Tuesday, May 26, 2026 02:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ

by Our Correspondent
12 Apr, 2019- 07:55 PM
in Latest News, News, Politics
1 min read
0
ବୈଜୟନ୍ତଙ୍କ କାରନାମା!୨୦୧୪ରେ ମିଥ୍ୟାପାଠ, ୨୦୧୯ରେ ସତ୍ୟପାଠ
ଭୁବନେଶ୍ୱର: ଗତଥର କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ପଦବୀ ଓ ରୋଜଗାର ଲୁଚାଇ ନିର୍ବାଚନ କମିଶନଙ୍କ ପାଖରେ ମିଥ୍ୟାପାଠ ଦେଇଥିଲେ । ମାତ୍ର ଚଳିତ ନିର୍ବାଚନର ପ୍ରାର୍ଥୀ ଭାବେ ବୈଜୟନ୍ତ ତଥ୍ୟ ଲୁଚାଇ ନାହାନ୍ତି । ସତ୍ୟପାଠ ଦାଖଲ କରିଛନ୍ତି । ଇମ୍ଫାର ଉପସଭାପତି ପଦରେ ବର୍ଷକୁ ୨ କୋଟି ରୋଜଗାର କରୁଥିବା ଜଣାଇଛନ୍ତି । ଗତଥର ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଏବେ ନିଜେ ମାନିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କୁ ଏଭଳି ଘେରିଛି ବିଜେଡ଼ି । ବୈଜୟନ୍ତଙ୍କ ୨୦୧୪ ମସିହା ଆଫିଡେଭିଟ୍ ଓ ୨୦୧୯ ମସିହା ଆଫିଡେଭିଟ୍ ଦେଖାଇ ଗୁମର ଖୋଲିଛନ୍ତି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେ କହିଛନ୍ତି, ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ନିଜକୁ କେବଳ ଜଣେ ସିଟିଂ ଏମପି ବୋଲି ଦର୍ଶାଇଥିଲେ । ତାଙ୍କର କୌଣସି ବ୍ୟବସାୟିକ କାରବାର ଏବଂ ଇମ୍ଫା ମାଇନିଂ କମ୍ପାନୀ ଉପାଧ୍ୟକ୍ଷ ପଦର ଉଲ୍ଲେଖ ନଥିଲା । ବୈଜୟନ୍ତ ତଥ୍ୟ ଲୁଚାଇ ଲୋକଙ୍କୁ ଠକିଛନ୍ତି ବୋଲି ୨୦୧୮ ମସିହା ମାର୍ଚ୍ଚରେ କେନ୍ଦ୍ରାପଡ଼ାବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ସେମାନଙ୍କ ଅଭିଯୋଗ ଆଧାରରେ ବୈଜୟନ୍ତଙ୍କ ବିରୋଧରେ ଜନ ପ୍ରତିନିଧି ଆଇନ,୧୯୫୧ ଉଲ୍ଲଂଘନ ନେଇ ଥାନାରେ ଫୈାଜଦାରୀ ମାମଲା ରୁଜୁ ହୋଇଥିଲା ।
ସେହି ଚାପରେ ଥିବା ବୈଜୟନ୍ତ ଚଳିତଥର ବାଧ୍ୟ ହୋଇ ସତ ସତ୍ୟପାଠ ଦେଇଛନ୍ତି । ସତ୍ୟପାଠ ଆଇଟମ୍ ନଂ ୯୮ରେ ସେ ୨୮.୧୦.୨୦୧୮ରୁ ୩ ବର୍ଷ ପାଇଁ ମାସକୁ ୧୭ ଲକ୍ଷ ଟଙ୍କା ପାରିଶ୍ରମିକ(ବାର୍ଷିକ ୨ କୋଟିରୁ ଅଧିକ)ରେ ଇମ୍ଫାର ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ଦର୍ଶାଇଛନ୍ତି । ଇମ୍ଫା ଉପାଧ୍ୟକ୍ଷ ପଦରେ ବୈଜୟନ୍ତ ତାଙ୍କ ନିଯୁକ୍ତିର ତାରିଖକୁ ଅକ୍ଟୋବର ୨୦୧୮ ବୋଲି ଚତୁରତାର ସହ ଉଲ୍ଲେଖ କରି ୨୦୧୪ ମସିହାର ଦୋଷ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ୨୦୧୩-୧୪ ଏବଂ ୨୦୧୪-୧୫ ଇମ୍ଫାର ବାର୍ଷିକ ରିପୋର୍ଟରେ ବୈଜୟନ୍ତ କମ୍ପାନୀର ଉପାଧ୍ୟକ୍ଷ ବୋଲି ଉଲ୍ଲେଖ ରହିଛି । ତାଙ୍କର ବାର୍ଷିକ ଦରମା ୧.୦୪ କୋଟି ଟଙ୍କା ବୋଲି ସେଥିରେ ଦର୍ଶାଯାଇଛି । ମାତ୍ର ୨୦୧୪ ସତ୍ୟପାଠରେ ସେହି ତଥ୍ୟକୁ ବୈଜୟନ୍ତ ଲୁଚାଇ ଏବେ ତାହା ଖୋଲିଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।
କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ସହ ବୈଜୟନ୍ତ ଖେଳି ସେମାନଙ୍କୁ ଠକିଛନ୍ତି । ତାଙ୍କର ଅସଲ ଚେହେରା ପଦାରେ ପଡ଼ିଯାଇଛି । ବର୍ତ୍ତମାନ ପୁଣି ଥରେ ସାଂସଦ ପ୍ରାର୍ଥୀ ହୋଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କୁ ପୂର୍ବ ଠକାମିର ଜବାବ ଦେବାକୁ ପଡ଼ିବ ବୋଲି ଡ. ପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ ମଧ୍ୟ ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ କାରନାମାକୁ ନେଇ ବିଷୋଦଗାର କରିଥିଲେ ।
ବିଜେଡ଼ିର ଅଭିଯୋଗ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ବୈଜୟନ୍ତଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
Previous Post

କାହାର ଭାଗ କେତେ?

Next Post

କନ୍ଧମାଳ: ନବୀନଙ୍କ ଲୋକପ୍ରିୟତା ଓ ନିଜର ଆତ୍ମବିଶ୍ୱାସକୁ ପୁଂଜି କରିଛନ୍ତି ଡ.ଅଚ୍ୟୁତ ସାମନ୍ତ

Next Post
କନ୍ଧମାଳ: ନବୀନଙ୍କ ଲୋକପ୍ରିୟତା ଓ ନିଜର ଆତ୍ମବିଶ୍ୱାସକୁ ପୁଂଜି କରିଛନ୍ତି ଡ.ଅଚ୍ୟୁତ ସାମନ୍ତ

କନ୍ଧମାଳ: ନବୀନଙ୍କ ଲୋକପ୍ରିୟତା ଓ ନିଜର ଆତ୍ମବିଶ୍ୱାସକୁ ପୁଂଜି କରିଛନ୍ତି ଡ.ଅଚ୍ୟୁତ ସାମନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA