Sunday, May 31, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ

by Our Correspondent
12 Mar, 2019- 11:35 PM
in Latest News, News, Politics
1 min read
0
ଚିଲିକା ବିଜେଡ଼ି କର୍ମୀଙ୍କ ଫେରାଦ: ରଘୁ ନୁହେଁ ମାନସଙ୍କୁ ଟିକେଟ ଦିଅ
Spread the love
ଭୁବନେଶ୍ୱର: ଚିଲିକା ନିର୍ବାଚନମଣ୍ଡଳୀରେ କିଏ ହେବେ ବିଜେଡ଼ି ପ୍ରାର୍ଥୀ? ରଘୁନାଥ ସାହୁ ନା ମାନସ ମଙ୍ଗରାଜ? ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କ ମଧ୍ୟରେ ଏଥିନେଇ ଉତ୍ସୁକତା ଲାଗି ରହିଥିବା ବେଳେ ସ୍ଥାନୀୟ ବିଜେଡ଼ିର ଏକ ଶକ୍ତିଶାଳୀ ଗୋଷ୍ଠୀ ମାନସଙ୍କ ସମର୍ଥନରେ ବାହାରିଛନ୍ତି । ଆଜି ସେମାନେ ନବୀନ ନିବାସ ଆସି ମାନସଙ୍କୁ ପ୍ରାର୍ଥୀ କରିବାକୁ ସୁପ୍ରିମୋଙ୍କ ନିକଟରେ ଗୁହାରି କରିଛନ୍ତି । ଟିକେଟ ଆଶାୟୀ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ବିରୋଧରେ ସୁପ୍ରିମୋଙ୍କୁ ଲମ୍ବା ଅଭିଯୋଗଫର୍ଦ୍ଦ ଦେବାକୁ ସେମାନେ ଭୁଲି ନାହାନ୍ତି ।
ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ ସେନ୍, ମାନସ ରଂଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା ଆଦିଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଆଜି ନବୀନ ନିବାସ ଆସି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ରଘୁନାଥ ସାହୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଗଲେ ଦଳର ବିଜୟ ସମ୍ଭାବନା ନାହିଁ ବୋଲି ସେମାନେ ରୋକଠୋକ ଜଣାଇ ଦେଇଥିଲେ । ସେମାନଙ୍କର ଅଭିଯୋଗ ଥିଲା, ବିଧାୟକ ଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ରଘୁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି । ବରଂ ଅନେକ ଅପବାଦରେ ଛନ୍ଦି ହୋଇଛନ୍ତି । ଦଳୀୟ କର୍ମୀମାନଙ୍କ ସହ ତାଙ୍କର ସମ୍ପର୍କ ନାହିଁ । ସାଧାରଣ କର୍ମୀ ଓ ଅଞ୍ଚଳବାସୀଙ୍କ ବିଶ୍ୱାସଭାଜନ ବହୁ ପୂର୍ବରୁ ହରାଇ ସାରିଛନ୍ତି ।
ଅପରପକ୍ଷରେ, ମାନସ ମଙ୍ଗରାଜଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ସେମାନେ ଦୃଢ଼ ମତ ରଖିଥିଲେ । ସେମାନଙ୍କର ଯୁକ୍ତି ଥିଲା, ମାନସ ଜଣେ ଉଚ୍ଚଶିକ୍ଷିତ ଯୁବକ ଏବଂ ଦୀର୍ଘ ବର୍ଷ ଧରି ଚିଲିକାବାସୀଙ୍କ ସମସ୍ୟା ସହ ବିଶେଷ ଭାବେ ଜଡ଼ିତ । ଚିଲିକାବାସୀଙ୍କ ସୁଖଦୁଃଖରେ ତାଙ୍କୁ ସଦାସର୍ବଦା ଦେଖିବାକୁ ମିଳିଥାଏ । ବିଜେଡ଼ିକୁ ଆସିବା ପରେ ସେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିଛନ୍ତି । ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ସବୁବର୍ଗର ଭୋଟରଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ତାଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ, ସୁସଂଗଠକ ଓ ଅମାୟିକ ଯୁବ ନେତୃତ୍ୱଙ୍କୁ ଟିକେଟ ଦେଲେ ଦଳର ପତିଆରା ବଢ଼ିବା ସହ ବିଜୟ ସୁନିଶ୍ଚିତ ବୋଲି ଜଣାଇ ଦେଇଥିଲେ ।
ମାନସଙ୍କ ପ୍ରାର୍ଥୀତ୍ୱ ସମର୍ଥନରେ ଚିଲିକାର ବିଜେଡ଼ି ନେତା ଓ କର୍ମୀମାନେ ମେଳି ହୋଇ ନବୀନ ନିବାସ ଆସିବା ପରେ ସ୍ଥାନୀୟ ବିଜେଡ଼ି ରାଜନୀତି ସରଗରମ ହୋଇଛି । ଏ ସମ୍ପର୍କରେ ରଘୁ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ସଭାପତି ଯାହାକୁ ଠିକ୍ ମନେ କରିବେ ପ୍ରାର୍ଥୀ କରିବେ । ମୋର ସେଥିରେ କିଛି କହିବାର ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଆଜି ସାକ୍ଷାତ କରିଥିବା ଅନ୍ୟ ନେତା ଓ କର୍ମୀଙ୍କ ମଧ୍ୟରେ ଥିଲେ କୁଳମଣି ଦାସ, ଅଜୟ ରାଉଳ, ଦିବାକର ସାସମଲ, ପ୍ରକାଶ ପ୍ରଧାନ ଓ ନିରଞ୍ଜନ ପ୍ରଧାନ ।
Previous Post

ବିଜେପିରେ ଯୋଗଦେଲେ ବାବୁ ସିଂ

Next Post

କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

Next Post
କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

କମ୍ପାନୀ ବିଜ୍ଞାପନ ନାଁରେ ୫୦୦ କୋଟି ଖାଇଗଲେ ଧର୍ମେନ୍ଦ୍ର ପ୍ରଧାନ : ଛାତ୍ର କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA