Saturday, May 9, 2026 07:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ପରାଜୟର କାରଣ ଅର୍ନ୍ତଘାତୀ !

by Our Correspondent
09 Jun, 2019- 10:49 PM
in Latest News, News, Politics
1 min read
0
ବିଜେପି ପରାଜୟର କାରଣ ଅର୍ନ୍ତଘାତୀ !
ଭୁବନେଶ୍ୱର: ୨୦୧୪ ମସିହାରେ ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା ୫୦,୭୩୬ ଭୋଟ ପାଇ ଜିତିଥିଲେ । ବିଜେଡ଼ିର ଅନୁପ ସାଏଙ୍କ ଠାରୁ ତାଙ୍କର ଭୋଟ ବ୍ୟବଧାନ ଥିଲା ପ୍ରାୟ ୭ ହଜାର । ଏଥର ରାଧାରାଣୀ ୬୮,୫୧୮ ଖଣ୍ଡ ଭୋଟ ପାଇଥିଲେ ବି ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ୧୧ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି । ତେବେ ରାଧାରାଣୀ ପାଇଥିବା ଭୋଟଠାରୁ ତାଙ୍କ ଦଳର ସାଂସଦ ପ୍ରାର୍ଥୀ ସୁରେଶ ପୂଜାରୀ ୨୨ ହଜାର ଅଧିକ ଭୋଟ ପାଇଛନ୍ତି । ଏମିତି କାହିଁକି ହେଲା? କିଭଳି ହେଲା?
ଏହି ପ୍ରଶ୍ନ ରାଧାରାଣୀ ପଣ୍ଡା ପଚାରିଛନ୍ତି । ଆଉ ପ୍ରଶ୍ନର ଉତ୍ତର ବି ନିଜେ ରଖିଛନ୍ତି । ଦଳ ଭିତରେ ଅନ୍ତର୍ଘାତୀ କାର୍ଯ୍ୟର ଶିକାର ହୋଇଥିବା ସିଧା ସିଧା କହିଛନ୍ତି । ସେତିକିରେ କଥା ନ ସରେଇ ତାକୁ ଭଲ କରି ବ୍ୟାଖ୍ୟା କରିଛନ୍ତି । କହିଛନ୍ତି, ବିଜେଡ଼ି- ବିଜେପି ନେତାଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିଲା । ବିଧାନସଭା ପାଇଁ ଶଙ୍ଖ ଏବଂ ଲୋକସଭା ପାଇଁ ପଦ୍ମରେ ଭୋଟ କରିବାକୁ ଚକ୍ରବ୍ୟୁହ ହୋଇଥିଲା । ତେବେ ଅଘୋଷିତ ମେଣ୍ଟ କରିଥିବା ତାଙ୍କ ଦଳର ନେତା କିଏ ତାହାକୁ ଉହ୍ୟ ରଖିଛନ୍ତି ବିଜେପିର ଏହି ଫାୟାର ବ୍ରାଣ୍ଡ ନେତ୍ରୀ ।
ଭୋଟ ଫଳ ଆସିବାର ୧୫ ଦିନ ପରେ ବିଜେପି ନେତୃତ୍ୱ ଆଜି ପରାଜୟର ସମୀକ୍ଷା କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କୋର୍ କମିଟି ସଦସ୍ୟମାନେ ପ୍ରଥମେ ରୁଦ୍ଧଦ୍ୱାର ବୈଠକ କରିବା ପରେ ଜିଲ୍ଲାୱାରୀ ପରାଜିତ ନେତା, ଦଳୀୟ ପଦାଧିକାରୀଙ୍କୁ ଭେଟି ପରାଜୟର କାରଣ ଖୋଜିଥିଲେ । ତିନୋଟି ପର୍ଯ୍ୟାୟରେ ୬ ଘଣ୍ଟା ଧରି ଚାଲିଥିଲା ସମୀକ୍ଷା । ବୈଠକରେ ନିଜର କ୍ଷୋଭ ଉଦଗୀରଣ କରିଥିଲେ ରାଧାରାଣୀ । ମୁଖିଆମାନଙ୍କ ଆଗରେ କ୍ଷୋଭ ଓଗାଳିଥିଲେ । ଦଳରେ ଅର୍ନ୍ତଘାତୀ କାର୍ଯ୍ୟକୁ ପରାଜୟର ପ୍ରମୁଖ କାରଣ ଦର୍ଶାଇଥିବା ବେଳେ ବିଜେଡ଼ି ଟଙ୍କା ଦେଇ ଭୋଟ କିଣିଥିବା ଏବଂ ଶାସନକଳର ଅପବ୍ୟବହାର କରିଥିବା ପ୍ରସଙ୍ଗକୁ ସାନ୍ତ୍ୱନାମୂଳକ ଅଭିଯୋଗ ଭାବେ ଉପସ୍ଥାପିତ କରିଥିଲେ ।
ପଦ୍ମପୁରରୁ ହାରିଥିବା ପ୍ରଦୀପ ପୁରୋହିତ ତାଙ୍କ ପରାଜୟ ପାଇଁ ଆଉ ଏକ କାରଣ ଯୋଡିଥିଲେ । କହିଥିଲେ, କଂଗ୍ରେସ ଭୋଟ ବିଜେଡ଼ି ଖାତାକୁ ଚାଲିଗଲା । ରବି ନାଏକ(କୁଚିଣ୍ଡା), ସୁରମା ପାଢ଼ୀ(ରଣପୁର), ବିଶ୍ୱରଂଜନ ମଲ୍ଲିକ(ବରୀ), ଅମର ନାୟକ(ବଡ଼ଚଣା)ଙ୍କ ଭଳି ପରାଜିତ ନେତାମାନେ ମଧ୍ୟ ଦଳୀୟ ଅନ୍ତର୍ଘାତୀକୁ ପରାଜୟର ପ୍ରମୁଖ କାରଣ ବୋଲି ଅଙ୍କ ରଖିଥିଲେ ।
ବିଜେପି ଲୋକସଭାରେ ୮ଟି ସିଟ୍ ହାସଲ କରିଥିବା ବେଳେ ୨୩ ଟି ସିଟ୍ ପାଇଛି । ବିଜେପି ନେତାମାନଙ୍କ କହିବା କଥା, ଲୋକସଭା ଆସନ ଦୃଷ୍ଟିରୁ ବିଧାନସଭାରେ ଆମେ ୫୬ ଟି ସିଟ୍ ପାଇବା କଥା । ମାତ୍ର ପାଇଲୁ ନାହିଁ । ଅର୍ଥାତ୍ ଏମପି ପାଇଁ ପଦ୍ମ ଚିହ୍ନରେ ଭୋଟ ଦେଇଥିବା ଅଧିକାଂଶ ଭୋଟର ଏମଏଲଏ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇଛନ୍ତି । ତେବେ ଓଡ଼ିଶାରେ ନବୀନ ହାୱା ଏବଂ କେନ୍ଦ୍ରରେ ମୋଦି ହାୱା ପାଇଁ ଏଭଳି ଭୋଟ ବିଭାଜନ ହୋଇଥିବା ନିରୋଳା ସତକୁ ବିଜେପିର ପରାଜିତ ପ୍ରାର୍ଥୀମାନେ ହଜମ କରିପାରୁନାହାନ୍ତି । ଅଧିକାଂଶ ପରାଜିତ ପ୍ରାର୍ଥୀ ବିଜେଡ଼ି ତାକତ୍ ଠାରୁ ଦଳୀୟ ଅର୍ନ୍ତଘାତୀକୁ ଅଧିକ ଦାୟୀ କରିଛନ୍ତି । ଘର ଢ଼ିଙ୍କି କୁମ୍ଭୀର ସାଜିଲେ ବୋଲି ସେମାନେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସର୍ବୋପରି ନିର୍ବାଚନ ପରିଚାଳନାରେ ବ୍ୟାପକ ତ୍ରୁଟି ବିଚ୍ୟୁତି ହୋଇଥିବା ନେତାମାନେ ସ୍ୱୀକାର କରିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ୨୩ ଟି ଆସନରେ ଜିତିଥିବା ବେଳେ ୮୧ ଟି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି । ୧୧ଟି ଆସନରେ ବିଜେପି ପ୍ରାର୍ଥୀମାନେ ୫ ହଜାରରୁ କମ୍ ଭୋଟରେ ହାରିଥିବା ବେଳେ ୧୩ ଟି ଆସନରେ ୫ ରୁ ୧୦ ହଜାର ଭୋଟ ବ୍ୟବଧାନରେ ହାରିଛନ୍ତି ।
Previous Post

କେନ୍ଦ୍ରମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭାକୁ ଆସିଲେନି ଅପରାଜିତା; ଜୁଏଲ୍, ସୁରେଶ ଏରିଆ ପଳେଇଲେ

Next Post

ଜୁନ୍ ୨୫ରୁ ବଜେଟ୍ ଅଧିବେଶନ

Next Post
ଜୁନ୍ ୨୫ରୁ ବଜେଟ୍ ଅଧିବେଶନ

ଜୁନ୍ ୨୫ରୁ ବଜେଟ୍ ଅଧିବେଶନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA