Saturday, May 9, 2026 05:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭାକୁ ଆସିଲେନି ଅପରାଜିତା; ଜୁଏଲ୍, ସୁରେଶ ଏରିଆ ପଳେଇଲେ

by Our Correspondent
08 Jun, 2019- 11:45 PM
in Latest News, News, Politics
1 min read
0
କେନ୍ଦ୍ରମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭାକୁ ଆସିଲେନି ଅପରାଜିତା; ଜୁଏଲ୍, ସୁରେଶ ଏରିଆ ପଳେଇଲେ
ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭାରେ ଭୁବନେଶ୍ୱରର ଦଳୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀପଦର ଦାୟିତ୍ୱ ନେବା ପରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଆଜି ପ୍ରଥମ ଥର ଓଡ଼ିଶା ଆସିଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ପାଇଁ ଭୁବନେଶ୍ୱରରେ ବିଜେପି ଶିବିର ଚଳଚଞ୍ଚଳ ଥିବା ବେଳେ ସମ୍ବର୍ଦ୍ଧନା ସଭାରେ ଅପରାଜିତାଙ୍କର କିନ୍ତୁ ଦେଖା ମିଳି ନ ଥିଲା ।
କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସେ ଏୟାରପୋର୍ଟ ଯାଇଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ଏୟାରପୋର୍ଟରୁ ସିଧା ପୁରୀ ଯାଇଥିଲେ ଏବଂ ସେଠାରୁ ଫେରିଲା ପରେ ରାଜ୍ୟ ବିଜେପି ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ସଭାରେ ଦଳର ବଡ଼, ସାନ ପ୍ରାୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ହେଲେ ଅପରାଜିତା ନ ଥିଲେ । ଜୁଏଲ୍ ଓରାମ୍ ଏବଂ ସୁରେଶ ପୂଜାରୀଙ୍କର ବି ସେଠାରେ ଦେଖା ମିଳିଲା ନାହିଁ ।
ଜୁଏଲ୍ ଓରାମ ତାଙ୍କ ଅଞ୍ଚଳରେ ସମ୍ବର୍ଦ୍ଧିତ ହେବାକୁ ଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ଅନୁପସ୍ଥିତ ଥିବା ସଫେଇ ଦିଆଯାଉଥିବା ବେଳେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସୁରେଶ ପୂଜାରୀ ଅନୁପସ୍ଥିତ ଥିବା କୁହାଯାଉଛି । ତେବେ ଏଥିରେ କେତେ ସତ୍ୟାସତ୍ୟ ରହିଛି ତାହା ଜଣାପଡ଼ିନାହିଁ । ସୂଚନାଯୋଗ୍ୟ, ଜୁଏଲ୍ ଏଥର ମନ୍ତ୍ରୀ ପଦ ପାଇ ନ ଥିବାରୁ ଉତକ୍ଷିପ୍ତ ଅଛନ୍ତି । ପ୍ରଥମ ଥର ପାଇଁ ସାଂସଦ ଯାଇଥିବା ସୁରେଶ ପୂଜାରୀ ବି ମନ୍ତ୍ରୀ ପଦ ପାଇବା ଆଶାରେ ଥିଲେ । ତେବେ ଏହି ଦୁଇଜଣଙ୍କ ଅନୁପସ୍ଥିତିକୁ ନେଇ ଯେତିକି ଚର୍ଚ୍ଚା ହେଉନାହିଁ ଅପରାଜିତାଙ୍କ ଅନୁପସ୍ଥିତି ଅଧିକ ଚର୍ଚ୍ଚା ହେଉଛି ।
ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି, ଅପରାଜିତା ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ମଧ୍ୟ ମନ୍ତ୍ରୀ ଦୌଡରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କର ପାଖଲୋକ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବା ସୁନିଶ୍ଚିତ ବୋଲି ପ୍ରଚାର ହୋଇଥିଲା । ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ସମ୍ପର୍କ ଭଲ ନୁହେଁ ବୋଲି ପ୍ରଥମରୁ ଚର୍ଚ୍ଚା ହୋଇ ଆସୁଛି । ଆଇଏଏସ୍ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଉ ଦେଉ ତାଙ୍କର କାଟତିକୁ ଧର୍ମେନ୍ଦ୍ର ଭଲ ଦୃଷ୍ଟିରେ ଦେଖୁ ନ ଥିବା ଅପରାଜିତାଙ୍କ ସମର୍ଥକମାନଙ୍କ ବିଶ୍ୱାସ । ସୁତରାଂ ଅପରାଜିତାଙ୍କ କେନ୍ଦ୍ରମନ୍ତ୍ରୀ ହେବା ବାଟରେ ଧର୍ମେନ୍ଦ୍ର ବାଧକ ସାଜିଥିବା ପ୍ରଚାର ହେଉଛି ।
ଦଳ ଭିତରେ ଏଭଳି କେଁ କଟର ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବାକୁ ଅପରାଜିତା ଉଚିତ୍ ମଣିଲେନି ନାଁ ତାଙ୍କର ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଭୁବନେଶ୍ୱରରୁ ସାଂସଦ ନିର୍ବାଚିତ ହେବା ପରେ ସାଂଗଠନିକ କାର୍ଯ୍ୟରେ ଅଧିକ ସକ୍ରିୟ ହୋଇପଡ଼ିଥିବା ଅପରାଜିତା ତାଙ୍କର ନିଜ କ୍ଷେତ୍ରରେ ଦଳର ଏତେବଡ଼ ସମାରୋହରୁ ଦୂରେଇ ରହିବା ଏବେ ସମସ୍ତଙ୍କ ମନରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।
ସୂଚନା ଥାଉକି, ଗତ ୨ ତାରିଖ ଅପରାହ୍ନରେ ଅପରାଜିତା ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିବା କହିଥିଲେ ।

ଏୟାରପୋର୍ଟ ଗଲା ଗୋଷ୍ଠୀ କନ୍ଦଳ, ପିଟାପିଟି ହେଲେ

କେନ୍ଦ୍ରମନ୍ତ୍ରୀଙ୍କ ଆଗମନ ବେଳେ ଏୟାରପୋର୍ଟରେ ଆଉ ଏକ ଅଘଟଣ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନାରେ ନେତା ଓ କର୍ମୀମାନେ ମସଗୁଲ ଥିବା ବେଳେ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେଇ ପଦାକୁ ଚାଲି ଆସିଥିଲା । ବିଜେପି ନେତା ଉମେଶ ଖଣ୍ଡେଲୱାଲ ଏବଂ ଠାକୁର ରଣଜିତ୍ ଦାସଙ୍କୁ କିଛି କର୍ମୀ ଟଣାଭିଡ଼ା କରିଥିଲେ । ଏହି ଗଣ୍ଡଗୋଳ ଯୋଗୁଁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏୟାରପୋର୍ଟରୁ ବାହାରିବାରେ ବିଳମ୍ବ ହୋଇଥିଲା । ଗଣ୍ଡଗୋଳ କରୁଥିବା କର୍ମୀଙ୍କୁ ପୁଲିସ କାବୁ କଲା ପରେ ଯାଇ ରାସ୍ତା କ୍ଲିୟର୍ ହୋଇଥିଲା ।
ଭୁବନେଶ୍ୱରର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏହି ଗଣ୍ଡଗୋଳ ପଛର କିଙ୍ଗପିନ୍ ବୋଲି ଶ୍ରୀ ଖଣ୍ଡେଲୱାଲ୍ ଏୟାରପୋର୍ଟରେ ଥାନାରେ ଏତଲା ଦେଇଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ସହଯୋଗୀମାନଙ୍କୁ ଲଗାଇ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ମାସେ ତଳେ ବିଜେପି ଅଫିସ୍ ପରିସରରେ ଥିବା ଶ୍ରୀ ଖଣ୍ଡେଲୱାଲ୍ ଙ୍କ ଗାଡ଼ିକୁ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ମାମଲା ଖାରବେଳ ନଗର ଥାନାକୁ ଯାଇଥିଲା ।
Previous Post

ବିଜେଡ଼ି ଫେରିବାକୁ ଦାମ ବାଉଳା !

Next Post

ବିଜେପି ପରାଜୟର କାରଣ ଅର୍ନ୍ତଘାତୀ !

Next Post
ବିଜେପି ପରାଜୟର କାରଣ ଅର୍ନ୍ତଘାତୀ !

ବିଜେପି ପରାଜୟର କାରଣ ଅର୍ନ୍ତଘାତୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA