Monday, May 25, 2026 02:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୩୦% ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା; ବିଜେପିରୁ ସର୍ବାଧିକ

by Our Correspondent
28 Apr, 2019- 02:12 PM
in Latest News, News
1 min read
0
୩୦% ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା; ବିଜେପିରୁ ସର୍ବାଧିକ
ଭୁବନେଶ୍ୱର: ଅପରାଧିକ ମାମଲା ଥିବା ରେକର୍ଡ ସଂଖ୍ୟକ ବ୍ୟକ୍ତି ଏଥର ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ପ୍ରତିଦ୍ୱନ୍ଦିତା କରୁଥିବା ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୦୯ ଏବଂ ୨୦୧୪ ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ହାର ତୁଳନାରେ ଏହା ୭ ପ୍ରତିଶତ ଅଧିକ । ପୂର୍ବ ଦୁଇଟି ଯାକ ନିର୍ବାଚନରେ ଅପରାଧୀ ପ୍ରାର୍ଥୀଙ୍କ ହାର ୨୩ ପ୍ରତିଶତ ଥିଲା ବେଳେ ଏଥର ତାହା ୩୦ ପ୍ରତିଶତକୁ ବଢ଼ିଛି । ବିଜେପିରୁ ସର୍ବାଧିକ ୮୬ ଜଣ(୫୯%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ ବିଜେଡ଼ିରୁ ୫୮(୪୦%) ଏବଂ କଂଗ୍ରେସରୁ ୬୪(୪୬%) ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆହୁରି ବଡ଼କଥା ହେଉଛି, ଏମାନଙ୍କ ମଧ୍ୟରୁ ୨୫୭ ଜଣ ବା ୨୩ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ରହିଛି ରେପ୍, ମର୍ଡର, ଅପହରଣ ଭଳି ସଙ୍ଗୀନ ମାମଲା । ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଏଡ଼ିଆର ଏହି ତଥ୍ୟ ପ୍ରକାଶ କରିଛି ।
ରିପୋର୍ଟରେ କୁହାଯାଇଛି, ସଙ୍ଗୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୬୭(୪୬%) ପ୍ରାର୍ଥୀ ଅଛନ୍ତି । ବିଜେପି ତଳକୁ କଂଗ୍ରେସର ୪୮(୩୫%) ଏବଂ ବିଜେଡ଼ିର ୪୦(୨୭%) ପ୍ରାର୍ଥୀଙ୍କ ନାଁରେ ରହିଛି ସଙ୍ଗୀନ ଅପରାଧିକ ମାମଲା । ସାମଗ୍ରିକ ଭାବେ ୫୯ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩ କିମ୍ବା ତାଠାରୁ ଅଧିକ ସଂଖ୍ୟକ ପ୍ରାର୍ଥୀଙ୍କ ନାଁରେ ଘୋଷିତ ଅପରାଧିକ ମାମଲା ରହିଛି । ୭ ଜଣ ପ୍ରାର୍ଥୀ ଦୋଷୀ ସାବ୍ୟସ୍ତ ଅପରାଧୀ ହୋଇଥିବା ବେଳେ ୯ ପ୍ରାର୍ଥୀଙ୍କ ନାଁରେ ୩୦୨ ବା ହତ୍ୟା ମାମଲା ରହିଛି । ୬୩ ଜଣ ପ୍ରାର୍ଥୀଙ୍କ ନାଁରେ ୩୦୭ ଦଫା ବା ହତ୍ୟା ଉଦ୍ୟମ ମାମଲା ରହିଛି । ମହିଳା ବିରୋଧୀ ଅପରାଧ ମାମଲା ବା ୩୭୬ ଦଫା ଲାଗିଥିବା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୪୯ । ୧୭ ଜଣ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ ।ମଲା ରହିଛି ।
ଖାଲି ଅଧିକ ସଂଖ୍ୟକ ଅପରାଧୀ ପ୍ରାର୍ଥୀ ନୁହଁନ୍ତି ଅଧିକ ସଂଖ୍ୟକ ଧନଶାଳୀ ପ୍ରାର୍ଥୀଙ୍କ ଭିଡ଼ ହୋଇଛି ଏହି ନିର୍ବାଚନରେ । ୨୦୦୯ ନିର୍ବାଚନରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୭% ଥିବା ବେଳେ ୨୦୧୪ରେ ୧୭% କୋଟିପତି ପ୍ରାର୍ଥୀ ଥିଲେ । ମାତ୍ର ଏଥର କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୨୭% ହୋଇଛି । ବିଜେଡ଼ିରୁ ସର୍ବାଧିକ ୯୭(୬୬%) କୋଟିପତି ପ୍ରାର୍ଥୀ ଥିବା ବେଳେ ବିଜେପିରୁ ୭୫(୫୨%) ଏବଂ କଂଗ୍ରେସରୁ ୭୩(୫୩%) ହେଉଛନ୍ତି କୋଟିପତି ପ୍ରାର୍ଥୀ । ୫ କୋଟିରୁ ଅଧିକ ସମ୍ପତ୍ତି ତାଲିକାରେ ୬୯ ପ୍ରାର୍ଥୀ ଥିବା ବେଳେ ୨ କୋଟିରୁ ୫ କୋଟି ଭିତରେ ଅଛନ୍ତି ୧୧୧ ପ୍ରାର୍ଥୀ । ୫୦ ଲକ୍ଷରୁ ୨ କୋଟି ସମ୍ପତ୍ତି ଭିତରେ ଅଛନ୍ତି ୨୪୬ ପ୍ରାର୍ଥୀ । ୧୦ ଲକ୍ଷରୁ କମ ସମ୍ପତ୍ତି ତାଲିକାରେ ରହିଛନ୍ତି ୪୧୮ ପ୍ରାର୍ଥୀ ।
ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍(ଏଡ଼ିଆର) ପକ୍ଷରୁ ପ୍ରାର୍ଥୀମାନେ ଦାଖଲ କରିଥିବା ଆଫିଡେଭିଟ୍ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ବିଧାନସଭା ଆସନ ପାଇଁ ସମୁଦାୟ ୧୧୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ୧୧୨୧ ପ୍ରାର୍ଥୀଙ୍କ ଆଫିଡେଭିଟ୍ ହିସାବକୁ ନିଆଯାଇଛିସ । ୧୬ ପ୍ରାର୍ଥୀଙ୍କ ଆଫିଡେଭିଟ୍ ରୁ ସ୍ପଷ୍ଟ ଚିତ୍ର ମିଳପାରିନାହିଁ ।
Previous Post

ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦକୁ କାହିଁକି ଲୋଭେଇଥିଲେ ବୈଜୟନ୍ତ ପଣ୍ଡା

Next Post

ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା

Next Post
ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା

ଶେଷ ପର୍ଯ୍ୟାୟରେ ସମସ୍ତଙ୍କ ନଜର କେନ୍ଦ୍ରାପଡ଼ା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA