Thursday, May 7, 2026 01:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ପାଇଁ ବଡ଼ ପ୍ୟାକେଜ୍

by Our Correspondent
30 May, 2019- 11:21 PM
in Latest News, News
1 min read
0
ବିଜେପୁର ପାଇଁ ବଡ଼ ପ୍ୟାକେଜ୍
ଭୁବନେଶ୍ୱର: ବିଜେପୁରବାସୀଙ୍କ ବିପୁଳ ସମର୍ଥନକୁ ଭୁଲି ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଂଜିଳି ସମେତ ଏଥର ବିଜେପୁର ଆସନରୁ ନିର୍ବାଚନ ଲଢ଼ି ଜିତିଥିବା ମୁଖ୍ୟମନ୍ତ୍ରୀ ସରକାର ଗଠନର ଦ୍ୱିତୀୟ ଦିନରେ ଆଜି ବିଜେପୁର ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି । ବିଜେପୁର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି ।
ପ୍ୟାକେଜ୍ ରେ ସବୁଠାରୁ ଆଗରେ ରହିଛି ବିଜେପୁର ନିର୍ବାଚନମଣ୍ଡଳୀରେ ଥିବା ପ୍ରାୟ ୩୪ ହଜାର କଚ୍ଚା ଘରକୁ ପକ୍କା ଘର କରାଯିବ । ଏଥିସହ ୫୦୫ ଗାଁର ୮ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ଦୁଇଟି ମେଗା ପାଇପ ପ୍ରକଳ୍ପ ପ୍ରତିଷ୍ଠା ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଉକ୍ତ ପ୍ରକଳ୍ପ ପାଇଁ ୧୧୨୦ କୋଟି ଟଙ୍କା ବ୍ୟୟ ହେବ ।
ଖାଲି ପିଇବା ପାଣି ନୁହେଁ, ଚାଷ ଜମିକୁ ଜଳସେଚିତ କରିବା ପାଇଁ ବୃହତ୍ତ ପ୍ରକଳ୍ପର ଯୋଜନା କରାଯାଇଛି । ଗାଇସିଲଟ ବ୍ଲକ୍ ର ବରମୁଣ୍ଡା ପଞ୍ଚାୟତରେ ଥିବା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ଦୁଇଟି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ଲାଗି ୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ୱାରା ୩ ହଜାର ଏକର ଚାଷଜମିକୁ ଜଳସେଚିତ କରାଯାଇପାରିବ । ସେହିଭଳି ନଦୀରୁ ଚାଷଜମିକୁ ଜଳଯୋଗାଣ ପାଇଁ ୨୯ ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହ ୩ ହଜାର ଗଭୀର ନଳକୂପ ଖୋଳାଯିବ ।
ଭିତ୍ତିଭୂମି ବିକାଶ ପାଇଁ ନିର୍ଦ୍ଦିଷ୍ଟ ଯୋଜନା କରାଯାଇଛି । ବିଜେପୁର ଏବଂ ବରପାଲି ଏନଏସିରେ ଜଳଯୋଗାଣ, ଷ୍ଟ୍ରିଟ୍ ଲାଇଟ୍ ଠାରୁ ଆରମ୍ଭ କରି ରାସ୍ତା, ଡ୍ରେନେଜ୍, ଗୋଷ୍ଠୀ କେନ୍ଦ୍ର, ଟାଉନ୍ ହଲ୍, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ୍, ମାର୍କେଟ୍ କମ୍ପ୍ଲେକ୍ସ, ପାର୍କ, ଦପ୍ତର ନିର୍ମାଣ କରାଯିବ । ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ ଏବଂ ଆସନ୍ତା ଦୁଇ ବର୍ଷରେ କାମ ସରିବ ।
ଚାଷୀଙ୍କୁ ଉତ୍ତମ ବିଜୁଳି ଯୋଗାଣ ଲାଗି ସ୍ୱତନ୍ତ୍ର ଫିଡ଼ର୍ ନିର୍ମାଣ କରାଯିବ । ସେଥିପାଇଁ ୬୦ କିଲୋମିଟର ଲମ୍ବାର ୩୩ କେଭି ଏବଂ ୧୨୫ କିଲୋମିଟରର ୧୧ କେଭି ଲାଇନ୍ ନିର୍ମାଣ କରାଯିବ । ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ୫୦ଟି ନୂତନ ଟ୍ରାନ୍ସଫରମର ବସାଯିବ ।
ପ୍ୟାକେଜ୍ ରେ ଅନ୍ୟାନ୍ୟ ସୁବିଧା ମଧ୍ୟରେ ରହିଛି
– ଗାଇସିଲଟ ତହସିଲ ଅଧିନରେ ଗୁଡ଼େରପାଲି, ତାଲପାଲି ଓ ଡାଙ୍ଗବାହାଲଠାରେ ତିନୋଟି ଆଣଆଇ ସର୍କଲ ପ୍ରତିଷ୍ଠା ହେବ ।
– ବିଜେପୁର ବ୍ଲକ୍ ର ତାଳପଦରଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ ।
– ବର୍ତ୍ତମାନ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସପ୍ତାହକ ମଧ୍ୟରେ ଆବଶ୍ୟକ ଡାକ୍ତର ନିଯୁକ୍ତ ହେବେ ।
– ବିଜେପୁରଠାରେ ଗୋଟଇଏ ଆଇଟିଆଇ ପ୍ରତିଷ୍ଠା କରାଯିବ ।
– ଗାଇସିଲଟ ଓ ବରପାଲିଠାରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହେବ ।
– ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ୮୦ କିଲୋମିଟର ଦୈର୍ଘ୍ୟର ୪ଟି ନୂତନ ସଡ଼କ ପ୍ରକଳ୍ପ ଏବଂ ଗୋଟିଏ ସେତୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେଥିପାଇଁ ଖର୍ଚ୍ଚ ହେବ ୮୨ କୋଟି ଟଙ୍କା ।
ଏହି ସବୁ ପ୍ରକଳ୍ପର କାର୍ଯ୍ୟକାରିତାକୁ ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରିବେ । ସଫଳତାର ସହ ସବୁ କାର୍ଯ୍ୟକାରୀ ହେଉଛି ନା ନାହିଁ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇମାସରେ ସମୀକ୍ଷା କରିବେ ।
ତେବେ ଏତିକିରେ ଅଟକିନାହାନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁରବାସୀଙ୍କ ଜୀବିକା ପ୍ରକଳ୍ପ ସହ ଆଉ କିଛି ଯୋଜନା ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ତାହା ଘୋଷଣା ହେବ ବୋଲି କୁହାଯାଇଛି ।
Previous Post

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Next Post

ଅମିତ୍ ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ ବିଭାଗ

Next Post
ଅମିତ୍ ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ ବିଭାଗ

ଅମିତ୍ ଶାହାଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ ବିଭାଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA