Tuesday, May 26, 2026 04:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ବନାମ ବିଜେଡ଼ି

by Our Correspondent
11 Feb, 2019- 11:01 PM
in Latest News, News, Politics
1 min read
0
ଧର୍ମେନ୍ଦ୍ର ବନାମ ବିଜେଡ଼ି
ଭୁବନେଶ୍ୱର: ହକି ବିଶ୍ୱକପ୍ ରେ ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କମନ ୱେଲଥ୍ ଗେମ୍ ପରି ହକି ବିଶ୍ୱକପ୍ ରେ ଦୁର୍ନୀତି ହୋଇଛି । ହକି ନାଁରେ ଅଣଓଡ଼ିଆ ଅଫିସରମାନେ ବିଭିନ୍ନ କମ୍ପାନୀଠାରୁ ଟଙ୍କା ଆଦାୟ କରିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସେଥିରେ ସଂଶ୍ଲିଷ୍ଟ ଅଛନ୍ତି । ଏଥିସହ ଧର୍ମେନ୍ଦ୍ର ଆଉ ଦୁଇଟି ପ୍ରସଙ୍ଗ ଉଠାଇଛନ୍ତି । ପ୍ରଥମଟି- ଓଡ଼ିଶାରେ ଅନେକ ସାମ୍ବିଧାନିକ ପଦବୀ ଖାଲି ଅଛି । ଓଡ଼ିଶା ସରକାର ସରକାର ସେ ନେଇ ଯଥାଶୀଘ୍ର କାର୍ଯ୍ୟ କରିବା ଉଚିତ । ଦ୍ୱିତୀୟ- ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଲାଗୁ କରିବାକୁ ଟାଳଟୁଳ ନୀତି ଆରମ୍ଭ କରିଛନ୍ତି ।
ତେବେ ଧର୍ମେନ୍ଦ୍ରଙ୍କ ଏହି ଅଭିଯୋଗକୁ ନେଇ ବିଜେଡ଼ି କଡ଼ା ପ୍ରତିକିୟା ପ୍ରକାଶ କରିଛି । ଧର୍ମେନ୍ଦ୍ରଙ୍କୁ ଜଣେ ଅଭ୍ୟାସଗତ ମିଛୁଆ ବୋଲି ଦୋହରାଇଛନ୍ତି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସବୁ ପ୍ରଶ୍ନ ଧର୍ମେନ୍ଦ୍ର ବାବୁଙ୍କ ପାଇଁ ପ୍ରଜୁଯ୍ୟ ବୋଲି ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଜଣେ ଅଭ୍ୟାସଗତ ମିଛୁଆ ଭାବେ ଜଣାଶୁଣା ଧର୍ମେନ୍ଦ୍ର ବାବୁ ମୁହଁ ଖୋଲି କହିବେ କି, ୫ ବର୍ଷ ତଳେ ତାଙ୍କ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ତାହା କୁଆଡେ ଗଲା? ଚାଷୀମାନଙ୍କ ଆୟ ଦେଢ଼ଗୁଣ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ଦେଇ ନ ଥିଲା କି? ମାତ୍ର ତାହା କୁଆଡ଼େ ଗଲା? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ ଯଉଁ ସଂକଳ୍ପ ପାରିତ କଲା ସେଥିରେ ତାଙ୍କ ଦଳର ସମର୍ଥନ ଥିଲା । ମାତ୍ର ଦିଲ୍ଲୀରେ ସେହି ସ୍ୱର ଚପିଗଲା କାହିଁକି? ଓଡ଼ିଶାରେ ଜନ୍ମ ହୋଇଥିବା ଧର୍ମେନ୍ଦ୍ର ବାବୁ ଓଡ଼ିଶାବାସୀଙ୍କ ମହାନଦୀ ସ୍ୱାର୍ଥ ପ୍ରସଙ୍ଗରେ ନିରବ ରହିଲେ କାହିଁକି? ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ନେଇ ପ୍ରଶ୍ନ କରିଥିବା ଧର୍ମେନ୍ଦ୍ର ବାବୁଙ୍କର ଯଦି ସତସାହାସ ଅଛି ତେବେ ସ୍ପଷ୍ଟ ଭାବେ କହନ୍ତୁ ଯେ ଗତ ୫ ବର୍ଷରେ ଭାରତବର୍ଷରେ ଲୋକପାଳ କାହିଁକି ନିଯୁକ୍ତି ହୋଇପାରିଲେ ନାହିଁ? ସେ ସମ୍ବିଧାନ ବିଷୟରେ ଏତେ କଥା କହୁଛନ୍ତି ମାତ୍ର ସମ୍ବିଧାନ ବିଷୟରେ ଯଦି ସାଧାରଣ ଜ୍ଞାନ ଅଛି ତେବେ ଯେଉଁ ଲୋକପାଳକୁ ନେଇ ସେମାନେ ରାଜରାସ୍ତାରେ ଲଢ଼େଇ କରିଥିଲେ ଏବଂ କେନ୍ଦ୍ରରେ ସରକାରକୁ ଆସିଥିଲେ ସେହି ଲୋକପାଳ ଗଲା କୁଆଡେ? ଏହାର ଉତ୍ତର ଧର୍ମେନ୍ଦ୍ର ବାବୁଙ୍କ ପାଖରେ ଅଛି କି? ନା ପଳାୟନପନ୍ଥୀ ହୋଇ ଦୁଇ ଦୁଇ ମିନିଟ୍ ର ବାଇଟ୍ ଦେଇ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି? ତାର ଉତ୍ତର ଧର୍ମେନ୍ଦ୍ର ବାବୁ ରଖିବେ କି ? ଗୋଦରୀ ଲୋ ନିଜ ଗୋଡ଼କୁ ଅନା । ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଧର୍ମେନ୍ଦ୍ର ବାବୁ ଆଉ ମିଛ ଭାଷଣ ଦିଅନ୍ତୁ ନାହିଁ । ଓଡ଼ିଶା ଲୋକେ ସବୁ ବୁଝିସାରିଲେଣି ବୋଲି ଡ. ପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ମହାନଦୀ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି ଡ. ପାତ୍ର । ବିଜେପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଉଭୟ ଓଡ଼ିଶା ବିରୋଧୀ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ରାଜ୍ୟ ବିଜେପି ଯେଭଳି ଆଭିମୁଖ୍ୟ ରଖିଥିଲା ଏବେ କଂଗ୍ରେସ ସେହି ଆଭିମୁଖ୍ୟକୁ ଓହ୍ଲାଇଛି । ବେଆଇନ ବ୍ୟାରେଜ୍ ନିର୍ମାଣ ବନ୍ଦ କରିବା ପରିବର୍ତ୍ତେ ଛତିଶଗଡ଼ ମନ୍ତ୍ରୀ ଟି.ଏସ୍.ସିଂହଦେଓ ଏଠି ଆଜି ପୁଣି ରାଜନୀତି ଆରମ୍ଭ କଲେଣି । ବିଜେପି ପରି ସେ ବି କହିଲେଣି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ । ଉଭୟ ବିଜେପି ଓ କଂଗ୍ରେସ ଓଡ଼ିଶାବାସୀଙ୍କୁ ଏମିତି ପ୍ରତାରଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ନିର୍ବାଚନରେ ଓଡ଼ିଶା ଜନସାଧାରଣ ସେମାନଙ୍କୁ ଜବାବ ଦେବେ ବୋଲି ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ।
Previous Post

ଭୃଗୁଙ୍କୁ ବି ବେମାର, ହାଜର ହେଲେନି

Next Post

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ୯ ଜିଲ୍ଲାରେ ନୂଆ ଏସପି

Next Post
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ୯ ଜିଲ୍ଲାରେ ନୂଆ ଏସପି

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ, ୯ ଜିଲ୍ଲାରେ ନୂଆ ଏସପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA