Thursday, July 2, 2026 02:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ – କଂଗ୍ରେସ

by Our Correspondent
19 Feb, 2019- 11:56 PM
in News
1 min read
0
ନିର୍ବାଚନ ପୂର୍ବରୁ ୬ଟି ଆର.ଡି.ସି. ତଦନ୍ତ ରିପୋର୍ଟକୁ ସରକାର ସାର୍ବଜନୀନ କରନ୍ତୁ – କଂଗ୍ରେସ
ଭୁବନେଶ୍ୱର: ଓଡିଶାରେ ବିଭିନ୍ନ ସମୟରେ ଓ ବିଭିନ୍ନ ଘଟଣା ପ୍ରବାହରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ନବୀନ ସରକାର ଆଜି ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏ ନେଇ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । କାହିଁକି ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଘଟଣାର ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓ ଏହାର ଆକ୍ସନଟେକେନ୍ ରିପୋର୍ଟକୁ ଲୋକଲୋଚନକୁ ଆଣୁନାହାନ୍ତି, ତା’ର ଉତର ରଖିବାକୁ ଦାବି କରିଛି କଂଗ୍ରେସ ।
ବିଗତ ଦିନରେ ଘଟିଥିବା ୬ଟି ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଯଥା – ୧) କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନମତରା ଗୁଳିକାଣ୍ଡ ଘଟଣା, ୨) ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା, ୩) ପୁରୀ ଠାରେ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ୪) ପୁରୀ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ, ୫) ଭଦ୍ରକ ଦଙ୍ଗା ଘଟଣା ଓ ୬) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର କୋଟପାଡ ଠାରେ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ରହସ୍ୟମୟ ନିରବତା ଅବଲମ୍ବନ କରୁଛନ୍ତି । ଏହି ସମସ୍ତ ୬ଟି ଘଟଣା ମଧ୍ୟରୁ କେବଳ ପ୍ରଥମ ତିନୋଟି ଘଟଣାରେ ଯଥା ନମତରା ଗୁଳିକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଓ ଇସ୍କନ୍ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆର.ଡି.ସି. ସ୍ତରୀୟ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯାହାକୁ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ । ଅନ୍ୟ ତିନୋଟି ଘଟଣା ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ ସ୍ୱର୍ଗଦ୍ୱାର ଜମି କେଳେଙ୍କାରୀ ମାମଲା ହେଉ ଅବା ଭଦ୍ରକ ଦଙ୍ଗା ଘଟଣା କିମ୍ବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ନିଖୋଜ ଘଟଣା ସଂପର୍କିତ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଚାପି ଦେବାକୁ ବସିଛନ୍ତି ସରକାର ଏବଂ ଏ ସଂପର୍କିତ କୌଣସି ଖବର ସରକାରଙ୍କ ପାଖରେ ନଥିବା ସୂଚନା ଅଧିକାର ଆଇନ୍ ବଳରେ ମଗାଯାଇଥିବା ରିପୋର୍ଟରୁ ଜଣାପଡିଛି ।
ଏ ସମସ୍ତ ଘଟଣାରେ ଯାହା ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ସହିତ ଜଡିତ ଅଛି ତାହା ହେଲା କୋଟପାଡ ଠାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଆକାଶମାର୍ଗରେ ଦୀର୍ଘ ୪୫ ମିନିଟ୍ ଧରି ନିଖୋଜ ହୋଇଯିବା ଘଟଣା ଯାହା ଉପରେ ଆର.ଡି.ସି. ତଦନ୍ତ ରିପୋର୍ଟର ସ୍ଥିତି କ’ଣ ତାହା ଲୋକଙ୍କୁ ଜଣାଇବାର ଦାୟିତ୍ୱ ନିଅନ୍ତୁ ସରକାର । ଏ ଘଟଣାରେ କେବଳ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବହିଷ୍କାର କରି ଚୁପ୍ ବସିଗଲେ ସରକାର । ଏଭଳି ୬ଟି ସମ୍ବେଦନଶୀଳ ପ୍ରସଙ୍ଗରେ ଆର.ଡି.ସି. ତଦନ୍ତ ରିପୋର୍ଟକୁ ଓଡିଶାବାସୀଙ୍କ ସାମ୍ନାରେ ଅନ୍ତତଃ ନିର୍ବାଚନ ପୂର୍ବରୁ ସାର୍ବଜନୀନ କରିବାକୁ ମୁଖ୍ୟମନ୍ତ୍ରୀ ନିଜେ ନିଦେ୍ର୍ଦଶ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥି, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।
Previous Post

ବାଜିରେ ୬ ଲକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀ

Next Post

ଜମେଇଲେନି ଯୋଗୀ

Next Post
ଜମେଇଲେନି ଯୋଗୀ

ଜମେଇଲେନି ଯୋଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA