ଫୁଲବାଣୀ(ସିଦ୍ଧାର୍ଥ ଶଙ୍କର ସୁନ୍ଦରରାୟ) : ପାଦରେ ଚାଲି ଗାଁ ଗାଁ ବୁଲୁଛନ୍ତି । ନିରୀହ ଆଦିବାସୀଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି । ସେମାନଙ୍କ ଆର୍ଶିବାଦ ପାଇଲେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ସମସ୍ୟାକୁ ଅଗ୍ରାଧିକାର ଦେବେ । ଲୋକଙ୍କ କର୍ମନିଯୁକ୍ତି ଓ ରୋଜଗାର ଉପରେ ଗୁରୁତ୍ୱ ଦେବେ । ଅଞ୍ଚଳର ସର୍ବାଙ୍ଗୀନ ବିକାଶ କରି ଭାରତବର୍ଷରେ ଶ୍ରେଷ୍ଠ ନିର୍ବାଚନମଣ୍ଡଳୀ ଭାବେ ଗଢ଼ି ତୋଳିବେ । କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ତଥା ଜଣାଶୁଣା ଶିକ୍ଷାବିତ୍ ଡ. ଅଚ୍ୟୁତ ସାମନ୍ତ ଏମିତି ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଭୋଟ ଭିକ୍ଷା କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଓ ନିଜର ଆତ୍ମବିଶ୍ୱାସକୁ ପୁଞ୍ଜି କରି ବିଜୟର ଲକ୍ଷ୍ୟ ରଖିଛନ୍ତି ଡ. ସାମନ୍ତ ।







