Saturday, May 9, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଞ୍ଜୟଙ୍କ ପାଜେରୋ ରହସ୍ୟ

by Our Correspondent
20 Mar, 2016- 02:27 PM
in News, Politics
1 min read
0
ସଞ୍ଜୟଙ୍କ ପାଜେରୋ ରହସ୍ୟ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରହସ୍ୟ ଘେରରେ ପଡ଼ିଛି ପାଜେରୋ ଓଆର ୨୯- ୦୦୦୧ । ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ମାଲିକାନାରୁ ଗାଡ଼ିଟି ଘୂରି ଘୂରି ୫ ବର୍ଷରେ ପହଞ୍ଚିଛି କାଠ ମାଫିଆ ବିଶିକେତନ ପ୍ରଧାନଙ୍କ ପାଖରେ । ୨୦୦୯ ଜୁନ୍‌ ୪ ତାରିଖରେ ପାଜେରୋ ମାଲିକ ବନିଥିଲେ ଦାସବର୍ମା । ଏମଏଲଏ ଷ୍ଟାମ୍ପ ବାଜିବାର ୧୫ ଦିନ ନ ପୂରୁଣୁ ପାଜେରୋ ଚଢ଼ିଥିଲେ ସଞ୍ଜୟ । କ’ଣ ହେଲା କେଜାଣି ୨୦୧୧ରେ ଗାଡ଼ିଟିକୁ ସେ ବିକ୍ରୀ କରିଥିଲେ ଜ୍ୟୋତିରଞ୍ଜନ ପାଇକରାୟଙ୍କୁ । ଏହି ବାବୁ ହେଉଛନ୍ତି ସଞ୍ଜୟଙ୍କ ସଳା ସତ୍ୟପ୍ରିୟ ଜୟସିଂ ଓରଫ୍‌ ଟୁକୁନାଙ୍କର ଘନିଷ୍ଠ ବନ୍ଧୁ । ତେବେ ଜ୍ୟୋତିରଞ୍ଜନଙ୍କ ମାଲିକାନାରେ ଗାଡ଼ି ଦୁଇବର୍ଷ ରହିବା ପରେ ମାଲିକାନା ଚାଲିଯାଇଥିଲା ସୁବାସିନୀ ପଟ୍ଟନାୟକଙ୍କ ପାଖକୁ । ସୁବାସିନୀ ହେଉଛନ୍ତି ସଞ୍ଜୟଙ୍କ ଅତୀତର ନିଳାଚଳ ବିଲଡର୍ସ ନିର୍ଦ୍ଦେଶକ ସତ୍ୟପ୍ରିୟ ପଟ୍ଟନାୟକଙ୍କ ପତ୍ନୀ । ତେବେ ଦୁଇବର୍ଷ ନ ଯାଉଣୁ ଗାଡ଼ିଟି ଯାଇଛି ବିଶିକେତନ ପ୍ରଧାନଙ୍କ ମାଲିକାନାକୁ । ନୟାଗଡ଼ ଜିଲ୍ଲାର ମୂଳ ଅଧିବାସୀ ଏଇ ବିଶିକେତନ ହେଉଛନ୍ତି ରାଜଧାନୀର ଜଣେ ଜଣାଶୁଣା କାଠ ମାଫିଆ କମ୍‌ ଠିକାଦାର । କେଉଁ ସମ୍ପର୍କରେ ଶେଷକୁ ବିଶିକେତନ ଗାଡ଼ିର ମାଲିକ ହୋଇଛନ୍ତି ତାହା ଏବେ ଚର୍ଚ୍ଚାରେ ।

ପାଜେରୋ ଓଆର୨୯-୦୦୦୧ ଗାଡ଼ିଟି ସଞ୍ଜୟଙ୍କୁ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାଲିକ ପ୍ରଦୀପ ସେଠୀ ଗିଫ୍ଟ କରିଥିବା ଅଭିଯୋଗ ମୂଳରୁ ହୋଇଆସୁଛି । ଚିଟ୍‌ଫଣ୍ଡ ଘୋଟାଲାର ତନାଘନା ଚାଲିଥିବା ବେଳେ ଗିରଫ ପ୍ରଦୀପ ସେଠୀ ସିବିଆଇକୁ ଦେଇଥିବା ଷ୍ଟେଟମେଣ୍ଟରେ ଏଭଳି ଏକ ସୁରାକ୍‌ ଛାଡ଼ିଥିଲେ । ପରେ ପରେ ଗାଡ଼ିଟି ଅର୍ନ୍ତଦ୍ଧାନ ହୋଇଯିବାରୁ ଚର୍ଚ୍ଚା ଜୋର୍‌ ହୋଇଥିଲା । ଏବେ ଲୁଲୁ ମହାପାତ୍ର ସେଇ ପାଜେରୋର ଠିକଣା ଖୋଜି ସଞ୍ଜୟଙ୍କୁ କାଠଗଡ଼ା ଟାଣିବା ପାଇଁ ଉଦ୍ୟମ କରିଛନ୍ତି । ଆଉ ସଞ୍ଜୟ ନିଜ ସପକ୍ଷରେ ଖାଲି କାଉଣ୍ଟର ଜବାବ ଦେଇନାହାନ୍ତି ବରଂ ଲୁଲୁଙ୍କୁ ଯାଛା ତା’ ଗାଳି କରିଛନ୍ତି ।

କାହା ପଇସାରେ ସେ ଗାଡ଼ି ଚଢ଼ିବା ଲୋକ ନୁହଁନ୍ତି ବୋଲି ଲୁଲୁଙ୍କୁ ତାତ୍ସଲ୍ୟ କରିବା ସହ ଚର୍ଚ୍ଚିତ ଓଆର ୨୯- ୦୦୦୧ ପାଜେରୋ ଗାଡ଼ିଟି ସେ ବିଜୟା ବ୍ୟାଙ୍କରୁ ଋଣ ନେଇ କିଣିଥିବା ଦାବି କରିଛନ୍ତି । ତେବେ ଏ ନେଇ ସେ କୌଣସି କାଗଜପତ୍ର ଦେଖାଇ ନାହାନ୍ତି । ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ସଞ୍ଜୟ ଦେଇଥିବା ସମ୍ପତ୍ତି ତାଲିକାରେ ନିର୍ଦ୍ଦିଷ୍ଟ ପାଜେରୋ ଗାଡ଼ି କିଣାବିକା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ଓଲଟି ୨୦୧୩ ମସିହାରେ ବିଜୟା ବ୍ୟାଙ୍କରୁ ଋଣ ନେଇ ସେ ଏକ ପାଜେରୋ ସ୍ପୋର୍ଟସ୍‌ ନଂ ଓଡ଼ି ୦୨ କେ ୦୦୦୧ କିଣିଥିବା ଦର୍ଶାଇଛନ୍ତି । ସେଥିରେ ବ୍ୟାଙ୍କ ଋଣ ପରିମାଣ ୨୪,୩୩,୬୪୪ ଦର୍ଶାଇଛନ୍ତି ସଞ୍ଜୟ । ତେବେ ଓଆର ୨୯-୦୦୦୧ ଗାଡ଼ି ସମ୍ବନ୍ଧରେ କିଛି ଉଲ୍ଲେଖ ନ କରିବା ପଛରେ ତାଙ୍କର ଯୁକ୍ତି ଥାଇପାରେ । ୨୦୧୧ରୁ ସେ ଗାଡ଼ିଟି ବିକ୍ରୀ କରିଦେଇଥିବା ଯୋଗୁଁ ତାଙ୍କ ସମ୍ପତ୍ତି ତାଲିକାରେ ରହିବାର ଆବଶ୍ୟକତା ନ ଥିବା ସେ ଅନୁଭବ କରିଥାଇପାରନ୍ତି । ହେଲେ ତାଙ୍କ କହିବା ମୁତାବକ ବିଜୟା ବ୍ୟାଙ୍କରୁ ସେ ଋଣ ନେଇ ୨୦୦୯ ମସିହାରେ ଗାଡ଼ି କିଣିଥିବା ସତ୍ୟ ହୋଇଥିଲେ ବ୍ୟାଙ୍କ ଷ୍ଟେଟମେଣ୍ଟରେ ତାହା ରହିବା କଥା । ମାତ୍ର ତାହା ହୋଇନାହିଁ । ଓଲଟି ବିଜୟା ବ୍ୟାଙ୍କ ଖାତାରେ ତାଙ୍କ ନାଁରେ ଓଆର ୨୯-୦୦୦୧ ନମ୍ବରର କୌଣସି ଗାଡ଼ି ଦର୍ଜ ହୋଇନାହିଁ ବୋଲି ଜଣେ ବ୍ୟାଙ୍କ ଅଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି । ଏଭଳି ଗାଡ଼ିର ଫାଇନାନସ୍‌ ବ୍ୟାଙ୍କ ଖାତାରେ ନାହିଁ ବୋଲି ସେ କହିଛନ୍ତି ।

ଯଦି ଏହା ସତ ତେବେ ସଞ୍ଜୟ ମିଛ କହୁଛନ୍ତି ବୋଲି ଧରାଯିବ । ଏହା ଧରିଲେ ସଞ୍ଜୟଙ୍କ ପାଜେରୋ ଓଆର ୨୯-୦୦୦୧ ପାଇଁ ଟଙ୍କା କୁଆଡୁ ଆସିଲା ତାହା ଅନୁସନ୍ଧାନ ସାପେକ୍ଷ । ବ୍ୟାଙ୍କ ଋଣ ନ କରି ଗାଡ଼ି କିଣିବା ଅର୍ଥ ନଗଦ ଟଙ୍କା ଦେଇ ଗାଡ଼ି କିଣିଛନ୍ତି । ବ୍ୟାଙ୍କ ଅଫିସରଙ୍କ କଥା ସତ ହୋଇଥିଲେ ସଞ୍ଜୟ ହଠାତ୍‌ ଏତେ ଟଙ୍କା ନଗଦ କୁଆଡୁ ଆଣି ଗାଡ଼ି କିଣିଲେ ବୋଲି ସ୍ୱାଭାବିକ ପ୍ରଶ୍ନ ଉଠୁଛି । ଏଇଥିପାଇଁ ଯେ ୨୦୦୯ ନିର୍ବାଚନ ଆଫିଡେଭିଟ୍‌ ରେ ସେ ତାଙ୍କ ସ୍ଥାବର ସମ୍ପତ୍ତି ପରିମାଣ ମାତ୍ର କେଇ ଲକ୍ଷ ଦର୍ଶାଇଥିଲେ । ୬୦ ହଜାର ଟଙ୍କିଆ ପଲସରକୁ ଏକମାତ୍ର ବାହାନ ଦର୍ଶାଇଥିଲେ ।

ଏହି ତଥ୍ୟ ଦେଇ ୩.୪.୨୦୦୯ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସଞ୍ଜୟ । ୧୬.୦୫.୨୦୦୯ ରେ ହୋଇଥିଲା ନିର୍ବାଚନ । ଆଉ ସଞ୍ଜୟ ବ୍ରହ୍ମଗିରି ଆସନରୁ ଜିତିଥିଲେ ବିଧାନସଭାକୁ । ତେବେ ୧୫ ଦିନ ପୂରୁଣୁ ୨୦୦୯, ଜୁନ୍‌ ୪ ତାରିଖରେ ସଞ୍ଜୟ ବନିଗଲେ ୩୫ ଲକ୍ଷିଆ ପାଜେରୋର ମାଲିକ । ଏହା ସତ ଯେ ସଞ୍ଜୟ ରାଜନୀତିକୁ ଆସି ଗାଡ଼ି ଚଢ଼ିନାହାନ୍ତି । ରାଜନୀତି ଛଡ଼ା ସେ ଜଣେ ପ୍ରତିଷ୍ଠିତ ବିଲଡର । କମ୍‌ ବୟସରୁ ବେପାରରେ ସଫଳତା ପାଇଥିବାରୁ ଗାଡ଼ିଘୋଡା ତାଙ୍କ ପାଇଁ ଆକାଶିଆ ନୁହେଁ । ମାତ୍ର ବିଶାଳ ସମ୍ପତ୍ତିର ମାଲିକ ସଞ୍ଜୟ ଦାସବର୍ମା ନିର୍ବାଚନ ସତ୍ୟପାଠରେ କମ୍‌ ସମ୍ପତ୍ତି ଦେଖାଇ ନିଶ୍ଚିତ ବିବାଦକୁ ଟାଣିହୋଇଥିବା ବେଳେ ରହସ୍ୟମୟ ପାଜେରୋକୁ ବିଜୟା ବ୍ୟାଙ୍କ ଋଣରେ କିଣିଥିବା ଦାବି କରିବା ଏବଂ ବ୍ୟାଙ୍କ ଖାତାରେ ସେଭଳି ପାଜେରୋର ଠିକଣା ନ ଥିବା ଜଣାପଡ଼ିବା ମାମଲାକୁ ଅଧିକ ରହସ୍ୟମୟ କରିଛି । ଏ ସମ୍ପର୍କରେ ସଞ୍ଜୟ ଦାସବର୍ମାଙ୍କର ପ୍ରତିକ୍ରିୟା ଆମେ ଜାଣିବାକୁ ଚାହିଁଥିଲେ ମଧ୍ୟ ସେ ଧରାଛୁଆଁ ଦେଇ ନ ଥିଲେ ।

Previous Post

ନବ ଦାସ ନୋ ପ୍ରୋବ୍ଲେମ୍‌

Next Post

ଟୋଲ ଗେଟ୍‌ ଜଗିଲେ ରବିଶଙ୍କର

Next Post
ଟୋଲ ଗେଟ୍‌ ଜଗିଲେ ରବିଶଙ୍କର

ଟୋଲ ଗେଟ୍‌ ଜଗିଲେ ରବିଶଙ୍କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA