Tuesday, August 18, 2026 07:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ

by Our Correspondent
25 Jan, 2019- 08:22 PM
in Latest News, News
1 min read
0
‘କାଳିଆ’ ଯାତ୍ରାକୁ କେହି ରୋକିପାରିବେନି: ମୁଖ୍ୟମନ୍ତ୍ରୀ
ପୁରୀ: “ଆପଣମାନେ ସାରା ରାଜ୍ୟକୁ ଅନ୍ନ ଦେଉଛନ୍ତି । ଆପଣମାନେ ଦେଉଥିବା ଚାଉଳରେ ମହାପ୍ରାସଦ ହେଉଛି । ଆପଣ ଦେଉଥିବା ପରିବା ମହାପ୍ରସାଦରେ ଲାଗୁଛି । ଆପଣମାନେ ଏକ ମହାନ କାର୍ଯ୍ୟ କରୁଛନ୍ତି । ତେଣୁ ଏହି ଯୋଜନାର ନାମ ମୁଁ ‘କାଳିଆ’ ରଖିଲି । ଆଜି ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଆର୍ଶିବାଦ ନେଇ ‘କାଳିଆ’ ଯାତ୍ରା ଆରମ୍ଭ କଲି । ‘କାଳିଆ’ ଯାତ୍ରାକୁ କେହି ରୋକିପାରିବେ ନାହିଁ । ଓଡ଼ିଶାର ଅର୍ଥନୀତିରେ ବିକାଶରେ ଏହା ମାଇଲ ଖୁଣ୍ଟ ହୋଇରହିବ ।”
ଆଜି ପୁରୀରେ ପ୍ରଥମ ‘କାଳିଆ’ ଟଙ୍କା ବଣ୍ଟନର ଶୁଭାରମ୍ଭ କରିବା ଅବସରରେ ବିଶାଳ ଚାଷୀ ସମାବେଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ଥିଲା ଉଦବୋଧନ । ମୁଖ୍ୟମନ୍ତ୍ରୀ ଚାଷୀଭାଇମାନଙ୍କ ଆଗରେ ‘କାଳିଆ’ ଯୋଜନା ପଛର କାହାଣୀ କହିଥିଲେ । ସେ କହିଥିଲେ, ମୁଁ ଚାହେଁ ଆମର ଅନ୍ନଦାତାମାନେ ଭଲରେ ରୁହନ୍ତୁ । କେବଳ ଗୋଟିଏ ଥର ସାହାଯ୍ୟ କଲେ, ସମସ୍ୟା ଦୂର ହେବ ନାହିଁ । ତେଣୁ ଏପରି ଯୋଜନା ହେବା ଦରକାର ଯେପରି ଆପଣମାନେ ସବୁ ଫସଲରେ ସବୁ ଋତୁରେ ସାହାଯ୍ୟ ପାଇପାରିବେ । ସେଥିପାଇଁ ଏ କାଳିଆ ଯୋଜନା । ଆପଣମାନେ ୩ ବର୍ଷରେ ୬ଟି ଋତୁରେ ସାହାଯ୍ୟ ପାଇବେ । ଏହି ଯୋଜନାରେ ରାଜ୍ୟର ସବୁ ଚାଷୀ, ବିଶେଷକରି ଛୋଟ ଚାଷୀ, ଭାଗ ଚାଷୀ, କୃଷି ଶ୍ରମିକ ସମସ୍ତେ ସୁବିଧା ପାଇବେ । ରାଜ୍ୟର ୯୨ ପ୍ରତିଶତ ଚାଷୀ ଏଥିରୁ ଉପକାର ପାଇବେ । ଏଥିପାଇଁ କାଳିଆ ଯୋଜନାକୁ ଆଜି ସାରା ଦେଶରେ ସମସ୍ତେ ଭଲ ଯୋଜନା ଭାବରେ ପ୍ରଶଂସା କରୁଛନ୍ତି ।

ମାଳତୀପାଟପୁରଠାରେ ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷରୁ ଅଧିକ ଚାଷୀଙ୍କୁ ସିଧାସଳଖ ସହାୟତା ପ୍ରେରଣର ଶୁଭାରମ୍ଭ କରିଥିଲେ । ଫଳରେ ଏହି ଚାଷୀମାନଙ୍କ ଆକାଉଣ୍ଟଙ୍କୁ ସିଧା ଯାଇଛି ସହାୟତା ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଚାଷୀ ବର୍ଷକୁ ଦୁଇଥର ଏହି ଟଙ୍କା ପାଇବେ । ଖରିଫ ଋତୁ ପାଇଁ ଅକ୍ଷୟ ତୃତୀୟା ଦିନ ପ୍ରତି ଚାଷୀଙ୍କୁ ୫ ହଜାର ଟଙ୍କା ଏବଂ ରବି ଋତୁ ପାଇଁ ନୂଆଖାଇ ଦିନ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ସିଧା ଚାଷୀଙ୍କ ଆକାଉଣ୍ଟକୁ ଯିବ । ପୁରୀର ଏହି ସମାବେଶରେ ପ୍ରାୟ ଦେଢ଼ଲକ୍ଷ ଚାଷୀଙ୍କର ସମାଗମ ହୋଇଥିଲା ।
Previous Post

ଗୋଟିଏ ରାସ୍ତାରେ ମୋଦି-ନବୀନ: ରାହୁଲ ଗାନ୍ଧୀ

Next Post

ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Next Post
ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ରାଜ୍ୟର ଚାଷୀଭାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA