Friday, April 24, 2026 03:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

by Our Correspondent
17 Nov, 2024- 11:10 PM
in Latest News, News
1 min read
0
ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ପ୍ରଦାନ ସମାରୋହରେ ୨୨୨ଟି ଦେଶରୁ ଆସିଥିବା ଭଲିବଲ୍‍ ସଂଘର ସଭାପତି ତଥା ଅନ୍ୟାନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏଫ୍‍ଆଇଭିବି ସଭାପତି ଡ. ଆରି ଗ୍ରାସା ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ନିକଟରେ ଗ୍ରାସା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ପରେ ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଚାଲିଥିବା ବେଳେ ଶ୍ରୀ ସାମନ୍ତଙ୍କୁ ଏଫ୍‍ଆଇଭିବି ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇ ସମ୍ମାନୀତ କରାଯାଇଥିଲା ।

ସୂଚନାଯୋଗ୍ୟ ଗ୍ରାଣ୍ଡ କ୍ରସ୍‍ ସମ୍ମାନ ହେଉଛି ଏଫ୍‍ଆଇଭିବିର ସର୍ବୋଚ୍ଚ ସମ୍ମାନ । ଭଲିବଲ୍‍ ତଥା କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଶ୍ରୀ ସାମନ୍ତଙ୍କୁ୍‍ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଉପସ୍ଥିତ ୨୨୨ଟି ଦେଶର ଭଲିବଲ୍‍ ସଂଘର ମୁଖ୍ୟମାନେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।

ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ କହିଛନ୍ତି, ୨୨୨ଟି ଦେଶର ପ୍ରତିନିଧିଙ୍କ ମଧ୍ୟରୁ ମୋତେ ଚିହ୍ନଟ କରି ଏଫ୍‍ଆଇଭିବିର ଅନୁମୋଦନ ପରେ ଏହାର ସର୍ବୋଚ୍ଚ ସମ୍ମାନ ମୋତେ ଅତି ସ୍ନେହରେ ପ୍ରଦାନ କରାଯାଇଥିବାରୁ ଏହି ସମ୍ମାନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ଋଣୀ । ଏହାର ଶ୍ରେୟ ସେ ଭଗବାନଙ୍କୁ ଦେଇଛନ୍ତି । ଏହା ସହିତ ଏହି ସମ୍ମାନକୁ ସେ ଭାରତର ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ଓ ବିଶେଷ କରି ଓଡ଼ିଶାର କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ତଥା କିଟ୍‍ ଓ କିସ୍‍କୁ ଉତ୍ସର୍ଗ କରିଛନ୍ତି ।

Previous Post

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

Next Post

Odisha Delegation Embarks on Successful First Day of Singapore Visit To Attract Global Investments

Next Post
Odisha Delegation Embarks on Successful First Day of Singapore Visit To Attract Global Investments

Odisha Delegation Embarks on Successful First Day of Singapore Visit To Attract Global Investments

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA