Monday, May 25, 2026 10:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କାଳିଆ’ ଟଙ୍କା ପାଇଁ ଫେରାଦ ହେଲେ ନିଜେ ମୁଖ୍ୟମନ୍ତ୍ରୀ

by Our Correspondent
09 Apr, 2019- 07:24 PM
in Latest News, News, Politics
1 min read
0
‘କାଳିଆ’ ଟଙ୍କା ପାଇଁ ଫେରାଦ ହେଲେ ନିଜେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ‘କାଳିଆ’ ଟଙ୍କା ଅଟକା ଯାଇଥିବାରୁ ଶେଷରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ଆଳରେ ‘କାଳିଆ’ ଯୋଜନା ବନ୍ଦ କରି ଚାଷୀଙ୍କ ସହାୟତା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କ୍ଷୋଭ ଜଣାଇଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ‘କାଳିଆ’ ନେଇ ବିଜେପି ଅଭିଯୋଗ କରିଥିବା ଶୁଣିଛି । ନିର୍ବାଚନ ବେଳେ କେନ୍ଦ୍ର ସରକାରଙ୍କ ପିଏମ୍-କିଷାନ ଯୋଜନା ଚାଲିଛି ଅଥଚ ‘କାଳିଆ’ ଟଙ୍କା ଅଟକା ଯାଇଛି କାହିଁକି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଆଖିରେ ରଖି ଏହାକୁ ଅଟକା ନ ଯିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଫେରାଦି ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରସଙ୍ଗକୁ ଧରି ବିଜେଡ଼ି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱରସ୍ଥ ହୋଇ ବିଫଳ ହେବା ପରେ ଗତ ୫ ତାରିଖରେ ଦିଲ୍ଲୀ ଯାଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ । ବିଜେପି ଚାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‘କାଳିଆ’ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଥିଲେ । ‘କାଳିଆ’ ଯୋଜନାର ବହୁ ପରେ ପିଏମ-କିଷାନ ଯୋଜନା ଆସିଥିଲେ ମଧ୍ୟ ତାହା ଚାଲୁଛି, ଅଥଚ ‘କାଳିଆ’ ବନ୍ଦ କରାଯାଇଛି । ତେଣୁ ଏହା ପଛରେ ବିଜେପିର ଚକ୍ରାନ୍ତ ସ୍ପଷ୍ଟ । ‘କାଳିଆ’ ଯୋଜନା ବନ୍ଦ ଦ୍ୱାରା ରାଜ୍ୟର ୨୦ ଲକ୍ଷ ଚାଷୀଙ୍କୁ କ୍ଷତି ଆଣିଛି ବୋଲି ବିଜେଡ଼ି ପ୍ରତିନିଧି ଜଣାଇଥିଲେ ।
ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବା ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟିମ୍ ସହ ପହଞ୍ଚିଥିଲେ ସିଇଓଙ୍କ ଅଫିସରେ । ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରିଥିଲେ ସେମାନେ । ମୁଖ୍ୟମନ୍ତ୍ରୀ ଡରରେ ଏଭଳି କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ‘କାଳିଆ’ ତାଲିକା ନାହିଁ । ବଜେଟ୍ ରେ ଟଙ୍କା ବ୍ୟବସ୍ଥା ନାହିଁ ବୋଲି ସେ ଯୁକ୍ତି କରିଛନ୍ତି ।
Previous Post

ନବୀନ ଖୋଲିଲେ ଗୁମର; ତାଙ୍କ ସ୍ୱାସ୍ଥ୍ୟ ଖରାପ ବୋଲି ଗୁଜବ କରିଥିଲେ ବୈଜୟନ୍ତ

Next Post

କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ

Next Post
କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ

କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA