Saturday, May 9, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

by Our Correspondent
10 Jan, 2016- 05:47 PM
in News
1 min read
0
ନବୀନ ଡଙ୍ଗାରେ ଦାଗୀ ପିଟ୍ରୋଡା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୨ ହଜାର କୋଟି ଟଙ୍କାର ନ୍ୟାସନାଲ୍‍ ହେରାଲଡ ଘୋଟାଲା କାହାରିକୁ ଅଜଣା ନାହିଁ । ପାଠକଙ୍କୁ ମନେ ପକାଇଦେଉଛୁ ଯେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ମାମଲାରେ ସୋନିଆ ଓ ରାହୁଲ ଗାନ୍ଧୀ ମୁଖ୍ୟ ଅଭିଯୁକ୍ତ ଥିଲା ବେଳେ ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଣ୍ଡିଜ୍‍, ସୁମନ ଦୁବେ ଓ ସାମ୍‍ ପିଟ୍ରୋଡା ହେଉଛନ୍ତି ସହ-ଅଭିଯୁକ୍ତ । ସୋନିଆ ଓ ରାହୁଲ ଗାନ୍ଧୀଙ୍କର ଏମାନେ ହେଲେ ମେନ୍‍ ଲୋକ । ଗତ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀର ପାତିଆଲା ହାଉସ୍‍ କୋର୍ଟରେ ସମସ୍ତଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିଦେ୍ର୍ଧଶ ଥିଲା । ତେବେ ସାମ୍‍ ପିଟ୍ରୋଡାଙ୍କ ଛଡ଼ା ଅନ୍ୟମାନେ କୋର୍ଟରେ ଉପସ୍ଥିତ ହୋଇଥିଲେ ଏବଂ ବେଲ୍‍ ପାଇଥିଲେ । ଅବଶ୍ୟ ସାମ୍‍ ପିଟ୍ରୋଡାଙ୍କୁ ବି ବେଲ୍‍ ମିଳିଥିଲା । ହେଲେ ତାହା ପଛରେ ଥିଲା ମେଡ଼ିକାଲ୍‍ ଗ୍ରାଉଣ୍ଡ । ପିଟ୍ରୋଡା କୁଆଡେ ଗୁରୁତର ଅସୁସ୍ଥ ଥାଇ ଆମେରିକାରେ ଚିକିତ୍ସିତ ହେଉଥିଲେ । ତେବେ ପରବର୍ତା ଶୁଣାଣି ଫେବୃଆରୀ ୨୦ ତାରିଖରେ ଥିବାରୁ ପିଟ୍ରୋଡାଙ୍କ ପାଖକୁ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ଫ୍ରେସ୍‍ ସମନ୍‍ ପଠାଇଛନ୍ତି । ତାହା ପୁଣି ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପିଟ୍ରୋଡାଙ୍କ ଆମେରିକା ରହଣିସ୍ଥଳକୁ ।

ପିଟ୍ରୋଡାଙ୍କ ଉଦେ୍ଶ୍ୟରେ ଫ୍ରେସ୍‍ ସମନ୍‍ ଖଣ୍ଡକ ଆମେରିକାରେ ବୁଲୁଥିବା ବେଳେ ସେ କିନ୍ତୁ ଓଡ଼ିଶାରେ ଆସି ନାଲିବତୀ ଚଢ଼ିଲେଣି । ନବୀନ ପଟ୍ଟନାୟକ ତାଙ୍କୁ ଆଇଟି ପରାମର୍ଶଦାତା ନିଯୁକ୍ତ କରି କ୍ୟାବିନେଟ୍‍ ପାହ୍ୟା ଦେଇଛନ୍ତି । ପିଟ୍ରୋଡାଙ୍କ ଭଳି ଜଣେ ମହାନ୍‍ ବ୍ୟକ୍ତିତ୍ୱଙ୍କ ବିଜ୍ଞତା ଓ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବାର ସାହାସ କାହାର ନାହିଁ । ମାତ୍ର ସେ ଜଡ଼ିତ ହୋଇଥିବା ପ୍ରକାଣ୍ଡ ମାମଲା, ଆମେରିକାରେ ରହସ୍ୟମୟ ଅସୁସ୍ଥତା ଓ ଅଚାନକ ନବୀନଙ୍କ ନାଲିବତୀ ଡୋର ସମସ୍ତଙ୍କୁ ସନଦହରେ ପକାଇଛି ।

ନ୍ୟାସନାଲ୍‍ ହେରାଲଡ଼ ଷ୍ଟୋରୀର ନାୟକ ପିଟ୍ରୋଡା ଗୁଜରାଟର ମୂଳ ବାସିନ୍ଦା ହେଲେ ବି ଟିଟିଲାଗଡ଼ରେ ଜନ୍ମ ହୋଇଛନ୍ତି । ତେଣୁ ତାଙ୍କୁ ଅଧା ଓଡ଼ିଆ କହିଲେ ଭୁଲ୍‍ ହେବନାହିଁ । ଦେଶରେ ଟେଲିକମ୍‍ ବିପ୍ଲବର ମୁଖ୍ୟ କାର୍ପଟଦାର ହେଉଛନ୍ତି ପିଟ୍ରୋଡା । ଟେଲିକମ୍‍ ଓ ଆଇଟି କ୍ଷେତ୍ରରେ ଭାରତ ଆଜି ଯେଉଁ ସୋପାନରେ ପହଞ୍ଚିଛି ତାହାର ଶ୍ରେୟ ନିଶ୍ଚିତ ଭାବେ ପିଟ୍ରୋଡାଙ୍କର । ଓଡ଼ିଶା ମାଟିରେ ଏଭଳି ଜଣେ ମହାନ୍‍ ପୁରୁଷ ଜନ୍ମ ହୋଇ ସାରା ଭାରତରେ ଟେଲିକମ୍‍ ବିପ୍ଲବ ଆଣିବା ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ସେହି ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରି ଓଡ଼ିଶା ପାଇଁ ୨୦୩୬ ର ସ୍ୱପ୍ନ ଦେଖିବା ସ୍ଥୂଳତଃ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ମାତ୍ର ପିଟ୍ରୋଡାଙ୍କ ଭଳି ଜଣେ ଆନ୍ତର୍ଜାତୀୟସ୍ତରର ଗୁଣସମ୍ପନ୍ନ ବ୍ୟକ୍ତିତ୍ୱ ଏବଂ ଆଇଟି କ୍ଷେତ୍ରରେ ଭାରତବର୍ଷର ମୁଖିଆ ଦାୟିତ୍ୱ ନିର୍ବାହ କରିଥିବା ଲୋକ ଓଡ଼ିଶା ଭଳି ଛୋଟିଆ ରାଜ୍ୟକୁ କର୍ମସ୍ଥଳୀ ଭାବେ ବାଛିବା ଏବଂ ନାଲିବତୀ ମୋହରେ ପଡ଼ିବା ଅଡୁଆ ପ୍ରଶ୍ନ ତୋଳିଛି । ଯେଉଁ ସମୟରେ ଓଡ଼ିଶା ଆସିଛନ୍ତି ତାହା ବି ରହସ୍ୟମୟ । ଗୋଟିଏ ପଟେ ନ୍ୟାସନାଲ୍‍ ହେରାଲଡ୍‍ ମାମଲାରେ କୋର୍ଟକୁ ଅସୁସ୍ଥ ଦର୍ଶାଇ ଶୁଣାଣିରେ ଅନୁପସ୍ଥିତ ରହିବା ଏବଂ ତାଙ୍କ ବିରୋଧରେ ସାନି ସମନ୍‍ ଆମେରିକାରେ ବୁଲିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ସମ୍ପୂର୍ଣ୍ଣ ଫିଟ୍‍ ଥିବା ପିଟ୍ରୋଡା ଓଡ଼ିଶାରେ ନାଲିବତୀ ଚଢ଼ିବା ଗୁଡ଼ାଏ ପ୍ରଶ୍ନ ଆଙ୍କିଛି ।

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ କୋର୍ଟରୁ ବେଲ୍‍ ପାଇଥିବା ପିଟ୍ରୋଡାଙ୍କ ବିରୋଧରେ ସାଂଘାତିକ ଦଫାରେ ମାମଲା ଚାଲିଛି । ସେଗୁଡ଼ିକ ହେଲା, ଭାରତୀୟ ପିଙ୍ଗଳ କୋଡ୍‍ର ଦଫା ୪୦୩ (ଅସାଧୁ ଉପାୟରେ ସମ୍ପତ୍ତି ହେରଫେର), ୪୦୬( ଅପରାଧିକ ଉଦେ୍ଧଶ୍ୟରେ ବିଶ୍ୱାସଭଙ୍ଗ), ୪୨୦(ଠକେଇ) ଏବଂ ୧୨୦-ଖ( ଅପରାଧିକ ଷଡ଼ଯନ୍ତ୍ର) । ସୋନିଆ ଓ ରାହୁଲଙ୍କ ସହ ପିଟ୍ରୋଡାଙ୍କୁ ବି ଆସନ୍ତା ଫେବୃଆରୀ ୨୦ ତାରିଖରେ କୋର୍ଟ ହାଜିରା ପାଇଁ ସମନ୍‍ ହୋଇଛି । ମାମଲାର ଭବିଷ୍ୟତ କାହାରିକୁ ଜଣା ନାହିଁ । ମାତ୍ର ମାମଲା ବିଚାର ଶେଷ ନ ହେଲା ପର୍ଯ୍ୟନ୍ତ ସେ ଯେ ନିଦେ୍ର୍ଷ ତାହା କହିହେବ ନାହିଁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨ ହଜାର କୋଟି ଘୋଟାଲାରେ ପିଟ୍ରୋଡା କେବଳ ସହ ଅଭିଯୁକ୍ତରେ ସୀମିତ ନାହାନ୍ତି । ବିଦେଶରେ ଚିକିତ୍ସାର ଆଳ ଦେଖାଇ କୋର୍ଟକୁ ବି ଫାଙ୍କିଛନ୍ତି ପିଟ୍ରୋଡା । ଏଇଠି କହିରଖୁଛୁ ଯେ ଡିସେମ୍ବର ୮ ତାରିଖରେ ଦିଲ୍ଲୀ କୋର୍ଟ ଅନ୍ୟମାନଙ୍କ ସମେତ ପିଟ୍ରୋଡାଙ୍କୁ ୧୯ ତାରିଖ କୋର୍ଟରେ ବ୍ୟକ୍ତିଗତ ହାଜିରା ପାଇଁ ସମନ୍‍ କରିଥିଲା । ମାତ୍ର ଶୁଣାଣି ବେଳେ ତାଙ୍କ ପକ୍ଷରୁ ସିନିଅର୍‍ କାଉନସେଲ୍‍ ରମେଶ ଗୁପ୍ତା ମାଜିଷ୍ଟ୍ରେଟଙ୍କୁ ପିଟ୍ରୋଡା ଆମେରିକାରେ ରହୁଥିବାର କହିଥିଲେ । ଆଉ ୧୯ ତାରିଖରେ କୋର୍ଟକୁ ପିଟ୍ରୋଡାଙ୍କ ଅସୁସ୍ଥତା କଥା ଦର୍ଶାଇଥିଲେ ବରିଷ୍ଠ ଓକିଲ ତଥା କଂଗ୍ରେସ ବିଧାୟକ ଭି.ଏସ୍‍.ରାଠୋର । ଆମେରିକାରେ ପିଟ୍ରୋଡା ଚିକିତ୍ସିତ ହେଉଥିବା ସେ ଦର୍ଶାଇ ବେଲ୍‍ ଆଣିବାରେ ସମର୍ଥ ହୋଇଥିଲେ ।

ଯେଉଁ ନ୍ୟାସନାଲ୍‍ ହେରାଲଡ ମାମଲାରେ ପିଟ୍ରୋଡା ଫସିଛନ୍ତି ତାହାର ମୂଳ ଚେର ରହିଛି ଗାନ୍ଧୀ ପରିବାରରେ । ଗାନ୍ଧୀ ପରିବାର ସହ ପିଟ୍ରୋଡାଙ୍କ ସମ୍ପର୍କ ଅତି ନିବିଡ଼ । ଗୁଣ ଚିହ୍ନି ରାଜୀବ ଗାନ୍ଧୀ ତାଙ୍କୁ ମୁଣ୍ଡରେ ଥୋଇଥିଲେ । ଏହି ସମ୍ପର୍କ ୨୦୦୪ ରେ ମନମୋହନ ସିଂଙ୍କ ସରକାର ବେଳେ ବଢ଼ିଆ କାମ ଦେଲା । ତାଙ୍କୁ ପ୍ରଥମେ “ନ୍ୟାସନାଲ୍‍ ନଲେଜ କମିଶନ’ ଓ ପରେ “ନ୍ୟାସନାଲ୍‍ ଇନୋଭେସନ୍‍ କାଉନସିଲ୍‍’ ର ମୁଖ୍ୟ କରାଯାଇ କେନ୍ଦ୍ରରେ କ୍ୟାବିନେଟ୍‍ ପାହ୍ୟା ଦିଆଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ୍‍ ହେରାଲଡ଼ ନିଉଜ ପେପର୍‍ ର ଜନକ ହେଉଛନ୍ତି ନେହେରୁ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଜାତୀୟ କଂଗ୍ରେସ ସହ ୨୦୦୮ ମସିହା ପର୍ଯ୍ୟନ୍ତ ଏହା ନିବିଡ଼ ଭାବେ ଜଡ଼ିତ ଥିଲା । ୨୦୦୮ ଜାନୁଆରୀରେ ଏହାକୁ ଷଡ଼ଯନ୍ତ୍ର କରି ବନ୍ଦ କରିବାର ପ୍ରକି୍ରୟା ଆରମ୍ଭ ହେଲା ଏବଂ ଏପ୍ରିଲ୍‍ରେ କାଗଜର ସମ୍ପାଦନାମଣ୍ଡଳୀ ଏହାର ପ୍ରକାଶନକୁ ଅସ୍ଥାୟୀ ଭାବେ ବନ୍ଦ ଘୋଷଣା କଲେ । ବନ୍ଦ ପୂର୍ବରୁ ଖବରକାଗଜଟି ଆସୋସିଏଟେଡ଼ ଜର୍ଣ୍ଣାଲସ୍‍ ଲିମିଟେଡ଼ ଦ୍ୱାରା ପ୍ରକାଶ ପାଉଥିଲା । ପରେ ଏହାକୁ ୟଙ୍ଗ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡ଼(ୱାଇଆଇଏଲ) ନାମକ ଫାର୍ମ ଦଖଲକୁ ନେଇଯାଇଥିଲା । ଏହି ଫାର୍ମରେ ମାଆ-ପୁଅ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮ ପ୍ରତିଶତ ଲେଖାଏଁ ଭାଗିଦାର ଥିଲା । ଆଉ ସୋନିଆ-ରାହୁଲ୍‍ଙ୍କ ଏହି ଫାର୍ମର ପ୍ରକାଶନ ସଂସ୍ଥାର ମୁଖ୍ୟ ଉପଦେଷ୍ଟା ଥିଲେ ସାମ୍‍ ପିଟ୍ରୋଡା । ୨ ହଜାର କୋଟିର ନ୍ୟାସନାଲ୍‍ ହେରାଲଡ଼ ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆନ୍‍ ପ୍ରାଇଭେଟ୍‍ ଲିମିଟେଡ଼ ଫାର୍ମ ଆହରଣରେ ବ୍ୟାପକ ଚଞ୍ଚକତା ଓ ଠକେଇ ହୋଇଥିବା ବିଜେପି ନେତା ସୁବ୍ରମନ୍ୟମ୍‍ ସ୍ୱାମୀ ଅଭିଯୋଗ କରିବା ପରେ ସାରା ଦେଶରେ ଏହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

କଥା ହେଉଛି, ଏତେ ବଡ଼ ମାମଲାର ଅଭିଯୁକ୍ତି ହେଉଛନ୍ତି ସାମ୍‍ ପିଟ୍ରୋଡା । ପୁଣି ସୋନିଆ ଓ ରାହୁଲଙ୍କ ଖାସ୍‍ ନିକଟତମ ବ୍ୟକ୍ତି । ମାମଲାଟି କଂଗ୍ରେସକୁ ଜନମାନସରେ ନିନ୍ଦିତ ଓ ବଦନାମ କରିଥିବା ବେଳେ ଏହାର ପାଶ୍ୱର୍ନାୟକ ପିଟ୍ରୋଡା ବି ବଦନାମର ଜାଲରେ । ଏଥିରେ ତାଙ୍କ ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ଖାଲି ବିବାଦୀୟ ହୋଇନି ବରଂ ସେଥିରେ କଳଙ୍କ ଲାଗିଛି । ଏଭଳି ଜଣେ ବ୍ୟକ୍ତି ଆଇନକୁ ଫାଙ୍କି କୋର୍ଟରେ ହାଜିରା ଦେଉ ନ ଥିଲା ବେଳେ ସ୍ୱଚ୍ଛ ଭାବମୂର୍ତ୍ତିର ଡିଣ୍ଡିମ୍‍ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗେହ୍ଲା ପୁଅ ହେବା ପଛରେ କ’ଣ ରହିଛି ରହସ୍ୟ ତାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Previous Post

ବିଭାଗ ଛାଡ଼ିବାକୁ ନାରାଜ, କୋଠପୁଅ ସଚିବାଳୟ ବାବୁ

Next Post

ଜୋର୍‍ ଧରିଲା ବିଜେପି ଲଢ଼େଇ

Next Post
ଜୋର୍‍ ଧରିଲା ବିଜେପି ଲଢ଼େଇ

ଜୋର୍‍ ଧରିଲା ବିଜେପି ଲଢ଼େଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA