Monday, May 25, 2026 11:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ଚାଲ୍, ସାମ୍ବାଦିକ ମୋହରା!!

by Our Correspondent
07 Nov, 2019- 11:07 PM
in Latest News, News, Politics
1 min read
3
ବୈଜୟନ୍ତଙ୍କ ଚାଲ୍, ସାମ୍ବାଦିକ ମୋହରା!!
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଆଚରଣ ଏବେ ଓଟିଭିର ପ୍ରମୁଖ ଖବର । କେନ୍ଦ୍ରାପଡ଼ାରେ ତାଙ୍କ ସାମ୍ବାଦିକଙ୍କୁ ସାଂସଦ ଅପମାନିତ କଲେ । ତାଳି ମାରି ସମସ୍ତଙ୍କ ସାମନାରେ ତାତ୍ସଲ୍ୟ କଲେ । ଘଟଣା ଦିନ ରାତି ୧୧ଟା ବୁଲେଟିନ୍ ପ୍ରାୟ ଏହି ଖବରରେ ଚାଲିଗଲା । ଦୁଇ ଦିନ ହେଲା ଅନବରତ ସେଇ ଖବର । କେନ୍ଦ୍ରାପଡ଼ା, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ସାମ୍ବାଦିକମାନେ ଏହାକୁ ନିନ୍ଦା କରୁଥିବାର ଖବର ଚାଲିଛି । ଓଟିଭିର ସଂପୃକ୍ତ ସାମ୍ବାଦିକ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ସାଂସଦଙ୍କ ନାଁରେ ଏତଲା ଦେଇସାରିଲେଣି ।
କାର୍ଯ୍ୟରତ ସାମ୍ବାଦିକଙ୍କୁ ଖାଲି ରାଜନେତା କାହିଁକି ଯେ କୌଣସି ବ୍ୟକ୍ତି ଦୁର୍ବ୍ୟବହାର କି ଆକ୍ରମଣ କରିବା ନିଶ୍ଚିତ ଭାବେ ନିନ୍ଦନୀୟ । କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ କ୍ଷେତ୍ରରେ ଯାହା ହୋଇଛି, ତାହା ଆଦୌ ଗ୍ରହଣୀୟ ନୁହେଁ । ଜଣେ ଲୋକପ୍ରତିନିଧିଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏନି । ତେବେ କଥା ହେଉଛି ଆଜି ଅନୁଭବଙ୍କ କଥା ଆସିଲା, ପୂର୍ବରୁ ଏମିତି ବହୁତ ଘଟଣା ଘଟିଛି । କିନ୍ତୁ ଓଟିଭି ସେଭଳି ଖବରକୁ ଯେତିକି ନ୍ୟାୟ ଦେବା କଥା ଦେଇନାହିଁ । ଏକଥା ସାମ୍ବାଦିକ ମହଲରେ ସମସ୍ତଙ୍କୁ ଜଣା ।
ଗତବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ୱରରେ ସାମ୍ବାଦିକମାନେ ଏକ ବିଶାଳ ପ୍ରତିବାଦ ଧାରଣାରେ ବସିଥିଲେ । ସୋର, ବାଲିଆପାଳ ଓ ପୁରୀରେ ସାମ୍ବାଦିକଙ୍କ ଉପରେ ଆକ୍ରମଣର ପ୍ରତିବାଦ ପାଇଁ ଏକାଠି ହୋଇଥିଲେ ସାମ୍ବାଦିକ । ତେବେ ଏହି ଆନ୍ଦୋଳନରେ ଓଟିଭିର କୌଣସି ପ୍ରତିନିଧି ସାମିଲ ହୋଇ ନ ଥିଲେ କି ଟିଭିରେ ଖବରଟିଏ ବି ହୋଇ ନ ଥିଲା । ଚିଲିକା ଉପରେ ଉଡ଼ାଣ ଅଭିଯୋଗରେ ସିଜ୍ ହୋଇଥିବା ନିଜ ହେଲିକପ୍ଟର ମାମଲାକୁ ରଫାଦଫା କରିବା ପାଇଁ ବୈଜୟନ୍ତ ପୁରୀ ପୁଲିସକୁ ମନାଇବା ଉଦ୍ୟମରେ ଥିଲେ । ତେଣୁ ନିଜ ମିଡ଼ିଆ ହାଉସ୍ କୁ ପୁରୀ ପୁଲିସ ବିରୋଧରେ ନ ଯିବାକୁ ହୁକୁମ୍ ଜାରି କରିଥିଲେ ବୋଲି ଖବର ଆସିଥିଲା ।
ଏଭଳି ଭାବେ ନିଜ ଟିଭିକୁ ବ୍ୟକ୍ତିଗତ ଅଥବା ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରିବାରେ ବୈଜୟନ୍ତ କେତେ ସିଦ୍ଧହସ୍ତ ତାହା ସମସ୍ତେ ଦେଖିଛନ୍ତି । ବିଜେଡ଼ିରେ ଥିବା ବେଳେ ନିଜ ଦଳକୁ ସୁରକ୍ଷା ଦେବା ପାଇଁ ସେ ଯେମିତି ଟିଭିକୁ ବ୍ୟବହାର କରୁଥିଲେ ଆଜି ବିଜେପିରେ ଥାଇ ସେମିତି କରୁଛନ୍ତି । ବରମୁଣ୍ଡାରେ ବିଜେପି ଆୟୋଜିତ ସୋନୁ ନିଗମ ନାଇଟ୍ ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଟିଭିର ନଜର ଅନ୍ଦାଜକୁ ସମସ୍ତେ ଦେଖିଛନ୍ତି । ଆମେ ଏକ ନମ୍ବର ଚାନେଲ, ଆଉ ସମସ୍ତେ ଛୋଟ । ଓଟିଭି ଆଖିର ଏଭଳି ହୀନମନ୍ୟତା ଅନ୍ୟ ସାମ୍ବାଦିକ ଭାଇମାନେ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ।
ନିର୍ଦ୍ଦିଷ୍ଟ ଭାବେ ଓଟିଭି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବେଶୀ ଅଣ୍ଟା ଭିଡୁଥିବା ନିର୍ଦ୍ଦିଷ୍ଟ କେଇଜଣ ବରିଷ୍ଠ ସାମ୍ବାଦିକଙ୍କ ଭୂମିକାକୁ ବି ଦେଖିବାର କଥା । ଏମାନେ ବୈଜୟନ୍ତ ପଣ୍ଡାଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ସମସ୍ତେ ଦେଖୁଛନ୍ତି । ଓଟିଭି ଷ୍ଟୁଡ଼ିଅରେ ଏମାନେ ନାଗୁଆ ଅତିଥି । ବୈଜୟନ୍ତ ଓ ତାଙ୍କ ଦଳର ରାଜନୈତିକ ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଜନମତକୁ ପ୍ରଭାବିତ କରିବା ଦାୟିତ୍ୱ ଏମାନେ ନେଇଥିବା କୁହାଯାଉଛି । ଗତ ସାଧାରଣ ନିର୍ବାଚନ ସମୟରେ ସେମାନଙ୍କ ଭୂମିକା ସ୍ପଷ୍ଟ ହୋଇସାରିଛି । ସୁତରାଂ ଏମାନେ ସାମ୍ବାଦିକ ମୁଖା ପିନ୍ଧିଥିବା ବୈଜୟନ୍ତ ପଣ୍ଡାଙ୍କ ଓଟିଭି ଚାନେଲ୍ ପ୍ରବକ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ନିର୍ଦ୍ଦିଷ୍ଟ ଭାବେ ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏହି ତଥାକଥିତ ବରିଷ୍ଠମାନଙ୍କୁ ବ୍ୟଥିତ କରିବା ସ୍ୱାଭାବିକ ।
ସାଂସଦ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକଙ୍କୁ ଦରମାପ୍ରାପ୍ତ ଅଧସ୍ତନ କର୍ମଚାରୀ ବୋଲି କହିଛନ୍ତି । ତାଳି ମାରି ଆକ୍ଷେପ କରିଛନ୍ତି । ତେବେ ଅନ୍ୟ ସାମ୍ବାଦିକମାନେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଚାକିରି ହରାଇବାର କଷ୍ଟ ତଥାକଥିତ ବରିଷ୍ଠ ସାମ୍ବାଦିକମାନେ ଅନୁଭବ କରିଛନ୍ତି କି? ଜୀ ଟିଭିର ତତ୍କାଳୀନ ସମ୍ପାଦକ ସତ୍ୟପ୍ରକାଶ ନାୟକ ରାତାରାତି କେଉଁ ପରିସ୍ଥିତିରେ ଚାକିରି ହରାଇଲେ ତାହା ତଥାକଥିତ ବରିଷ୍ଠଙ୍କୁ ଭଲ ଭାବେ ଜଣା ଅଛି । ସତ୍ୟପ୍ରକାଶଙ୍କ ଭୁଲ୍ ଥିଲା ଯେ ଆଜିର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସେ ବିଜେପିର ଡାର୍କ ହର୍ସ ବୋଲି ଏକ ଖବର ପ୍ରସ୍ତୁତ କରିଥିଲେ । ଖବର ବାଜିବା ପୂର୍ବରୁ ଖବର ଅଟକି ତ ଗଲା । ଏଭଳି ଖବର ପ୍ରସ୍ତୁତ କରିଥିବାରୁ ତତକ୍ଷଣାତ ତାଙ୍କର ଚାକିରି ପଳାଇଲା । ସେମିତି ଓଟିଭି ‘ଖୋଲାକଥା’ର ତତ୍କାଳୀନ ଆଙ୍କର ସାମ୍ବାଦିକ ସତ୍ୟଜିତ୍ ମିଶ୍ରଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତକ୍ଷିପ୍ତ ହୋଇ ତାଙ୍କୁ ଦରମାପ୍ରାପ୍ତ କର୍ମଚାରୀ ବୋଲି ଖାଲି ଆକ୍ଷେପ କରି ନ ଥିଲେ, ବରଂ ଓଟିଭିରୁ ବିଦା ହେବାର ବାଟ କରିଦେଲେ ।
ପ୍ରଶ୍ନ ହେଉଛି, ଏହା କ’ଣ ସାମ୍ବାଦିକଙ୍କ ପ୍ରତି ଅନ୍ୟାୟ ଓ ଦୁର୍ବ୍ୟବହାର ଶ୍ରେଣୀଭୁକ୍ତ ନୁହେଁ । ଆଜି ମୁହଁ ଖୋଲୁଥିବା ତଥାକଥିତ ବରିଷ୍ଠମାନେ ଏହାକୁ ମୁଣ୍ଡପାତି ସହିଗଲେ କେମିତି? ଏହି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାରେ ସେମାନଙ୍କର ପଛଘୁଞ୍ଚା କାହିଁକି?
କୌଣସି ଟିଭି ମାଲିକଙ୍କ ପାଇଁ ତାଙ୍କ ଟିଭି ପ୍ଲାଟଫର୍ମରେ ନିତିଦିନିଆ ଓକିଲାତି କରିବାରେ ମନା ନାହିଁ । କାରଣ ଏଥିରେ ପେଟପାଟଣା କଥା ରହିଛି । ହେଲେ ସେହି ଭୂମିକାରେ ରହି ନିଜକୁ ବରିଷ୍ଠ ସାମ୍ବାଦିକର ପରିଚୟ ଦେବା ଠିକ୍ ନୁହେଁ ବୋଲି ସାଧାରଣରେ ମତ । ଏହି ଗୋଷ୍ଠୀର ବ୍ୟକ୍ତିମାନଙ୍କର ଏଜେଣ୍ଡା ହେଲା, ସେମାନେ ବରିଷ୍ଠ ସାମ୍ବାଦିକର ମର୍ଯ୍ୟାଦା ପାଇବେ । ଏକାଧାରରେ ରେପ୍, ମର୍ଡର, ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଷୟରେ ବିଶେଷଜ୍ଞ ହୋଇ ଟିଭିରେ ବାହାରି ସେଲିବ୍ରିଟି ହେବେ । ସେଥିପାଇଁ ଭଲ କମାଣି ବି କରିବେ.. ।
ତେବେ ଯେଉଁମାନେ ଝାଳ ବୁହାଇ ଦୁଇ, ତିନି କି ଚାରି ନମ୍ବର ମିଡ଼ିଆରେ ସାମ୍ବାଦିକତା କରୁଛନ୍ତି ସେମାନଙ୍କର କ’ଣ ଭବିଷ୍ୟତ? ବସ୍ ଙ୍କୁ ନ ସୁହାଇଲେ ତଣ୍ଟିଆ ଖାଇଲେ ବି ସ୍ୱର ଉଠାଇବାକୁ ସେମାନଙ୍କ ପାଇଁ କ’ଣ କେହି ନାହାନ୍ତି?
କୁହାଯାଉଛି, ବିଜେଡ଼ି ରାଜନୀତିରେ ଏକଦା ପ୍ରତିପତ୍ତିଶାଳୀ ବୈଜୟନ୍ତ ପଣ୍ଡାଙ୍କ ବିଜେପି ଏକ୍ସପେରିମେଣ୍ଟ ଫେଲ୍ ମାରି ସାରିଛି । ବୈଜୟନ୍ତଙ୍କୁ ସୁରକ୍ଷା ଦେଇ ହୀରୋ କରି ରଖିବାକୁ ତାଙ୍କର ତଥାକଥିତ ମୁଖପାତ୍ରମାନଙ୍କର ଅତୀତ ଉଦ୍ୟମ କାଟୁ କରିନାହିଁ । ସବୁ କ୍ଷେତ୍ରରେ ବ୍ୟର୍ଥ ହୋଇଥିବା ବୈଜୟନ୍ତ ନିଜର ଏହି ପ୍ରବକ୍ତାମାନଙ୍କ ଜରିଆରେ ସାମ୍ବାଦିକ ସମାଜକୁ ପ୍ରତିପକ୍ଷ ବିରୋଧରେ ମେଳି କରିବାକୁ ଚକ୍ରାନ୍ତ କରିଛନ୍ତି ।
ସଂଯୋଗକୁ କେନ୍ଦ୍ରାପଡ଼ାରେ ତାଙ୍କର ବିଜେଡ଼ି ରାଜନୈତିକ ପ୍ରତିଦ୍ୱନ୍ଦୀ ଅନୁଭବ ମହାନ୍ତିଙ୍କ ଆଚରଣ ଏବେ ପୁଞ୍ଜି ହୋଇଛି । ଦେଢ଼ ଲକ୍ଷ ଭୋଟରେ ପରାଜୟର ପ୍ରତିଶୋଧ ନେବାର ବେଳ ଏବେ ତାଙ୍କ ହାତପାଆନ୍ତାରେ । ଯେଉଁଥିପାଇଁ ଅନୁଭବଙ୍କ ପାଇଁ ତାଙ୍କ ଟିଭି ଡିକସିନାରିର ସବୁ ଶବ୍ଦ ସରିଗଲାଣି । କେନ୍ଦ୍ରାପଡ଼ା ସାଂସଦ ଅଭଦ୍ର, ଉଦ୍ଧତ, ନାଟୁଆ, ଅହଂକାରୀ, ଲୋଫର ବୋଲି ତାଙ୍କ ଟିଭି ତମ୍ବିତୋଫାନ କରୁଛି ।
Previous Post

ଏସସିବି ପାଇଁ ହଜାର କୋଟି; ଏମସ୍ ପ୍ଲସ୍ ଅନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Next Post

ସାମାଜିକ ରାଜନୀତିର ରାସ୍ତା ଧରିଲା କଳିଙ୍ଗ ସେନା

Next Post
ସାମାଜିକ ରାଜନୀତିର ରାସ୍ତା ଧରିଲା କଳିଙ୍ଗ ସେନା

ସାମାଜିକ ରାଜନୀତିର ରାସ୍ତା ଧରିଲା କଳିଙ୍ଗ ସେନା

Comments 3

  1. Bikram Sahoo says:
    7 years ago

    Bhai pranam. I’m Bikram Sahoo. You are great Bhai. Whatever you have wrote that absolutely right.

    Reply
  2. Dipak Behera says:
    7 years ago

    I Support Anubhav Mohanty. Bhai Nka Bada Fan. Mu Kendrpara Election Heba thu dekhuchi O TV Anubhav Nka Picha chaduni. Mora Mata E Bhali News Channel Ama Odisha re Rahiba Darkar nahi.

    Reply
  3. ଦୀପକ ପ୍ରଧାନ says:
    7 years ago

    ଧର୍ମର ଜୟ କାଳେ କାଳେ

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA