Saturday, May 30, 2026 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର ଓ ପୀତାମ୍ବରଙ୍କ ପାଇଁ ଅଲଗା ଆଇନ କି?

by Our Correspondent
22 Apr, 2019- 06:33 PM
in Latest News, News, Politics
1 min read
0
ଧର୍ମେନ୍ଦ୍ର ଓ ପୀତାମ୍ବରଙ୍କ ପାଇଁ ଅଲଗା ଆଇନ କି?
ଭୁୁବନେଶ୍ୱର: ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ କୁ ପିଟିବା ଅଭିଯୋଗରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହେଲେ । ମହାରଥୀଙ୍କ ଗୁଣ୍ଡାଗର୍ଦ୍ଦିକୁ ସବୁସ୍ତରରେ ନିନ୍ଦା କରାଯାଉଛି । ଜଣେ ରାଜନେତାଙ୍କ ଏଭଳି ହିଂସାତ୍ମକ ଆଚରଣକୁ କେହି ଗ୍ରହଣ କରିପାରିବେନି । ଏହାକୁ ସାଂଘାତିକ ଅପରାଧ ଭାବେ ବିବେଚନା କରିବା ଉଚିତ ।
ତେବେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ କୁ କାର୍ଯ୍ୟରେ ବାଧା ଦେଇ ନାଲିଆଖି ଦେଖାଇବା ଏହି ଶ୍ରେଣୀର ଅପରାଧ ନୁହେଁ କି? କ’ଣ ଖାଲି ପିଟିଲେ ଅପରାଧ ଆଉ ଧମକେଇ ନାଲି ଆଖି ଦେଖେଇଲେ ଅପରାଧ ନୁହେଁ? ଦଳମତ ନିର୍ବିଶେଷରେ ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିବା ଦରକାର । ସେଭଳି ଅପରାଧୀ ଖସିଯିବେ କାହିଁକି?
ଗତ ୧୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟରରୁ ତାଙ୍କ ସୁଟକେଶ୍ ଧରି ଓହ୍ଲାଉଥିବା ବେଳେ ବୁର୍ଲାଠାରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ୍ ହାବୁଡ଼ରେ ପଡ଼ିଥିଲେ । ସ୍କ୍ୱାଡ୍ ଅଧିକାରୀମାନେ ତାହା ଯାଞ୍ଚ କରିବାକୁ ଚାହିଁଥିଲେ । ମାତ୍ର ଧର୍ମେନ୍ଦ୍ର ସେମାନଙ୍କୁ ସହଯୋଗ କରିବା ବଦଳରେ ନାଲିଆଖି ଦେଖାଇଲେ । ଫ୍ଲାଇଂ ସ୍କ୍ୱାଡ୍ କର୍ମଚାରୀଙ୍କ ଉପରକୁ ଚିହିଁକି ଉଠି ଦୁନିଆ ବକିଲେ । ତାହାର ଭିଡ଼ିଓ ଭାଇରାଲ୍ ହେଲା । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି ।
ମାର୍ଚ୍ଚ ୨୮ ତାରିଖରେ ହିଂଜିଳି ନିକଟରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ିକୁ ଅଟକାଇଥିଲା ଫ୍ଲାଇଂ ସ୍କ୍ୱାଡ୍ । ଏଥିରେ ପୀତାମ୍ବର ଉତକ୍ଷିପ୍ତ ହୋଇ ସଂପୃକ୍ତ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୁଲିସ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିବାର ଭିଡ଼ିଓ ଭାଇରାଲ୍ ହେଲା । ସ୍କ୍ୱାଡ୍ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେଇ ପୀତାମ୍ବର ଖାଲି ଧମକେଇଲେନି ବରଂ ସରକାରୀ ଅଧିକାରୀଙ୍କ ପଦପଦବୀକୁ ନେଇ ତାତ୍ସଲ୍ୟ କରିଥିଲେ । ନିଜର ଆତ୍ମବଡ଼ିମା ଶୁଣାଇ ସେମାନଙ୍କୁ ନୀଚ୍ଚ କରିବାକୁ ଉଦ୍ୟମ କରିଥିଲେ । ଆସିକା ଥାନାରେ ତାଙ୍କ ବିରୋଧରେ ମାମଲା ହେଲା । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି ।
ଏହିସବୁ ଘଟଣାରେ ଆଇନ ସମସ୍ତଙ୍କ ପାଇଁ କେମିତି ସମାନ ହେଲା ବୁଝାପଡୁନି । ଫ୍ଲାଇଂ ସ୍କ୍ୱାଡ୍ କୁ କାର୍ଯ୍ୟରେ ବାଧା ଦେଇ ନାଲିଆଖି ଦେଖାଇବା କ’ଣ ସମାନ ଆଇନ ପର୍ଯ୍ୟାୟଭୁକ୍ତ ନୁହେଁ, ଯାହା ମହାରଥୀଙ୍କ ଘଟଣାରେ ଘଟିଛି? ମହାରଥୀଙ୍କ ଗିରଫ ପରେ ବିଜେଡ଼ି ଏ ପ୍ରସଙ୍ଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଯାଇଛି । ବାସ୍ତବତା ହେଉଛି, ଆଇନ ଆଗରେ ସବୁ ଅପରାଧ ଯଦି ସମାନ ତେବେ ସମାନ ଘଟଣାରେ ଧର୍ମେନ୍ଦ୍ର ଓ ପୀତାମ୍ବରଙ୍କ ପାଇଁ ନୁହେଁ କାହିଁକି? ଏଭଳି ଘଟଣା ଯିଏ ବି ଘଟାଉଛନ୍ତି ତାଙ୍କୁ ଦଣ୍ଡବିଧାନ କରାଯିବ ନାହିଁ କାହିଁକି? ଟିଭିରେ ନାଗୁଆ ଅତିଥି ହୋଇଥିବା ବିଶାରଦମାନଙ୍କ ପାଟିରୁ ଏ ସମ୍ପର୍କରେ ପଦୁଟିଏ ନ ବାହାରିବା ଆହୁରି ଦୁର୍ଭାଗ୍ୟଜନକ ।
ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସମ୍ବଲପୁରରେ ତାଙ୍କ ହେଲିକପ୍ଟରକୁ ଚେକିଂ କରିଥିଲେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ଆଇଏଏସ୍ ଅଫିସର ମହମ୍ମଦ ମହସୀନ୍ । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେକିଂ କରି ସେ ଅପରାଧୀ ହୋଇଗଲେ । ତାଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡ଼ିଲା । କାରଣ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରକୁ ସେ ହାତ ମାରିଦେଲେ ।
Previous Post

ଗିରଫ ହେଲେ ପ୍ରଦୀପ ମହାରଥୀ

Next Post

ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Next Post
ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ତୃତୀୟ ପର୍ଯ୍ୟାୟରେ ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA