Monday, May 25, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

by Our Correspondent
05 Apr, 2019- 06:49 PM
in Latest News, News, Politics
1 min read
0
ନବୀନଙ୍କ ପ୍ରତିଶ୍ରୁତି: ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା

ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଫେରାଦ ହେଲା ବିଜେଡ଼ି

ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ଲୋକପ୍ରିୟ କାଳିଆ ଯୋଜନା ବନ୍ଦକୁ ନେଇ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ବିଜେପି ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଯୋଜନାକୁ ବନ୍ଦ କରିଥିବା ବିଜେଡ଼ି ପ୍ରତିନିଧି ଦଳ ଦର୍ଶାଇବା ସହ ବନ୍ଦ କଟକଣା ଉଠାଇବାକୁ କମିଶନଙ୍କ ପାଖରେ ଦାବି କରିଛନ୍ତି । କାଳିଆ ଯୋଜନା ବନ୍ଦ ହେବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ କମିଶନଙ୍କୁ ତଥ୍ୟପ୍ରମାଣ ସହ ଜଣାଇଛନ୍ତି । ଏହା ଉପରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କମିଶନ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏପଟେ ଜୟପୁରରେ ଏକ ନିର୍ବାଚନୀ ସଭାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାଳିଆ ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପରେ ଅଟଳ ଅଛନ୍ତି । କାଳିଆ ଯୋଜନାକୁ କେହି ଅଟକାଇ ପାରିବେ ନାହିଁ ବୋଲି ପୁଣି ଥରେ ବାର୍ତ୍ତା ଦେଇଛନ୍ତି । ନବୀନ ପ୍ରତିଶ୍ରୁତି ଦେଇଛନ୍ତି, ବିଜେଡ଼ି ପୁଣି ଥରେ ସରକାରକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ବକେୟା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଏକାଥରକେ ଦିଆଯିବ । ତାଲିକାଭୁକ୍ତ ୨୫ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ନବୀନ ଦୋହରାଇଛନ୍ତି, ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ତିଆରି ହୋଇଛି । ତାଲିକାରେ ଥିବା ସବୁ ଚାଷୀ ଯୋଜନାର ଲାଭ ପାଇବେ । କାଳିଆ ଯୋଜନାରୁ କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ । ଏବେ ନୁହେଁ କି କେବେ ନୁହେଁ ।
ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଜନସାଧାରଣଙ୍କ ପାଇଁ ଅପେକ୍ଷାରେ ଥିବା ବେଳେ ଜୟପୁର ସଭାରେ ଇସ୍ତାହାରର ପ୍ରଥମ ପଏଣ୍ଟ ଘୋଷଣା କରିଛନ୍ତି ସୁପ୍ରିମୋ । ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ ରଖିଛୁ ବୋଲି ନବୀନ କହିଛନ୍ତି । ବୁଧବାର ଦିନ ଗଂଜାମରେ ନିର୍ବାଚନ ପ୍ରଚାର ବେଳେ ନବୀନ ବିଜେପି ଉପରେ ଯେଭଳି ହମଲା କରିଥିଲେ ଜୟପୁରରେ ବି ସେହି ହମଲା ଜାରି ରଖିଥିଲେ ।
ବିଜେପିକୁ ଲକ୍ଷ୍ୟ କରି ନବୀନ କଟାକ୍ଷ କରିବା ସହ ପ୍ରଶ୍ନବାଣରେ ଛନ୍ଦିଥିଲେ । କହିଥିଲେ, ଫାଇଲିନ୍ ହେଲା.. ଆସିଲେ ନାହିଁ । ହୁଡ୍ ହୁଡ୍ ହେଲା..ଆସିଲେ ନାହିଁ । ପୋଲାଭରମ୍ ପ୍ରକଳ୍ପ କାହା ସ୍ୱାର୍ଥରେ? ଗରିବ ଆଦିବାସୀଙ୍କ କଥା ମନେ ପଡ଼ିଲାନି? କେବିକେ ଯୋଜନା କାହିଁକି ବନ୍ଦ କଲ? ଆଦିବାସୀଙ୍କ ପ୍ରତି, ପଛୁଆ ଅଞ୍ଚଳ ପ୍ରତି ତମର ଦରଦ ଏମିତି? ଗରିବ ଏସସି/ଏସଟି ପିଲାଙ୍କ ସ୍କଲାରସିପ୍ ବନ୍ଦ କଲ କାହିଁକି?
Previous Post

କଂଗ୍ରେସର ୩ ପ୍ରାର୍ଥୀ ବଦଳିଲେ, ପୃଥ୍ୱୀବଲ୍ଲଭଙ୍କ ଜାଗାରେ ପ୍ରଦୀପ ସାହୁ

Next Post

ପୂରା ଫିଟ୍ ଅଛନ୍ତି ନବୀନ

Next Post
ପୂରା ଫିଟ୍ ଅଛନ୍ତି ନବୀନ

ପୂରା ଫିଟ୍ ଅଛନ୍ତି ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA