Monday, May 25, 2026 04:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

by Our Correspondent
26 Jan, 2019- 09:54 AM
in Latest News, News
1 min read
0
ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ
ଭୁୁବନେଶ୍ୱର: ଭାରତ ସରକାର ଘୋଷଣା କରିଥିବା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ମନା କରିଦେଇଛନ୍ତି । ନ୍ୟୁୟର୍କରେ ରହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଏକମାତ୍ର ଭଉଣୀ ବିନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗତକାଲି ପଦ୍ମଶ୍ରୀ ତାଲିକା ଘୋଷିତ ହେବା ପରେ ଶ୍ରୀମତୀ ମେହେଟ୍ଟା ନ୍ୟୁୟର୍କରୁ ତାଙ୍କର ନିଷ୍ପତ୍ତି ଜଣାଇ ଦେଇଛନ୍ତି ।
ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି, ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ମଣିଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି । କିନ୍ତୁ ବଡ଼ ଦୁଃଖର ସହ ତାଙ୍କୁ କହିବାକୁ ପଡୁଛି ଯେ ସେ ଏହାକୁ ଗ୍ରହଣ କରିବାକୁ ଉଚିତ ମଣୁନାହାନ୍ତି । ଆଗକୁ ସାଧାରଣ ନିର୍ବାଚନ ଅଛି । ଏଭଳି ସମୟରେ ଏହି ପୁରସ୍କାର ଭିନ୍ନ ବାର୍ତ୍ତା ଦେଇପାରେ । ଏହାଦ୍ୱାରା ସେ ନିଜକୁ ଏବଂ ସରକାରଙ୍କୁ ଅଡୁଆରେ ପକାଇବାକୁ ଚାହୁଁନାହାନ୍ତି । ଏହା ତାଙ୍କୁ ବହୁତ ଦୁଃଖ ଦେବ ବୋଲି ଗୀତା କହିଛନ୍ତି ।
ଶ୍ରୀମତୀ ମେହେଟ୍ଟାଙ୍କ ଏହି ନିଷ୍ପତ୍ତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ନିଷ୍ପତ୍ତି ତାଙ୍କ ମର୍ଯ୍ୟାଦାକୁ ଦ୍ୱିଗୁଣିତ କରିଛି ବୋଲି ବୁଦ୍ଧିଜୀବୀମହଲ ମତ ଦେଇଛନ୍ତି । ସୂଚନାଯୋଗ୍ୟ, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟା ଜଣେ ବିଶିଷ୍ଟ ଲେଖିକା ଭାବେ ଆର୍ନ୍ତଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ୧୯୯୭ରେ ତାଙ୍କ ରଚିତ ସ୍ନେକସ୍ ଆଣ୍ଡ ଲାଡର୍ସ: ଗ୍ଲିମ୍ପସ୍ ଅଫ ମଡ଼ର୍ଣ୍ଣ ଇଣ୍ଡିଆ ବହୁ ପାଠକୀୟ ଆଦର ଲାଭ କରିଥିଲା । ତାଙ୍କର ଅନ୍ୟାନ୍ୟ ଚର୍ଚ୍ଚିତ ପୁସ୍ତକ ମଧ୍ୟରେ ରହିଛି, କର୍ମ କେଲା(୧୯୭୯), ରାଜ(୧୯୮୯), ଏ ରିଭର୍ ସୂତ୍ର(୧୯୯୩) ଏବଂ ଇଟରନାଲ ଗଣେଶ: ଫ୍ରମ ବାର୍ଥ ଟୁ ରିବାର୍ଥ)୨୦୦୬) ।
ପୁସ୍ତକ ରଚନା ସହ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ବହୁ ସ୍ୱୀକୃତି ମିଳିଛି । ଏହାକୁ ବିଚାର କରି ଭାରତ ସରକାର ତାଙ୍କୁ ଚଳିତବର୍ଷର ପଦ୍ମ ସମ୍ମାନ ପାଇଁ ମନୋନୀତ କରିଥିଲେ ।
Previous Post

କମାଲ୍ କଲେ ରାହୁଲ

Next Post

‘କାଳିଆ’ ଯାତ୍ରାକୁ ନବୀନ ନେଲେ ଗଂଜାମ

Next Post
‘କାଳିଆ’ ଯାତ୍ରାକୁ ନବୀନ ନେଲେ ଗଂଜାମ

‘କାଳିଆ’ ଯାତ୍ରାକୁ ନବୀନ ନେଲେ ଗଂଜାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA