Tuesday, May 26, 2026 04:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା

by Our Correspondent
15 Apr, 2019- 09:57 AM
in Latest News, News
1 min read
0
ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା
ଭୁବନେଶ୍ୱର: ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ଖୋର୍ଦ୍ଧାରେ ଜଣେ ବିଜେପି ନେତାଙ୍କ ମୁଣ୍ଡ ଗଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ୯ ନମ୍ବର ଜୋନ୍ ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା(୪୫)ଙ୍କୁ ଦୁଇଜଣ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟ ନବୀନବାଗ ଘର ଆଗରେ ଏହି ହତ୍ୟାକାଣ୍ଡ ହୋଇଛି । କାଳୁଙ୍କ ସହ ସହ ପ୍ରଚାରରୁ ଫେରି ଘର ଆଗରେ କିଛି କର୍ମୀଙ୍କ ସହ ଆଲୋଚନା କରୁଥିଲା ବେଳେ ଦୁବୃର୍ତ୍ତ ଅତି ନିକଟରୁ ତାଙ୍କ ଛାତିକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଚଳାଇବା ପରେ ଫେରାର ହୋଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ମଙ୍ଗୁଳିଙ୍କୁ ଖୋର୍ଦ୍ଧା ହସ୍ପିଟାଲ୍ କୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଜେପି ନେତାଙ୍କ ହତ୍ୟାକାଣ୍ଡ ଯୋଗୁଁ ଖୋର୍ଦ୍ଧା ଟାଉନ୍ ଅଶାନ୍ତ ହୋଇପଡ଼ିଛି । ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି ।
ମୃତ ମଙ୍ଗୁଳି ଜେନାଙ୍କ ଘର ଖୋର୍ଦ୍ଧଠାରୁ ପ୍ରାୟ ୩୫ କିମି ଦୂର ଟାଙ୍ଗୀ ବ୍ଲକ୍ ବଡ଼ପୋଖରିଆ ଗାଁରେ । ବଡ଼ପୋଖରିଆର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଦଳର ପ୍ରଚାର କାର୍ଯ୍ୟରେ ଖୁବ୍ ସକ୍ରିୟ ଥିଲେ । ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସେ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ । ନିର୍ବାଚନମଣ୍ଡଳୀରେ କାଳୁଙ୍କ ସହ ଦିନସାରା ବୁଲି ପ୍ରଚାର କାର୍ଯ୍ୟ ସାରିଲା ପରେ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଖୋର୍ଦ୍ଧା ଫେରିଥିଲେ । କାଳୁଙ୍କ ଘରେ କିଛି ସମୟ ଆଲୋଚନା କଲା ପରେ ସେ ନିଜ ଘରକୁ ଫେରିବା ପାଇଁ ତାଙ୍କ ବୋଲେରୋ ଗାଡ଼ି ପାଖକୁ ଆସୁଥିଲା ବେଳେ ଦୁବୃର୍ତ୍ତଙ୍କ ଗୁଳିମାଡ଼ର ଶିକାର ହେଲେ । ସେତେବେଳକୁ ମଙ୍ଗୁଳିଙ୍କଠାରୁ କେଇ ମିଟର ଦୂରରେ ୪/୫ ଜଣ କର୍ମୀ ଛିଡ଼ା ହୋଇଥିଲେ । କାଳୁଙ୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତ ସେଠାକୁ ଆସିଥିବା ସନ୍ଦେହ କରାଯାଉଛି ।
ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା ପୂର୍ବ ଶତ୍ରୁତା ତାହା ଜଣାପଡ଼ିନାହିଁ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି । ତେବେ ଦୁର୍ବୃତ୍ତକୁ ଧରିବା ପାଇଁ ଛାନଭିନ୍ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପାଇଁ ବିଜେଡ଼ିକୁ ସିଧାସଳଖ ଦାୟୀ କରିଛି ବିଜେଡ଼ି । ବିଜେଡ଼ି ହିଁ ଏହି ହତ୍ୟାକାଣ୍ଡ ଭିଆଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ପ୍ରତିବାଦରେ ବିଜେପି ନେତା ଓ କର୍ମୀମାନେ ଗତକାଲି ରାତିରୁ ଖୋର୍ଦ୍ଧା ଥାନା ଆଗରେ ଧାରଣାରେ ବସିଛନ୍ତି । ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଏବଂ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବର୍ତ୍ତମାନ ସେଠାରେ ଅଛନ୍ତି । ତେବେ ହତ୍ୟାକାଣ୍ଡ ପଛରେ ବିଜେଡ଼ିର ସଂପୃକ୍ତି ନ ଥିବା ଦଳର ବିଧାୟକ ପ୍ରାର୍ଥୀ ଜିତୁ ମିତ୍ର ଦାବି କରିଛନ୍ତି । ବିଜେଡ଼ିକୁ ବଦନାମ କରିବା ପାଇଁ ଉଦ୍ୟମ କରାଯାଉଥିବା ସଫେଇ ଦେଇ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ମଙ୍ଗୁଳିଙ୍କ ହତ୍ୟାକୁ ନେଇ ନେଇ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଅଶାନ୍ତ ହୋଇଉଠିଛି । ହତ୍ୟାକାଣ୍ଡର ପ୍ରତିବାଦ ଓ ଦୁର୍ବୃତ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି । ସକାଳ ୮ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ଯୋଗୁଁ ଦୋକାନବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । ସେପଟେ ଟାଙ୍ଗୀର ୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବଡ଼ପୋଖରିଆ ଗ୍ରାମବାସିନ୍ଦା । ପୁଲିସଠାରୁ ସେମାନେ ନ୍ୟାୟ ମାଗିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିଛନ୍ତି । ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଗଣତନ୍ତ୍ରରେ ହଂସାର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘଟଣାକୁ ଗୁରୁତ୍ୱର ସହ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ କମିଶନ ନିର୍ଦ୍ଦେଶ ଦିଅନ୍ତୁ । ଯାହାଦ୍ୱାରା ଏପରି ହୀନ କାର୍ଯ୍ୟର ପୁନରାବୃତ୍ତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବିଜେପି ନେତାଙ୍କ ହତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ବାଲଟ୍ ର ଲଢ଼େଇରେ ବୁଲେଟ୍ ର ସ୍ଥାନ ନାହିଁ । ଘଟଣାକୁ ନେଇ ପୁଲିସ ଡିଜିଙ୍କ ସହ ସେ କଥା ହୋଇଥିବା ଜଣାଇବା ସହ ଗଣତନ୍ତ୍ରରେ ବିଶ୍ୱାସ ରଖି ଶାନ୍ତି ବଜାୟ ରଖିବାକୁ ଦଳୀୟ କର୍ମୀମାନଙ୍କୁ ନିବେଦନ କରିଛନ୍ତି ।
Previous Post

ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସାମ୍ବାଦିକ; ଭୁବନେଶ୍ୱରରୁ ବନ୍ଧା ହେଲେ ପ୍ରଶାନ୍ତ ମିଶ୍ର

Next Post

ଏ କି ପ୍ରଚାର.. ଚିହ୍ନ ‘ଶଙ୍ଖ’, ଦଳ ‘ଆମ ଓଡ଼ିଶା ପାର୍ଟି’

Next Post
ଏ କି ପ୍ରଚାର.. ଚିହ୍ନ ‘ଶଙ୍ଖ’, ଦଳ ‘ଆମ ଓଡ଼ିଶା ପାର୍ଟି’

ଏ କି ପ୍ରଚାର.. ଚିହ୍ନ ‘ଶଙ୍ଖ’, ଦଳ ‘ଆମ ଓଡ଼ିଶା ପାର୍ଟି’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA