Wednesday, May 6, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିର୍ବାଚନ ନ ଲଢ଼ିବାକୁ ଇଚ୍ଛା ଜଣାଇଲେ ପ୍ରଭାତ ତ୍ରିପାଠୀ

by Our Correspondent
24 Mar, 2019- 11:46 PM
in Latest News, News, Politics
1 min read
0
ନିର୍ବାଚନ ନ ଲଢ଼ିବାକୁ ଇଚ୍ଛା ଜଣାଇଲେ ପ୍ରଭାତ ତ୍ରିପାଠୀ
ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଏଥର ନିର୍ବାଚନ ଲଢ଼ିବେନି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ତାଙ୍କର ଇଚ୍ଛା ଜଣାଇଛନ୍ତି । ସାଧାରଣ ଜୀବନରେ ନୈତିକତା ରକ୍ଷା ଏବଂ ରାଜନୀତିରେ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା ନବୀନଙ୍କ ଆଦର୍ଶକୁ ସମର୍ଥନ କରି ସେ ଏହି ନିଷ୍ପତ୍ତି ନେଉଥିବା ଜଣାଇଛନ୍ତି । ବିଜେଡ଼ିର ଜଣେ ସାଧାରଣ କର୍ମୀଭାବେ ସଭାପତି ଯେଉଁ ଦାୟିତ୍ୱ ଦେବେ ତାହାକୁ ଅକ୍ଷରେ ଅକ୍ଷରେ ପାଳିବେ ବୋଲି କହିଛନ୍ତି ।
ବିଜେଡ଼ିର ଏହି ବରିଷ୍ଠ ନେତା ଦଳ ସଭାପତିଙ୍କୁ ଏକ ଆବେଗପୂର୍ଣ୍ଣ ଚିଠି ଲେଖିଛନ୍ତି । ବିଜେଡ଼ିର ଜଣେ ପ୍ରତିଷ୍ଠାତା ସଭ୍ୟ ଭାବେ ଦଳ ଓ ଦଳର ନେତାଙ୍କ ପ୍ରତି ତାଙ୍କର ଅଗାଧ ସମ୍ମାନ ରହିଛି । ଗତ ନିର୍ବାଚନରେ ବାଙ୍କୀରୁ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୪୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ତେବେ ତାଙ୍କର ଏହି ଲୋକପ୍ରିୟତା ତାଙ୍କ ପାଇଁ କାଳ ହେଲା । ବିଜେପି ଇର୍ଷାନ୍ୱିତ ହୋଇ ତାଙ୍କ ବିରୋଧରେ ବିରାଟ ଷଡ଼ଯନ୍ତ୍ର ରଚିଲା ଏବଂ ଚିଟଫଣ୍ଡ୍ ସ୍କାମ୍ ରେ ଫସାଇଲା । କନ୍ଧମାଳ ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳ ଏବଂ ତାଙ୍କୁ ବଦନାମ କରିବାକୁ ବିଜେପିର ଏହି ଷଡ଼ଯନ୍ତ୍ର ଥିଲା ।
ବାସ୍ତବରେ ଚିଟଫଣ୍ଡ ମାମଲାରେ ତାଙ୍କର କିଛି ବି ଦୋଷ ନାହିଁ । କୌଣସି ଚିଟଫଣ୍ଡ ସଂସ୍ଥାର ସେ ସେୟାର ହୋଲଡର କିମ୍ବା ନିର୍ଦ୍ଦେଶକ ନୁହଁନ୍ତି । ବାଙ୍କୀ ମହୋତ୍ସବ ଆୟୋଜନ ପରିପ୍ରେକ୍ଷୀରେ ସାମାନ୍ୟ ଏକ ଟେଲିଫୋନ୍ କଲ୍ ଆଧାରରେ ତାଙ୍କୁ ଫସାଇ ଦିଆଗଲା । ବିଜୁ ଜନତା ଦଳ ଏବଂ ତାଙ୍କ ଭାବମୂର୍ତ୍ତକୁ ସାଧାରଣରେ କ୍ଷୂର୍ଣ୍ଣ କରିବା ପାଇଁ ଏଭଳି କରାଗଲା । ତେବେ ବିଜେପିର ଏହି ହୀନ ଗେମପ୍ଲାନ୍ ସଫଳ ହୋଇପାରିନାହିଁ । ଯେଉଁ ଫାଇଦା ପାଇବାର ଆଶା ରଖିଥିଲା ପାଇପାରିଲା ନାହିଁ । ବିଜେଡ଼ି ଆଜି ବି ରାଜ୍ୟରେ ଲୋକପ୍ରିୟ ଦଳ ଏବଂ ବାଙ୍କୀ ଜନସାଧାରଣଙ୍କ ଆଗରେ ତାଙ୍କର ଭାବମୂର୍ତ୍ତି ପୂର୍ବଭଳି ଅକ୍ଷୂର୍ଣ୍ଣ ଅଛି ବୋଲି ପ୍ରଭାତ ଲେଖିଛନ୍ତି ।
ସାଧାରଣ ଜୀବନରେ ନୈତିକତା ଏବଂ ରାଜନୀତିରେ ମୂଲ୍ୟବୋଧ ରକ୍ଷାରେ ଦଳ ସଭାପତି ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଜଣେ ଆଦର୍ଶ ରାଜନେତା । ତାଙ୍କର ଏହି ଆଦର୍ଶକୁ ସେ ସମ୍ମାନ ଜଣାଇବାକୁ ଚାହାଁନ୍ତି ଏବଂ ତାଙ୍କର କୌଣସି ନିଷ୍ପତ୍ତି ଉପରେ ବୋଝ ହେବାକୁ ଚାହାଁନ୍ତିନି ବୋଲି ପ୍ରଭାତ ଜଣାଇଛନ୍ତି । ତାଙ୍କ ବିରୋଧରେ ବିଜେପି ପ୍ରଣୋଦିତ ଚିଟଫଣ୍ଡ ମାମଲା ବିଚାରାଧୀନ ଅବସ୍ଥାରେ ଥିବାରୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ । ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧ ରାଜନୀତିକୁ ତାଙ୍କର ସମର୍ଥନ ରହିଛି । ଦଳ ଚାହିଁଲେ, ସାଂଗଠନିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ପ୍ରଚାରରେ ସମ୍ପୂର୍ଣ୍ଣ ସମୟ ଦେବେ ବୋଲି ପ୍ରଭାତ ଲେଖିଛନ୍ତି ।

Previous Post

ଦ୍ୱିତୀୟ ଦଫାରେ ୪ ବିଧାୟକ କଟିଲେ; କିଶୋର, ଅର୍କେଶଙ୍କୁ ଟିକେଟ୍

Next Post

କନ୍ଧମାଳରୁ ଖାରବେଳ ସ୍ୱାଇଁ ହେବେ ବିଜେପି ପ୍ରାର୍ଥୀ

Next Post
କନ୍ଧମାଳରୁ ଖାରବେଳ ସ୍ୱାଇଁ ହେବେ ବିଜେପି ପ୍ରାର୍ଥୀ

କନ୍ଧମାଳରୁ ଖାରବେଳ ସ୍ୱାଇଁ ହେବେ ବିଜେପି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA