୀନ ନା ମୋଦି, କେହି ଚାଷୀଙ୍କ ପ୍ରତି ସମ୍ବେଦନ ନୁହଁନ୍ତି ବୋଲି ରାହୁଲ କହିଥିଲେ ।
ଓଡ଼ିଶାରେ କଂଗ୍ରେସ ସ୍ଥିତି ସମ୍ପର୍କରେ ରାହୁଲ କହିଥିଲେ, ଦଳର ପୂର୍ବସ୍ଥିତି ଆଉ ନାହିଁ । ବିଶୃଙ୍ଖଳା ଓ କନ୍ଦଳ ଯୋଗୁଁ ଦଳ ଦୁର୍ବଳ ହୋଇଯାଇଥିଲା । ମାତ୍ର ପିସିସିର ନୂଆ ନେତୃତ୍ୱ ଏବଂ ଏଆଇସିସିର ନୂଆ ଟିମ୍ ଏବେ ଓଡ଼ିଶାରେ ଦଳକୁ ମଜବୁତ କରିଛନ୍ତି । କଂଗ୍ରେସର ଭବିଷ୍ୟତ ନେଇ ସେ ଆଶାବାଦୀ ବୋଲି କହିଥିଲେ । ଦଳରୁ ବହିଷ୍କୃତ ହୋଇଥିବା ନେତା ଶ୍ରୀକାନ୍ତ ଜେନାଙ୍କ ସମାଲୋଚନା ଉପରେ ରାହୁଲ କହିଥିଲେ, କିଏ କ’ଣ କହିଲେ ତାଙ୍କର ଯାଏ ଆସ ନାହିଁ । ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।
ଏହି ଅବସରରେ ରାହୁଲ ବହୁତ ପ୍ରସଙ୍ଗରେ ମନ ଖୋଲି କଥା ହୋଇଥିଲେ । ତାଙ୍କ ବିରୋଧରେ ବିଭିନ୍ନ ପ୍ରଚାରକୁ ସେ ସ୍ୱାଗତ କରିଥିଲେ । ଯିଏ ମତେ ସମାଲୋଚନା କରେ ମୁଁ ତାକୁ ଭଲ ପାଏ ବୋଲି ରାହୁଲ କହିଥିଲେ । ସମୟ ଅଭାବରୁ ସମସ୍ତ ବୁଦ୍ଧିଜୀବୀଙ୍କ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ନ ଥିଲେ ମଧ୍ୟ ସେ କାହାରିକୁ ନିରାଶ କରି ନ ଥିଲେ । ଦିଲ୍ଲୀରେ ତାଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ରହିଛି । ଓଡ଼ିଶା ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଲେ ଦିଲ୍ଲୀରେ ସେ ସମୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ ଖୁବ୍ ଆଶ୍ୱବିଶ୍ୱାସୀ ଥିଲେ । ଜଣେ ପୋଖତ ରାଜନେତାର ହାବଭାବ ତାଙ୍କଠାରେ ଦେଖିବାକୁ ମିଳିଥିଲା । ପୂର୍ବ ଗସ୍ତଠାରୁ ଏଥରର ଗସ୍ତ ଭିନ୍ନ ଲାଗୁଥିଲା । ଦୀର୍ଘ ସାଢ଼େ ତିନି ବର୍ଷ ପରେ ଓଡ଼ିଶାକୁ ଆସିଥିବା ରାହୁଲ ଆଜି ସକାଳ ୧୦.୪୫ ମିନିଟ୍ ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Previous Post

କଂଗ୍ରେସକୁ ଚଡ଼କ: ଫ୍ରଡ୍ କେସ୍ ରେ ଫସିଲେ ପଟ୍ଟନାୟକ ବାପ-ପୁଅ

Next Post

‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ

Next Post
‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ

‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA