Saturday, April 18, 2026 09:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ର କପି ପେଷ୍ଟ: ବିଜେଡି

ଆମ ଶାସନକୁ ମିଶାଇ ୨୫ ଯୋଜନାର ନାମ ପରିବର୍ତ୍ତନ କରି ଲାଗୁ ହୋଇଛି

by Our Correspondent
26 Aug, 2025- 08:45 PM
in Latest News, News
1 min read
0
‘ଆମ ଶାସନ’ ହେଉଛି ‘୫-ଟି ଓ ମୋ ସରକାର’ର କପି ପେଷ୍ଟ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା ‘ଆମ ଶାସନ’ ବ୍ୟବସ୍ଥା, ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ, ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ, କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି । କ୍ଷମତାକୁ ଆସିବାର ୧୪ ମାସ ପରେ ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର ଉପାଦେୟତାକୁ ବିଜେପି ସରକାର ସ୍ୱୀକାର କରିଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଲୋକପ୍ରିୟ ଯୋଜନାକୁ କେବଳ ନାମ ପରିବର୍ତ୍ତନ କରି ଓ ପୂର୍ବ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭବନ ଗୁଡିକର ରଙ୍ଗ ପରିବର୍ତ୍ତନ କରିବା ପ୍ରାଥମିକତା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଭିତରୁ ୨୪ଟି ଯୋଜନାର ନାମ ପୂର୍ବରୁ ହୋଇସାରିଥିଲା ଓ ଆଜି ଆରମ୍ଭ ହୋଇଥିବା ‘ଆମ ଶାସନ’ ବ୍ୟବସ୍ଥା ପରେ ଏହି ସଂଖ୍ୟା ୨୫କୁ ଛୁଇଁଲା ।

ଶ୍ରୀ ନାୟକ କହିଥିଲେ, ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇଥିବା ‘୫-ଟି – ମୋ ସରକାର’ ବ୍ୟବସ୍ଥା ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହୋଇଥଲା । କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ଏହାକୁ ପ୍ରଶଂସା କରିଥିବା ବେଳେ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହାକୁ ପ୍ରଶଂସା କରିବା ସହିତ, ଏହି ବ୍ୟବସ୍ଥାକୁ ଅନ୍ୟ ରାଜ୍ୟ ମାନେ ମଧ୍ୟ ଲାଗୁ କରିବା ଦରକାର ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ସୁଶାସନ ଇଣ୍ଡେକ୍ସ ଓ ପ୍ରଧାନମନ୍ତ୍ରୀଙ୍କ ଅଫିସ ମଧ୍ୟ ଓଡ଼ିଶାର ଏହି ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । କିନ୍ତୁ, ରାଜ୍ୟର ବିଜେପି ନେତା ମାନେ ଏହାକୁ ରାଜନୀତି କରି ସମାଲୋଚନା କରି ଆସୁଥିଲେ । ବର୍ତ୍ତମାନ କେବଳ ନାମ ପରିବର୍ତ୍ତନ କରି ସମାନ ବ୍ୟବସ୍ଥାକୁ ଲାଗୁ କରାଯାଇଛି । କେବଳ ନାମ ପରିବର୍ତ୍ତନ କରି ଏହାକୁ ଲାଗୁ କରିବା, ଖଡା ବଡି ଥୋଡ ନା ଥୋଡ଼ ବଡି ଖଡ଼ା ସଦୃଶ୍ୟ ହୋଇଛି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି, କିନ୍ତୁ ସରକାରଙ୍କ ନା ଅଛି ଫିଡ୍ବ୍ୟାକ ବ୍ୟବସ୍ଥା ନା ଅଛି ଉତ୍ତରଦାୟୀତ୍ୱ । ନାମ ବଦଳେଇ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଲାଗୁ କରିଥିଲେ ହେଁ, ଫିଡ୍ବ୍ୟାକ ବ୍ୟବସ୍ଥାର ଅନୁପସ୍ଥିତ କାରଣରୁ ଏହି ଯୋଜନା ଗୁଡିକ ଅନ୍ତସାର ଶୁନ୍ୟ ହୋଇଯାଇଛି । ଜନସାଧାରଣ ଏହାର ସୁଫଳ ପାଇପାରୁ ନାହାନ୍ତି । ରାଜ୍ୟ ସରକାରଙ୍କ କାର୍ଯ୍ୟ କେବଳ କପି ପେଷ୍ଟରେ ସୀମିତ ହୋଇ ରହିଯାଇଛି ।

Previous Post

‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ

Next Post

ଯୁବ, ଛାତ୍ର ବିଜେଡିର ନୂଆ ଚେହେରା

Next Post
ଯୁବ, ଛାତ୍ର ବିଜେଡିର ନୂଆ ଚେହେରା

ଯୁବ, ଛାତ୍ର ବିଜେଡିର ନୂଆ ଚେହେରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA