ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସରକାରୀ ଅନୁମୋଦିତ ୱେବ୍ ମିଡ଼ିଆଙ୍କୁ କେତେ ବିଜ୍ଞାପନ ଦିଆଯାଇଛି ଗତକାଲି ବିଧାନସଭାରେ ତଥ୍ୟ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ଦେଇଥିବା ତଥ୍ୟରେ ବିଭିନ୍ନ କାଟାଗୋରିର ୧୭ଟି ୱେବ୍ ମିଡ଼ିଆକୁ ମିଳିଥିବା ବିଜ୍ଞାପନ ଅର୍ଥର ତାଲିକା ରହିଛି । ପର୍ଯ୍ୟାୟକ୍ରମେ ମୋଟ ୨୫ ଟି ସଂସ୍ଥା ଏ ପର୍ଯ୍ୟନ୍ତ ସରକାରୀ ତାଲିକାଭୁକ୍ତ ହୋଇଛନ୍ତି ଏବଂ ବୋଧହୁଏ ବିଧାନସଭା ପାଇଁ ଉତ୍ତର ପ୍ରସ୍ତୁତ ବେଳକୁ ଆଗୁଆ ତାଲିକାଭୁକ୍ତ ୧୭ଟି ସଂସ୍ଥା ବିଜ୍ଞାପନ ପାଇଥିଲେ ।
ନଜର ପକାନ୍ତୁ କେଉଁ ୱେବ୍ ମିଡ଼ିଆ କେତେ ବିଜ୍ଞାପନ ପାଇଛନ୍ତି
(୧) କନକନିଉଜ୍- ୧ ଲକ୍ଷ ୭୫ ହଜାର ୮୨୦
(୨) ସମ୍ବାଦ- ୧ ଲକ୍ଷ ୭୫ ହଜାର ୮୨୦
(୩) ଓଡ଼ିଶା ସନଟାଇମସ୍-୧ ଲକ୍ଷ ୭୫ ହଜାର ୮୨୦
(୪) ଧରିତ୍ରୀ-୧ ଲକ୍ଷ ୭୫ ହଜାର ୮୨୦
(୫) ଓରିଶାପୋଷ୍ଟ-୧ ଲକ୍ଷ ୭୫ ହଜାର ୮୨୦
(୬) ଓଡ଼ିଶାଲାଇଭ୍.ଟିଭି-୧ ଲକ୍ଷ ୭୫ ହଜାର ୮୨୦
(୭) ଓମକମନିଉଜ୍.କମ୍-୧୯ ଲକ୍ଷ ୮ ହଜାର ୬୦
(୮) ସମାଜଲାଇଭ୍.ଇନ୍-୧ ଲକ୍ଷ ୭୫ ହଜାର ୮୨୦
(୯) ଓଡ଼ିଶାହଟନିଉଜ୍.କମ୍-୧ ଲକ୍ଷ ୭୫ ହଜାର ୮୨୦
(୧୦) ତଥ୍ୟ.ଇନ୍-୧ ଲକ୍ଷ ୭୫ ହଜାର ୮୨୦
(୧୧) ଓଡ଼ିଶାସ୍ପଟନିଉଜ୍.କମ୍-୧ ଲକ୍ଷ ୭୫ ହଜାର ୮୨୦
(୧୨) ପ୍ରଗତିବାଦୀ.କମ୍-୯୯ ହଜାର ୧୨୦
(୧୩) ଅପଡ଼େଟଓଡ଼ିଶା.କମ୍-୧ ଲକ୍ଷ ୨୦ ହଜାର
(୧୪) ମିଡ଼ଡ଼େଓଡ଼ିଶା.କମ୍-୧ ଲକ୍ଷ ୨୦ ହଜାର
(୧୫) ଓଡ଼ିଶାଟାଇମ୍.କମ୍-୧ ଲକ୍ଷ ୨୦ ହଜାର
(୧୬) ଓଡ଼ିଶାସମୟ.କମ୍-୧ ଲକ୍ଷ ୫ ହଜାର
(୧୭) ସମୟଲାଇଭ୍.ଇନ୍-୧ ଲକ୍ଷ

ୱେବ୍ ମିଡ଼ିଆ ସରକାରୀ ବିଜ୍ଞାପନ ତାଲିକାଭୁକ୍ତ ହେବା ପରଠୁ ଏହି ସବୁ ସଂସ୍ଥାକୁ ଏକା ସମୟରେ ବିଜ୍ଞାପନ ଦିଆଯାଇଛି । ବିଧାନସଭାରେ ସ୍ଥାନିତ ତଥ୍ୟକୁ ଦେଖିଲେ, ସବୁ ସଂସ୍ଥାକୁ ଏହି ସମୟରେ ମାତ୍ର ଦୁଇଟି ବିଜ୍ଞାପନ ମିଳିଛି । ସେଥିମଧ୍ୟରୁ ଗୋଟିଏ ବ୍ୟାନର୍ ବିଜ୍ଞାପନ ଓ ଆରଟି ଏକ ଭିଡ଼ିଓ ବିଜ୍ଞାପନ । କାଟାଗୋରି ଅନୁସାରେ ଯିଏ ଯେତିକି ଅର୍ଥ ପାଇଛନ୍ତି । ମାତ୍ର ବ୍ୟତିକ୍ରମ ହୋଇଛି ଓମକମନିଉଜ୍.କମ୍ । ସମସ୍ତେ ଏକା ସମୟରେ ଅଲଗା ଅଲଗା ମାତ୍ର ଦୁଇଟି ବିଜ୍ଞାପନ ପାଇଥିଲା ବେଳେ ଓମକମ୍ ପାଖକୁ ଯାଇଛି ଗଦା ଗଦା ବିଜ୍ଞାପନ । ଯେଉଁଥିପାଇଁ ଅନ୍ୟସମସ୍ତଙ୍କ ଆୟ ୨ ଲକ୍ଷ ଛୁଉଁ ନ ଥିବା ବେଳେ ଓମକମ୍ ୧୯ ଲକ୍ଷକୁ ଟପିଯାଇଛି । ଅନ୍ୟମାନଙ୍କୁ ଅଣଦେଖା କରି ଏହି ନିର୍ଦ୍ଦିଷ୍ଟ ସଂସ୍ଥାକୁ ସରକାର ଗଦା ଗଦା ବିଜ୍ଞାପନ ଢ଼ାଳିବା ପଛର ରହସ୍ୟକୁ ନେଇ ଚର୍ଚ୍ଚା ହେଲାଣି ।
ଏଠାରେ ଉଲ୍ଲେଖଥାଉକି, ସଂପୃକ୍ତ ସଂସ୍ଥା ବିନା ବିଜ୍ଞପ୍ତି ଓ ବିନା ରିଲିଜ୍ ଅର୍ଡରରେ ୧୫ ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇ ନେଇଥିବା ସମ୍ପର୍କରେ ‘ମିଡ଼ଡ଼େ ଓଡ଼ିଶା’ ଗତବର୍ଷ ଜୁନ୍ ୨୧ ତାରିଖରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ କରିଥିଲା । ଯାହାର ଶୀର୍ଷକ ଥିଲା, “ନିଦେ୍ର୍ଦଶକ ଝାଳନାଳ, ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ” । ମାତ୍ର ଏହାକୁ ପାସଙ୍ଗରେ ନେଇ ନ ଥିଲେ ସଂପୃକ୍ତ ବିଭାଗ । ଖାଲି ସେତିକି ନୁହେଁ ବେଆଇନ ଭାବେ ସରକାରୀ ଡକ୍ୟୁମେଣ୍ଟାରି କାମ କରି ସଂପୃକ୍ତ ସଂସ୍ଥା ସୂଚନା ଓ ଲୋକସମ୍ପର୍କ ବିଭାଗରୁ କୋଟି କୋଟି ଟଙ୍କା ଚଳୁ କରିଥିବା ବି ଅଭିଯୋଗ ରହିଛି । ପାଠକଙ୍କ ଅବଗତି ନିମନ୍ତେ ଆମେ ସେହି ରିପୋର୍ଟକୁ ଏଠାରେ ସଂଲଗ୍ନ କରୁଛୁ ।
ନିର୍ଦ୍ଦେଶକ ଝାଳନାଳ; ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ
‘ମିଡ଼ଡେ ଓଡ଼ିଶା’ ଖବରର ସତ୍ୟତା ଏବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରୁ ପ୍ରମାଣିତ ହୋଇଛି ।
କହିବା ବାହୁଲ୍ୟ, ସୋସିଆଲ୍ ମିଡ଼ିଆ ଓ ଓଡ଼ିଆ ୱେବ୍ ମିଡ଼ିଆକୁ ପ୍ରୋତ୍ସାହନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତରିକତା ଦେଖାଇ ଆସୁଛନ୍ତି । ଫଳସ୍ୱରୂପ ସରକାର ଯୋଗ୍ୟ ୱେବ୍ ମିଡ଼ିଆକୁ ମାନ୍ୟତା ଦେଇ ବିଜ୍ଞାପନ ନୀତିରେ ସାମିଲ କରିଛନ୍ତି । ଲୋକଙ୍କୁ ତାଜା ଖବର ଦେବା ଓ ଖବର ପରିବେଷଣର ଶୈଳୀ ଯୋଗୁଁ ଅଧିକାଂଶ ସଂସ୍ଥା ପାଠକଙ୍କ ବିଶ୍ୱାସ ଲାଭ କଲେଣି । ବଡ଼ ବଡ଼ ଗଣମାଧ୍ୟମଗୁଡ଼ିକ ସହ ପ୍ରତିଯୋଗିତାକୁ ଓହ୍ଲେଇଲେଣି । ମାତ୍ର ସରକାର ସେମାନଙ୍କୁ ପ୍ରୋତ୍ସାହନ ନ ଦେଇ ଏହି ନିର୍ଦ୍ଦିଷ୍ଟ ଇଂରାଜୀ ୱେବ୍ ପୋର୍ଟାଲ୍ ପ୍ରେମରେ ପଡ଼ିଛନ୍ତି । ଏହି ସଂସ୍ଥା ପାଇଁ ରାଜକୋଷ ଭଣ୍ଡାର ଖୋଲି ଦେଇଛନ୍ତି । ତାହାପୁଣି ସମ୍ପୂର୍ଣ୍ଣ ବେଆଇନ ଭାବରେ । ସମସ୍ତଙ୍କ ଜାଣତରେ ଏହି ସାଂଘାତିକ ବେଆଇନ କାରବାର ଚାଲିଛି । ନା ଅଫିସର ଡରୁଛନ୍ତି ନା ସେହି ବ୍ୟକ୍ତି ।