Wednesday, April 22, 2026 03:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଟକ ସଦର ବିଧାୟକଙ୍କ ଇଂରାଜୀ ଭାଷଣ

ବିଦେଶୀ ଅତିଥିଙ୍କ ହୋସ୍ ଉଡ଼ାଇଦେଲେ

by Our Correspondent
16 Nov, 2024- 06:26 PM
in Latest News, News
1 min read
1
କଟକ ସଦର ବିଧାୟକଙ୍କ ଇଂରାଜୀ ଭାଷଣ

ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ ଆଜି ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଛି । ଏହି ଭାଷଣଟିକୁ ଶୁଣୁଥିବା ଜ୍ଞାନୀ, ମାନୀ ଲୋକ ଲାଜରେ କାନମୁଣ୍ଡା ଆଉଁଷି ପକଉଛନ୍ତି । ବିଧାୟକ ତାଙ୍କ ଭାଷଣର କ’ଣ କହୁଛନ୍ତି କେହି ବୁଝିପାରୁନାହାନ୍ତି । ୧୪ ରାଷ୍ଟ୍ରର ପ୍ରତିନିଧିଙ୍କ ଗହଣରେ ଓଡିଆ ଅସ୍ମିତାର ପ୍ରତୀକ କଟକ ବାଲିଯାତ୍ରା ଭଳି ଐତିହାସିକ ସମାରୋହରେ ବିଧାୟକଙ୍କ ବିକୃତ ଇଂରାଜୀ ଭାଷଣ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା । ୧୪ ରାଷ୍ଟ୍ରର ପ୍ରତିନିଧିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ମେୟର ସୁବାସ ସିଂ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍, ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ସରକାରଙ୍କ ସଚିବ(ପୂର୍ବାଞ୍ଚଳ) ଜୟଦୀପ ମଜୁମଦାର, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଅତିଥିମାନେ ଜଣଙ୍କ ପରେ ଜଣେ ଭାଷଣ ଦେଇଥିଲେ । ପାଳି ପଡ଼ିଥିଲା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କର । ବିଜେପି ଟିକେଟରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ବାବୁ ଏଭଳି ମଞ୍ଚରେ ଭାଷଣ ଦେବାର ସୁଯୋଗ ପାଇ ସତେ ଯେମିତି ଆତ୍ମହରା ହୋଇଯାଇଥିଲେ । ପୂରା ଥାଟବାଟରେ ଇଂରାଜୀରେ ଭାଷଣ ଦେବାକୁ ପ୍ରସ୍ତୁତ ହୋଇ ଆସିଥିଲେ । ଆଉ ଡାଏସ୍ ରେ ଛିଡ଼ା ହୋଇ ଆରମ୍ଭ କରିଦେଲେ ଭାଷଣ..

ଅନେବୁଲ୍ ଚିଫ୍ ମିନିଷ୍ଟର୍

ଅନେବୁଲ୍ ଡେପୁଟି ସିଏମ୍

ଅନେବୁଲ୍ କଟକ ଲୋକସଭା ପାର୍ଲାମେଣ୍ଟାନ୍

ଅନେବୁଲ୍ ଏମଏଲଏ ଅଫ୍ କଟକ ବାରବାଟୀ, କଟକ ଚୈାଦ୍ୱାର, ନିଆଳି

ଅଲ୍ ଡିଗନିଟି ପର୍ସନସ୍ ଫ୍ରମ୍ ଦ ଡିଫରେଣ୍ଟ କଣ୍ଟ୍ରି, ହାଇକମିସନର

ଅନେବୁଲ୍ ଚିଫ୍ ସେକ୍ରୋଟାରୀ ଆଣ୍ଡ କଲେକ୍ଟର୍ ଆଣ୍ଡ ଅଲ୍ ସେକ୍ରେଟେରୀ ଅଫ୍ ଦ କଲଚରାଲ୍ ମିନିଷ୍ଟର୍ସ, ଏକ୍ସଟରନାଲ୍ ଆଫାୟାର୍ସ ମିନିଷ୍ଟର୍ସ ଆଣ୍ଡ ପ୍ରେଜେଣ୍ଟେଡ୍ ସମସ୍ତଙ୍କର କଟକିଆ ଆଣ୍ଡ ପିପୁଲ୍ ଅଫ୍ ଓଡ଼ିଶା.. ସମସ୍ତଙ୍କୁ ଗୁଡ ଇଭିନିଂ ଅଲ୍ ଅଫ ୟୁ ଆଣ୍ଡ ନମସ୍ତେ ଆଣ୍ଡ ନମସ୍କାର ।

ଟୁଡେ ଇଜ୍ ଦ ବାଲିଯାତ୍ରା ଇଜ୍ ଏ ହିଷ୍ଟୋରିକାଲ୍ ଥିଙ୍ଗସ୍ ଇଜ୍ ମୋର୍ ଦାନ ଇୟର୍ସ.. ୟୁ ଆର ଦ ସେଲିବ୍ରେଟିଙ୍ଗ ଜଷ୍ଟ ଲାଇକ୍ ଏ ଇଜ୍ ମୋର୍ ଦାନ ଏ ଫେଷ୍ଟିଭାଲ୍..ଇଜ୍ ଏ ଓପନ୍ ଟ୍ରେଡ୍.. ଏସିଆସ୍ ବିଗେଷ୍ଟ ଓପନ୍ ଟ୍ରେଡ୍ ଫେୟାର୍.. ହୁଇଚ୍ ଇଜ୍ ଦ ଇମୋସନ ଅଫ୍ ଦ ପିପୁଲ ଅଫ୍ ଓଡ଼ିଶା ଆଣ୍ଡ ପିପୁଲ ଅଫ୍ କଟକ ଇଜ୍ ଦ ଇମୋସନ୍ ଅଫ ଦ କଟକିଆ ହୋୟାର ପିପୁଲ ଅଫ୍ ଦ କଟକ ସେଭେନ୍ ଏଇଟ୍ ଡେଡ୍ ଲୋଡ୍ ଅନ୍ ଦ ଫୁଡିଙ୍ଗ ହୋମ୍ ଆଣ୍ଡ ଇଟ୍ କମ ହିଅର୍ ଆଣ୍ଡ ହାଭ ଦ ଫୁଡ୍ ଆଣ୍ଡ ଡିଭାଇଡ୍ ଆଣ୍ଡ ଏନଗେଜ୍ ଦ ଟ୍ରାଞ୍ଜାକ୍ସନ୍ ଅଫ୍ ଟ୍ରେଡ । ସୋ ନାଓ ଏ ଡେଜ୍.. ନଟ୍..

ବିଧାୟକଙ୍କ ମୁହଁରୁ ଏମିତି ଅନର୍ଗଳ(ଖଣ୍ଡି ନୁହଁ) ଇଂରାଜୀ ଭାଷଣ ବେଳେ ସଭାମଞ୍ଚରେ ଉପସ୍ଥିତ ଅତିଥିମାନେ ପରଷ୍ପରର ମୁହଁକୁ ଚାହୁଁଥିଲେ । ବିଧାୟକ କ’ଣ କହୁଛନ୍ତି କେହି ବୁଝିପାରୁ ନ ଥିଲେ । କାରଣ ସେହି ଇଂରାଜୀର ବାପାମାଆ ନ ଥିଲେ । ବୋଧହୁଏ ଲୋକହସାରୁ ରକ୍ଷା ପାଇବା ନିମନ୍ତେ ଜଣେ କାହାର ଇଙ୍ଗିତରେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ବିଧାୟକଙ୍କ ପାଖକୁ ଆସି ଭାଷଣ ଶେଷ କରିବାକୁ ଅନୁରୋଧ କରିଥିଲେ । ମାତ୍ର ପୂରା ଫୁଲ୍ ଜୋସ୍ ରେ ଇଂରାଜୀ ଭାଷଣ ଦେଉଥିବା ବିଧାୟକ ଭାଷଣକୁ ଅଧାରୁ ରଖିବାକୁ ପ୍ରସ୍ତୁତ ନ ଥିଲେ । କିଛି ସମୟ ପରେ ଯାଇ ତାଙ୍କର ଭାଷଣ ବନ୍ଦ କରିଥିଲେ । ଇଂରାଜୀରେ ଲମ୍ବା ସମୟ ଭାଷଣ ଦେଇଥିବାରୁ ବିଧାୟକ ଖୁସିରେ ଗଦ୍ ଗଦ୍ ହେଉଥିଲେ ।

ସୂଚନାଯୋଗ୍ୟ, ବିଧାୟକ ଶ୍ରୀ ବେହେରା ଉଚ୍ଚଶିକ୍ଷିତ । ରେଭେନସା କଲେଜରେ ପାଠ ପଢ଼ିଛନ୍ତି । ସଫ୍ଟୱେୟର ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ମାତ୍ର ଇଂରାଜୀ ଜ୍ଞାନରେ ସେ ଦୁର୍ବଳ ବୋଲି ତାଙ୍କ ଭାଷଣରୁ ଜଣାପଡୁଛି । ସେଥିପାଇଁ ସୋସିଆଲ୍ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଓଡ଼ିଆ ପରମ୍ପରା ଓ ଐତିହ୍ୟର ଗାଥା ବହନ କରୁଥିବା ଏହି ମହୋତ୍ସବରେ ବିଧାୟକ ଓଡ଼ିଆରେ ଭାଷଣ ଦେବାକୁ କାହିଁକି ଉଚିତ୍ ମନେ କଲେନି? ଧାଡ଼ିଟିଏ ନିର୍ଭୁଲ୍ ଇଂରାଜୀ କହିପାରୁ ନ ଥିଲା ବେଳେ ଇଂରାଜୀରେ ଭାଷଣ ହେବାକୁ କାହିଁକି ମନ କଲେ? ଏହାଦ୍ୱାରା ସେ ନିଜେ ଅପମାନିତ ହେବା ସହ ସମଗ୍ର ଓଡ଼ିଆ ସମାଜକୁ ଅପମାନିତ କରିଛନ୍ତି ବୋଲି ସମାଲୋଚନା କରାଯାଇଛି । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି ।

Previous Post

ସିଙ୍ଗାପୁର ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

Next Post

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

Next Post
କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

Comments 1

  1. Suren P says:
    1 year ago

    If the message is correct, the present government is justified to make Odia as a teaching medium in technical education including medical science. The govt. should think a policy of retraction of degree, diploma or certificate at any time. Of course, the concerned teachers and the certificate issuing institute should introspect.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA