Monday, May 25, 2026 06:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ

by Our Correspondent
28 Sep, 2019- 12:42 PM
in Latest News, News, Politics
1 min read
0
ବିଜେପୁର ପ୍ରାର୍ଥୀ ଘୋଷଣା; ରୀତା ସାହୁଙ୍କୁ ହତାଦର କଲେନି ନବୀନ
ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନ ପାଇଁ ବିଜେଡ଼ି ପ୍ରାର୍ଥୀ ହେଲେ ଶ୍ରୀମତୀ ରୀତା ସାହୁ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ରୀତା ଦ୍ୱିତୀୟ ଥର ପାଇଁ ବିଜେପୁର ଉପନିର୍ବାଚନ ଲଢ଼ିବେ । ତାଙ୍କ ସ୍ୱାମୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ଉପନିର୍ବାଚନରେ ସେ ବିଜେଡ଼ି ପ୍ରାର୍ଥୀ ହୋଇ ଜିତିଥିଲେ । ତେବେ ଗତ ସାଧାରଣ ନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁରରୁ ପ୍ରାର୍ଥୀ ହେବାରୁ ରୀତାଙ୍କୁ ସୁଯୋଗ ମିଳି ନ ଥିଲା । ଆସନ୍ତା ୩୦ ତାରିଖରେ ଶ୍ରୀମତୀ ସାହୁ ପ୍ରାର୍ଥୀପତ୍ର ଦାଖଲ କରିବେ ।
ବିଜେପୁରବାସୀ ତାଙ୍କୁ ଦେଇଥିବା ଆଶିର୍ବାଦ ପାଇଁ ସେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରାର୍ଥୀ ଘୋଷଣା ବେଳେ କହିଥିଲେ । ବିଜେପୁର ତାଙ୍କ ପାଇଁ ଫୋକସ୍ ନିର୍ବାଚନମଣ୍ଡଳୀ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ।
ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଥିଲେ ମଧ୍ୟ ରୀତା ସାହୁଙ୍କ ପ୍ରାର୍ଥୀତ୍ୱ ଏକରକମ ସ୍ପଷ୍ଟ ଥିଲା । ଯଦିଓ ପୂର୍ବରୁ ସୁବାସ ଚୌହାନ୍ ଙ୍କ ନାଁ ବେଶୀ ଶୁଣାଯାଉଥିଲା । ଗତ ସାଧାରଣ ନିର୍ବାଚନ ବେଳେ ବିଜେପି ଛାଡ଼ି ଆସିଥିବା ବରଗଡ଼ ଲୋକସଭା ଆଶାୟୀ ପ୍ରାର୍ଥୀ ଶ୍ରୀ ଚୌହ୍ୱାନଙ୍କୁ ବିଜେପୁର ଆସନରେ ଥଇଥାନ କରାଯିବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଠିକ୍ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯିବା ପରେ ରୀତା ସାହୁଙ୍କ ରାସ୍ତା ସଫା ଦିଶିଥିଲା । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜାଗା ଛାଡ଼ିଥିବା ରୀତାଙ୍କୁ ବିଜେଡ଼ି ହତାଦର କରିନି । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ ପାଇଥିଲେ । ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ସେ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସେଠାରୁ ଲଢ଼ି ୧,୧୦,୪୮୨ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ସନତ ଗର୍ତ୍ତିଆଙ୍କୁ ପ୍ରାୟ ୫୭ ହଜାର ଭୋଟରେ ପରାସ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିକୁ ହାତରେ ରଖି ବିଜେପୁର ଆସନ ଛାଡ଼ିଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା । ଦଳର ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା । ପ୍ରାର୍ଥୀ ଘୋଷଣାରେ ବିଜେପି ପଛରେ ରହିଯାଇଛି ।
Previous Post

ବାପା ଜାଗାରେ ପୁଅ: ଓସିଏରେ ରହିଲା ଆଶିର୍ବାଦ ରାଜ୍

Next Post

ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ

Next Post
ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ

ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA