Friday, April 24, 2026 02:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

by Our Correspondent
16 Nov, 2024- 10:53 PM
in Latest News, News
1 min read
0
କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଯୋଗଦେଇ ଥିବା ବେଳେ ଆଭାସୀରେ ବିଶିଷ୍ଟ ଶିଶୁ ସାହିତ୍ୟିକ ରସ୍କିନ୍‍ ବଣ୍ଡ ଓ ଅଭିନେତା ବିକ୍ରାନ୍ତ ମାସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପଦ୍ମଶ୍ରୀ ରସ୍କିନ୍‍ ବଣ୍ଡ ନିଜ ବାର୍ତ୍ତାରେ ପୁସ୍ତକ ପାଠ ଉପରେ ଗୁରୁତ୍ୱାରୋପ କରି କହିଲେ, କେବଳ ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ । ପୁସ୍ତକ ପଠନ ପ୍ରତି ଶିଶୁମାନଙ୍କ ଆଗ୍ରହ ବଢ଼ାଇବା ଦିଗରେ ଏଭଳି ସାହିତ୍ୟ ମହୋତ୍ସବ ବେଶ ଗୁରୁତ୍ୱ ରହିଛି ବୋଲି ଶ୍ରୀ ବଣ୍ଡ କହିଥିଲେ ।

ଏଭଳି ଶିଶୁ ସାହିତ୍ୟ ମହୋତ୍ସବରେ ପ୍ରଥମ ଥର ଲାଗି ଯୋଗଦେଇଥିବା ସୋହା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଶିଶୁମାନେ ଦେଶର ଭବିଷ୍ୟତ । ସେମାନେ ଏବେ ପାଠ ପଢ଼ା ପ୍ରତି ଧ୍ୟାନ ଦେବା ଉଚିତ । କିନ୍ତୁ ଦେଖାଯାଉଛି ଅଧିକାଂଶ ପିଲା ଏବେ ଅଧିକ ସମୟ ମୋବାଇଲ୍‍ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ସେମାନେ ଦିନକୁ ୧୫ ମିନିଟ୍‍ ଯେ କୌଣସି ପୁସ୍ତକ ପାଠ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ଏହା ଦ୍ୱାରା ସେମାନଙ୍କ ନିଜର ବିକାଶ ହେବା ସହ ଦେଶର ବିକାଶ ହେବ ବୋଲି ସୋହା କହିଥିଲେ । ଅନ୍ୟତମ ଅତିଥି ତଥା ଲେଖିକା ପ୍ରୀତି କହିଲେ, ପିଲାମାନେ ଯେତେ ଅଧିକରୁ ଅଧିକ ବହି ପଢ଼ିବ ତୁମର ଜ୍ଞାନ ସେତେ ଅଧିକ ବଢ଼ିବ । ତେଣୁ ପୁସ୍ତକ ପଠନ ତୁମମାନଙ୍କୁ ପ୍ରକୃତ ମନୋରଞ୍ଜନ ଓ ଜ୍ଞାନ ଦେଇପାରିବ ବୋଲି ସେ କହିଥିଲେ ।

ଅନ୍ୟତମ ଅତିଥି ବିକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ନିଜ ବାର୍ତ୍ତାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛୋଟ ପିଲାଙ୍କ ପାଇଁ ଏଭଳି ସାହିତ୍ୟ ମହୋତ୍ସବ ଆୟୋଜନ କରିଥିବାରୁ ସେ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍କୁଲ୍‍ର ଇଣ୍ଟରନ୍ୟାସ୍‍ନାଲ୍‍ କରିକୁଲମ ମୁଖ୍ୟ ମାର୍କ ଏଲ୍‍ କୋଲେମନ କହିଲେ, ଶିକ୍ଷା ଏକ ଯାତ୍ରା ଏବଂ ଏହା ଏକ ଲକ୍ଷ୍ୟ ନୁହେଁ । ପୁସ୍ତକ ପଠନ ଆମ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ କିଟ୍‍ ଓ କିସ୍‍ ସଭାପତି ଉଦ୍‍ଘାଟନ କରିଥିବା ବେଳେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଇଂରାଜୀ ପତ୍ରିକା କ୍ଲାଉଡ୍‍-୯ର ଉନ୍ମୋଚନ ହୋଇଥିଲା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଆଲୋଚନା, ଗଳ୍ପ କଥନ, ପ୍ରତିଭା କର୍ମଶାଳା ଆଦି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱର ବହୁ ବିଦ୍ୟାଳୟର ୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

Previous Post

କଟକ ସଦର ବିଧାୟକଙ୍କ ଇଂରାଜୀ ଭାଷଣ

Next Post

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

Next Post
ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA