ଭୁବନେଶ୍ୱର: ବିଜେଡି ଛାତ୍ର ଓ ଯୁବ ସଂଗଠନର ନବ କଳେବର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ଏବଂ ଇପ୍ସିତା ସାହୁଙ୍କୁ ଛାତ୍ର ବିଜେଡିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏକଦା ଛାତ୍ର ରାଜନୀତିରେ ଉଭୟଙ୍କର ବେଶ୍ ଦଖଲ ଥିଲା । ବିଳମ୍ବରେ ହେଲେ ବି ସେମାନଙ୍କର ଦକ୍ଷତାକୁ ଉପଯୋଗ କରିବାର ସୁଯୋଗ ଦିଆଯାଇଛି ।
ଏହି ଦୁଇ ଛାମୁଆ ସଂଗଠନକୁ ୪ ଜଣ ଲେଖାଏଁ ବରିଷ୍ଠଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ସେମାନେ ଅଫିସ୍ କାର୍ଯ୍ୟକର୍ତ୍ତା ଭାବେ କାମ କରିବେ ।
ବିଜୁ ଯୁବ ଜନତା ଦଳ ପାଇଁ ନବନିଯୁକ୍ତ କାର୍ଯ୍ୟକର୍ତ୍ତାମାନେ ହେଲେ ବ୍ୟୋମକେଶ ରାୟ(ବରିଷ୍ଠ ସାଧାରଣ ସମ୍ପାଦକ), ରାଜେନ୍ଦ୍ର କୁମାର ସାହୁ(ସାଧାରଣ ସମ୍ପାଦକ), ଅମରେଶ ପତ୍ରୀ(ସାଧାରଣ ସମ୍ପାଦକ) ଏବଂ ସଞ୍ଜିତ୍ ମହାନ୍ତି(ସାଧାରଣ ସମ୍ପାଦକ) ।
ବିଜୁ ଛାତ୍ର ଜନତା ଦଳ ପାଇଁ ନବନିଯୁକ୍ତ ଅଫିସ କାର୍ଯ୍ୟକର୍ତ୍ତାମାନେ ହେଲେ ଦେବେଶ ଆଚାର୍ଯ୍ୟ(ବରିଷ୍ଠ ସାଧାରଣ ସମ୍ପାଦକ), ଦେବୀ ରଞ୍ଜନ ତ୍ରିପାଠୀ(ସାଧାରଣ ସମ୍ପାଦକ), ଶୁଭାଶିଷ ଖୁଣ୍ଟିଆ(ସାଧାରଣ ସମ୍ପାଦକ) ଏବଂ ସୌଭିକ ବିଶ୍ୱାଳ(ସାଧାରଣ ସମ୍ପାଦକ) ।







