Friday, May 1, 2026 12:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦିଲ୍ଲୀପ ପଣ୍ଡା ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ, ନିର୍ବାଚନ ଲଢ଼ିବା ପାଇଁ ହାତ ପାତିଲେ ନିରଞ୍ଜନ

by Our Correspondent
25 Sep, 2019- 10:58 PM
in Latest News, News, Politics
1 min read
0
ଦିଲ୍ଲୀପ ପଣ୍ଡା ବିଜେପୁରରୁ କଂଗ୍ରେସ ପ୍ରାର୍ଥୀ, ନିର୍ବାଚନ ଲଢ଼ିବା ପାଇଁ ହାତ ପାତିଲେ ନିରଞ୍ଜନ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହେବେ ଦିଲ୍ଲୀପ କୁମାର ପଣ୍ଡା । ଏଆଇସିସି ପକ୍ଷରୁ ଆଜି ସଂଧ୍ୟାରେ ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା କରାଯାଇଛି । ବିଜେପୁର ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ସଟ୍ ଲିଷ୍ଟ କରାଯାଇ ଏଆଇସିସିକୁ ପଠାଯାଇଥିଲା । ତେବେ ତାଲିକା ପଠାଇବାର ୫ ଘଣ୍ଟା ଭିତରେ ଏଆଇସିସି ଦିଲ୍ଲୀପଙ୍କ ନାଁ ଉପରେ ମୋହର ମାରିଛି । ଦିଲ୍ଲୀପ ଏବେ ବରଗଡ଼ ଜିଲ୍ଲା କଂଗ୍ରେସର ଉପସଭାପତି ପଦରେ ଅଛନ୍ତି ।
ଦିଲ୍ଲୀ ଯାଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଦିଲ୍ଲୀପଙ୍କ ସମେତ ରିପୁନାଥ ସେଠ୍ ଙ୍କ ପୁଅ ଅଭିଷେକ ସେଠ୍, ସୁରେନ୍ଦ୍ର ପାତ୍ର, ସ୍ୱାଧିସ୍ମିତା ସୁଆର ଏବଂ ରବୀନ୍ଦ୍ର ପଣ୍ଡାଙ୍କ ନାଁ ଥିଲା । ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରାର୍ଥୀ ଚୟନ କମିଟି ଏହି ୫ ଜଣଙ୍କ ନାଁ ପଠାଇଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ମତାମତ ନେଲା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀପଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ନିରାଶ ହୋଇଛନ୍ତି ସେଠ୍ ବାପପୁଅ । ରିପୁନାଥ ସେଠ୍ ନିଜେ ନହେଲେ ନାଇଁ ପୁଅ ଅଭିଷେକଙ୍କୁ ପ୍ରାର୍ଥୀ କରିବା ପାଇଁ ଜୋରଦାର ଲବି କରିଥିଲେ । ଅଭିଷେକଙ୍କ ନାଁ ବି ଚର୍ଚ୍ଚାର ଆଗରେ ଥିଲା ।
୫୪ ବର୍ଷ ବୟସ୍କ ଦିଲ୍ଲୀପ ପଣ୍ଡାଙ୍କ ଘର ବିଜେପୁରର ମାନପୁର ଗାଁରେ । ବିଜ୍ଞାନରେ ସେ ସ୍ନାତକଧାରୀ । କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିବା ଦିଲ୍ଲୀପ ନବେ ଦଶକରେ ବିଜେପୁର ବ୍ଲକ୍ ଯୁବ କଂଗ୍ରେସର ସଭାପତି ଥିଲେ । ପରବର୍ତ୍ତୀ ସମୟରେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ଏବଂ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ଥିଲେ । ମଝିରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୧୮ ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିଲେ । ତେବେ ତାଙ୍କୁ ଟିକେଟ ନ ମିଳିବାରୁ ସେ ବିଜେପି ଛାଡ଼ି କଂଗ୍ରେସକୁ ଫେରି ଆସିଥିଲେ ।

ସେପଟେ ବିଜେପୁର ଉପନିର୍ବାଚନ ମଇଦାନକୁ ଯିବା ପୂର୍ବରୁ ରାଜ୍ୟ କଂଗ୍ରେସର ବିକଳିଆ ଅବସ୍ଥା ଦେଖାଦେଲାଣି । ନିର୍ବାଚନ ଲଢ଼ିବାକୁ ଦଳ ପାଖରେ ଟଙ୍କା ନ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ନିକଟରେ ନିର୍ବାଚନ ସରିଥିବାରୁ କଂଗ୍ରେସ ପାଖରେ ଆଉ ଟଙ୍କା ନାହିଁ । ତେଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନଙ୍କୁ ହାତ ପାତିଛନ୍ତି ନିରଞ୍ଜନ ।

ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ଅଛି । ଧରାଯାଉ, ବିଜେପୁର ଉପନିର୍ବାଚନ ଲଢ଼ିବାକୁ ନନ୍ ଅଫିସିଆଲି କୋଟିଏ କି ଦି କୋଟି ଦରକାର ପଡ଼ିପାରେ । ସୁତରାଂ ସେତିକି ଟଙ୍କା କଂଗ୍ରେସ କି ନିରଞ୍ଜନଙ୍କ ପାଖରେ ନାହିଁ ତେଣୁ ସେ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମାଗିବେ ବୋଲି କହିଛନ୍ତି ।
ମଜ୍ଜା ଓ ଲଜ୍ଜାର କଥା ହେଉଛି, ନିରଞ୍ଜନ ପଟ୍ଟନାୟକ ଭଲ ପଇସା ବାଲା ନେତା ବୋଲି ସମସ୍ତେ ଜାଣନ୍ତି । ଦୁନିଆର ସେ ସର୍ବଶ୍ରେଷ୍ଠ ବେପାରୀ ବୋଲି ତାଙ୍କ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି । କୁହାଯାଉଛି, ନିରଞ୍ଜନଙ୍କ ପାଇଁ ଗୋଟିଏ ନିର୍ବାଚନ ଲଢ଼ିବା ଖର୍ଚ୍ଚ ତାଙ୍କ ପାନ ଖିଆ ଖର୍ଚ୍ଚ ଭଳିଆ । ତାଙ୍କ ଦଳରେ ନରସିଂହ ମିଶ୍ରଙ୍କଠାରୁ ଆରମ୍ଭ କରି ମହମ୍ମଦ ମୋକିମ୍ ଙ୍କ ଭଳି ସାମର୍ଥ ନେତା ବି ଅଛନ୍ତି । ଏଭଳିସ୍ଥଳେ ନିରଞ୍ଜନ ଭିକ୍ଷା ଥାଳି ଧରିବା ଏକ ପ୍ରହସନ ଓ ଲୋକଙ୍କୁ ବୋକା ବନାଇବାକୁ ଉଦ୍ଦିଷ୍ଟ ବୋଲି ସମାଲୋଚନା ହେଉଛି ।
ବାସ୍ତବ କଥା ହେଉଛି, ଅତୀତରେ କଂଗ୍ରେସର ଦୁର୍ଗ ଥିବା ବିଜେପୁରରେ କଂଗ୍ରେସର ସ୍ଥିତି ଏବେ ନାହିଁ କହିଲେ ଚଳେ । ୨୦୧୮ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ । ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରିପୁନାଥ ସେଠ୍ ଙ୍କ ଖାତାରେ ପଡ଼ିଥିଲା ୧୪,୩୪୪ ଖଣ୍ଡ ଭୋଟ୍ । କଂଗ୍ରେସର ଏଭଳି ସ୍ଥିତି ପିସିସି ସଭାପତିଙ୍କୁ ଛାନିଆଁ କରିବା ସ୍ୱାଭାବିକ । ଗତ ଉପନିର୍ବାଚନରେ ଦଳ ପାଇଥିବା ଭୋଟ ଏଥର ସମ୍ଭାଳିବା ବି କଷ୍ଟକର ବୋଲି ଦଳର ଅନେକ ନେତା ସ୍ୱୀକାର କରୁଛନ୍ତି । ତେଣୁ ସୋନିଆ ଗାନ୍ଧୀ କି ନିରଞ୍ଜନ ପଟ୍ଟନାୟକ ଚଳିତ ବିଜେପୁର ଉପନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁନାହାନ୍ତି ।
Previous Post

ନେତାଙ୍କ ଆଚରଣ; ଗୋଇଠା ମାରି ବିଷ୍ଣୁ

Next Post

ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

Next Post
ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

ବିଜେପୁର ଦାୟିତ୍ୱରେ ଦଳର ହେଭିୱେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA