Tuesday, May 26, 2026 11:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ

by Our Correspondent
16 Feb, 2019- 05:11 PM
in Latest News, News
1 min read
0
ଓଡ଼ିଆ ସହିଦଙ୍କୁ ଓଡ଼ିଶା ମାଟିରେ ସଲାମ, ସହାୟତା ରାଶି ୨୫ ଲକ୍ଷକୁ ବଢ଼େଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆତଙ୍କବାଦର ଶିକାର ଦୁଇ ଓଡ଼ିଆ ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ବୀର ସହିଦଙ୍କ କଫିନ ଧରି ଦିଲ୍ଲୀରୁ ଆସିଥିବା ସ୍ୱତନ୍ତ୍ର ବିମାନ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ହଜାର ହଜାର ଜନତା ବହୁ ଆଗରୁ ଆସି ଅପେକ୍ଷା କରିଥିଲେ । ଦେଶମାଟି ପାଇଁ ବଳିଦାନ ଦେଇଥିବା ଏହି ବୀର ଜବାନଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ ସାଙ୍ଗକୁ ପ୍ରବଳ କ୍ରୋଧ ବି ଥିଲା । ପାକିସ୍ଥାନର ନିପାତ ପାଇଁ ସତେ ଯେମିତି ଶପଥ ନେଇ ଆସିଥିଲେ । ଭାରତମାତା ଜିନ୍ଦାବାଦ, ପାକିସ୍ଥାନ ମୁର୍ଦ୍ଦାବାଦ ଧ୍ୱନିରେ ଫାଟି ପଡୁଥିଲା ବିମାନବନ୍ଦର ଅଞ୍ଚଳ । ବିମାନ ପହଞ୍ଚିଲା କ୍ଷଣି ସେଠାରେ ଏକ ଭାବଗମ୍ଭୀର ପରିବେଶ ଦେଖିବାକୁ ମିଳିଥିଲା । ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ସେଠାରେ ଉପସ୍ଥିତ ସହିଦଙ୍କ ପରିବାରବର୍ଗଙ୍କ କାନ୍ଦବୋବାଳି ଅନ୍ୟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା । ସମବେତ ଜନତାଙ୍କ ମୁହଁରୁ ସହିଦ ପ୍ରସନ୍ନ ସାହୁ ଅମର ରହେ.. ସହିଦ ମନୋଜ ବେହେରା ଅମର ରହେ.. ଧ୍ୱନି ପରିବେଶକୁ ଆହୁରି ଗମ୍ଭୀର ଓ ନିଆରା କରିଦେଇଥିଲା ।
ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସବୁ ରାଜନୈତିକ ଦଳର ନେତାମାନେ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ସବୁ ଦଳର ଅନେକ ନେତା ଓ ଶହ ଶହ କର୍ମୀ ସେଠାରେ ଉପସ୍ଥିତ ରହି ଦେଶର ଏହି ବୀର ଜବାନଙ୍କୁ ଭକ୍ତପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦଙ୍କ ନିଜ ଅଞ୍ଚଳ ଓ ଦୂର ଦୂରାନ୍ତରୁ ଅନେକ ଲୋକ ଦୁଇ ସହିଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଭୁବନେଶ୍ୱର ଛୁଟି ଆସିଥିଲେ । ପୁରୁଣା ବିମାନ ବନ୍ଦରରେ ପ୍ରାୟ ଅଧଘଣ୍ଟା ପାର୍ଥିବ ଶରୀର ରହିବା ପରେ ଦୁଇଟି ସ୍ୱତନ୍ତ୍ର ଗାଡ଼ିରେ ଦୁଇ ସହିଦଙ୍କ ଗାଁ ଅଭିମୁଖେ ଯାତ୍ରା କରିଥିଲା ।

ସହାୟତା ରାଶି ୨୫ ଲକ୍ଷକୁ ବଢ଼ିଲା

ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପରିବାରକୁ ରାଜ୍ୟ ସରକାର ପୂର୍ବରୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାଶିକୁ ଆଜି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ତିନୋଟି ଘୋଷଣା କରିଛନ୍ତି । ସହିଦଙ୍କ ପିଲାମାନଙ୍କ ପଢ଼ାଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ସେମାନଙ୍କ ଗାଁକୁ ମଡ଼େଲ ପଞ୍ଚାୟତ କରାଯିବ ଏବଂ ସେମାନେ ପାଠ ପଢ଼ିଥିବା ସ୍କୁଲକୁ ସହିଦଙ୍କ ନାଁରେ ନାମିତ କରାଯିବ ।
Previous Post

ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି; ସାରା ଦେଶ କାନ୍ଦିଲା,ଏକଜୁଟ ହେଲା

Next Post

ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ

Next Post
ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ

ସହିଦଙ୍କ ପାଇଁ ଦୁଇ ମିନିଟ୍ ନିରବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA