Saturday, April 25, 2026 02:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିର ଆସେଟ୍ ବିଜେପି ତୁଣ୍ଡ !

ବଡ଼ ଚେତିଲେ, ତଳ ମାତିଲେ

by Our Correspondent
18 Nov, 2021- 11:58 AM
in Latest News, News
1 min read
0
ବିଜେଡ଼ିର ଆସେଟ୍ ବିଜେପି ତୁଣ୍ଡ !

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ରମାଗତ ଶାସନଗାଦିରେ ଥିବା ବିଜେଡ଼ି ସରକାରକୁ ବିରୋଧୀ ଦଳ ହଲେଇ ପାରୁନାହାନ୍ତି କାହିଁକି ? ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ଖସୁନାହିଁ କାହିଁକି ? ଗତ ଦୁଇଟି ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ଢ଼ାଳିଲେ, ଅଥଚ ରାଜ୍ୟରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ କାହିଁକି ?

ଅପେକ୍ଷାକୃତ ଦୁର୍ବଳ ସଂଗଠନ ଛଡ଼ା ଏହାର ଅନ୍ୟ ସରଳ ଉତ୍ତରଟି ହେଉଛି ନେତାମାନଙ୍କର ଅହଙ୍କାର ଆଚରଣ । ବିଜେପିର ଆଗଧାଡ଼ିରେ ଥିବା କିଛି ମୁଷ୍ଟିମେୟ ନେତାଙ୍କ ଢ଼ଙ୍ଗଢ଼ାଙ୍ଗ ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି । ଜନତାଙ୍କ ମନକୁ ଛୁଇଁଲା ଭଳି ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ସେମାନଙ୍କର ନାହିଁ । ଭୋଟରଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇ ମଧ୍ୟ ସେମାନଙ୍କ ଆଚରଣ ବଦଳୁନାହିଁ । ଆଉ ଏଭଳି କିଛି ହାତଗଣତି ନେତାଙ୍କ ପାଇଁ ସମଗ୍ର ଦଳ କ୍ଷତିଗ୍ରସ୍ତ ହେଉଛି ବୋଲି ଦଳରେ କୋଣଠେସା ହୋଇଥିବା କିଛି ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନାଥାଉକି, ବିଶିଷ୍ଟ ସାମ୍ବାଦିକ ଶେଖର ଗୁପ୍ତା ତାଙ୍କର ପୁରୁଣା ବନ୍ଧୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଗତକାଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବୀନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ତାହା ହେଲା- ନବୀନ କମ୍ କଥା କୁହନ୍ତି ଏବଂ ବନ୍ଧୁତ୍ୱକୁ ସମ୍ମାନ ଦିଅନ୍ତି । ନବୀନଙ୍କ କ୍ରମାଗତ ରାଜନୈତିକ ସଫଳତାର ଏହା ପ୍ରମୁଖ କାରଣ ବୋଲି ସେ କହିବାକୁ ଚାହିଁଥିଲେ ।

ବିଜେଡ଼ି ଏବଂ ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇବାରେ ବିଜେପି ବିଫଳ ହେବା କାରଣ ପଛରେ ଏହାର ଉତ୍ତର ରହିଥିବା ଦଳୀୟ ଅନ୍ଦରମହଲରେ ଚର୍ଚ୍ଚା ହେଉଛି ।

୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ଶାସନ ଆସିଲା ପରେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ ଆରମ୍ଭ ହୋଇଥିଲା । ଦଳ ମଜବୁତ୍ କରିବାକୁ ୫ ବର୍ଷ ଧରି ସେ ନିରନ୍ତର ଉଦ୍ୟମ କରିଥିଲେ । ରାଜ୍ୟ ବିଜେପି ପାଇଁ ଏହା ଯେ ଲାଭବାନ ହୋଇନାହିଁ, ତାହା ନୁହେଁ । ଦଳ ଯଥେଷ୍ଟ କ୍ରିୟାଶୀଳ ହୋଇଥିଲା । ଗୋଟେ ସମୟରେ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହା ଫୁସକି ଗଲା ।

ଧର୍ମେନ୍ଦ୍ରଙ୍କ ପାଖରେ ଦକ୍ଷତା, କ୍ଷମତା, ଅର୍ଥବଳ ଥାଇ ମଧ୍ୟ ଲୋକଙ୍କ ପାଖରେ ଗ୍ରହଣୀୟ ହେଲେ ନାହିଁ । କାରଣ ଥିଲା, କଥା କଥାକେ ତାଙ୍କର ପ୍ରତିକ୍ରିୟାଶୀଳତା ଏବଂ ପ୍ରତିପକ୍ଷଙ୍କ ବିରୋଧରେ ରୁକ୍ଷ ଟିପ୍ପଣୀ । ଖାସ୍ କରି ବ୍ୟୁରୋକ୍ରାଟ୍ ମାନଙ୍କୁ ନିଶାନା କରି ରାଜନୈତିକ ସଫଳତାର ସର୍ଟ୍ କଟ୍ ବାଟ ଉଣ୍ଡିଥିଲେ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ସାମାନ୍ୟ ଘଟଣାରେ ଏସପି, ଜିଲ୍ଲାପାଳଙ୍କୁ ନାଲିଆଖି ଦେଖାଇବାକୁ ପଛାଉ ନ ଥିଲେ । ପରବର୍ତ୍ତୀ ସମୟରେ ଏସବୁ ତାଙ୍କ ପାଇଁ ମହଙ୍ଗା ପଡ଼ିଥିବା ସମସ୍ତେ ସ୍ୱୀକାର କରୁଛନ୍ତି ।

ସେ ଯାହା ହେଉ, ନିର୍ବାଚନ ବିଫଳତା ପରେ ଧର୍ମେନ୍ଦ୍ର ବୋଧହୁଏ ଏହି ତ୍ରୁଟିକୁ ସୁଧାରି ଆଚରଣରେ ପରିବର୍ତ୍ତନ ଆଣିଛନ୍ତି । ଜଣେ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ଭାବେ ଏବେ ସେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଓ କ୍ରମାଗତ ସଫଳତାର ଏହା ହିଁ ରହସ୍ୟ ବୋଲି ଡେରିରେ ହେଉ ପଛେ ବୁଝିଛନ୍ତି ।

ତେବେ ନୂଆ କରି କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଶ୍ୱେଶ୍ୱର ଟୁଡୁୂ ସେଥିରୁ କିଛି ଶିକ୍ଷାଲାଭ କରିପାରିନାହାନ୍ତି । ତାଙ୍କ ଆଚରଣ ଅନେକଙ୍କୁ ଅଧିକ ବ୍ୟତିବ୍ୟସ୍ତ କରୁଛି । ବିଡ଼ିଓ, ଜେଇ, ବ୍ଲକ୍ କିରାଣୀଙ୍କୁ ମଧ୍ୟ ଛାଡୁନାହାନ୍ତି । ଟିଭି କ୍ୟାମେରା ପଡ଼ିଲେ ଅଧିକ ଉତ୍ସାହିତ ହୋଇପଡୁଛନ୍ତି । ମିଟିଂରେ ଅଫିସରମାନଙ୍କ ଉପରେ ଗର୍ଜନ କରୁଛନ୍ତି, ଦାୟିତ୍ୱରେ ଅବହେଳା କରୁଥିବା ଅଫିସରଙ୍କୁ ପିଟିବାର ଧମକ ଦେଉଛନ୍ତି ।

ନିକଟ ଅତୀତରେ ଛତ୍ରପୁରର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଛନ୍ଦି ହୋଇଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ତାଙ୍କର ବିଜେପି ସହଯୋଗୀମାନେ ଗଞ୍ଜାମ ପୁଲିସକୁ ଟାର୍ଗେଟ୍ କରିଥିଲେ । ତତ୍କାଳୀନ ଏସପି ଆଶିଷ ସିଂଙ୍କର ବର୍ଦ୍ଦି ଖୋଲିଦେବା ପାଇଁ ଧମକ ଦେଇଥିଲେ ।

ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ କଥା ନ କହିବା ଭଲ । ଅଧ୍ୟାପନା ବୃତ୍ତିରୁ ଆସିଥିବା ଏହି ନେତ୍ରୀ ଓଡ଼ିଆ ଘରର ନାରୀ ତୁଣ୍ଡରେ ଯେଉଁ ଭାଷା ଶୋଭାପାଏନି କି କେହି ଶୁଣିବାକୁ ଭାବିପାରନ୍ତିନି, ସେଭଳି ଭାଷା ତୁଣ୍ଡେଇବାକୁ ସାମାନ୍ୟତମ ସଙ୍କୋଚ କରନ୍ତି ନାହିଁ । ଅନେକ କ୍ଷେତ୍ରରେ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ପୋଷ୍ଟିଂ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଅନେକ କଟାକ୍ଷ କରନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବାରମ୍ବାର ଅଶାଳୀନ ଶବ୍ଦ ପ୍ରୟୋଗ କରି ନିଜକୁ ଚର୍ଚ୍ଚାରେ ରଖିବାକୁ ଏହି ବିଜେପି ନେତ୍ରୀ ପସନ୍ଦ କରୁଥିବା କୁହାଯାଏ । ଏବେ ମମିତା ମେହେର ହତ୍ୟା ଘଟଣାରେ ଡିଆଇଜି ଦୀପକ କୁମାରଙ୍କ ବର୍ଦ୍ଦି ଖୋଲିଦେବାର ସେ ଧମକ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ସୁର ରାଉତରାୟଙ୍କ ଭଳି ବିଜେପି ନେତ୍ରୀ ଲେଖାଙ୍କର ପାଟିରେ ବାଡ଼ବତା ନ ଥିବାରୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ଟିଭି ସାମ୍ବାଦିକମାନେ ସମ୍ଭବତଃ କେବଳ ଟିଆରପି ପାଇଁ ତାଙ୍କର ପ୍ରେସମିଟ୍ କଭର୍ କରନ୍ତି ଏବଂ ବାଇଟ୍ ବ୍ୟବହାର କରନ୍ତି । ତାଙ୍କର ଅଶାଳୀନ ଓ ଶସ୍ତା ମନ୍ତବ୍ୟରେ ରାଜନୈତିକ ପ୍ରମାଦ ଟଙ୍କାକର ନ ଥିଲା ବେଳେ ଖଟି ଆମୋଦ ଭରପୂର ଦେଖିବାକୁ ମିଳୁଛି । ସେଥିପାଇଁ ସୋସିଆଲ୍ ମିଡ଼ିଆରେ ସବୁଠାରୁ ଅଧିକ ଟ୍ରୋଲ୍ ହେଉଥିବା ନେତ୍ରୀ ହେଉଛନ୍ତି ଲେଖା । ସେଥିପ୍ରତି ତାଙ୍କର ଆଚରଣ ନ ବଦଳିବା ଅନେକଙ୍କୁ ବିସ୍ମିତ କରେ । ଦଳ ତାଙ୍କଠାରୁ କିଭଳି ଲାଭବାନ ହେଉଛି ତାହା ମା’ ଗଙ୍ଗେଇ ଜାଣନ୍ତି ।

ଏଭଳି ନେତାଙ୍କ ତାଲିକା ଲମ୍ବା । ଏମାନେ ପୁଣି ଓଡ଼ିଶା ବିଜେପିର ଚେହେରା ଓ ତୁ୍ଣ୍ଡ ! ନବୀନ ପଟ୍ଟନାୟକଙ୍କ ଭଳି ଚେହେରା ସାଙ୍ଗରେ ଲଢ଼ି ଜନତାଙ୍କୁ ନିଜ ପକ୍ଷକୁ ନେବାର ଉଦ୍ୟମ ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି । ବିଜେପି ଅଫିସ୍ ରେ କେବଳ ପ୍ରେସମିଟ୍ ରେ ସେମାନଙ୍କ କାର୍ଯ୍ୟକଳାପ ସୀମିତ ଥିବା ବେଳେ ସେମାନଙ୍କ ଭାଷା ଓ ଆଚରଣରେ ଜନତାଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ବୁଝାପଡୁନି । କୋଉ ହିସାବରେ ଶକ୍ତିଶାଳୀ ବିଜେଡ଼ିକୁ ଏମାନେ ଫାଇଟ୍ ଦେବେ ତାହା ସେମାନେ ଜାଣିଥିବେ ।

ସବୁଠାରୁ ବଡ଼କଥା ହେଲା ଆଗଧାଡ଼ିର ଏହି ମୁଷ୍ଟିମେୟ ନେତାମାନେ ଦଳର ଲାଭ ଅପେକ୍ଷା ଅଧିକ କ୍ଷତି କରୁଥିଲେ ମଧ୍ୟ ନେତୃତ୍ୱ ବୁଝି ନ ପାରିବା ଏବଂ ସେମାନଙ୍କ ତୁଣ୍ଡ ନିୟନ୍ତ୍ରଣ ନ କରିବା ବିଜେପିପ୍ରେମୀମାନଙ୍କୁ ବିବ୍ରତ କରୁଛି । ଶାଳିନତାର ସହ କିଭଳି ଶତ୍ରୁପକ୍ଷକୁ ତୀବ୍ର ଆକ୍ରମଣ କରାଯାଏ ତାହା ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ଦଳଭାଇଙ୍କଠାରୁ ଶିଖିବାକୁ ପ୍ରକାରାନ୍ତରେ କିଛି ବରିଷ୍ଠ ନେତା ପରାମର୍ଶ ଦେଇଛନ୍ତି । ଲୋକଙ୍କ ସାଙ୍ଗରେ ନ ରହିଲେ ବି ଅନ୍ତତଃପକ୍ଷେ ନିଜର ଆଚରଣରେ ଲୋକଙ୍କ ଭାବନା ଓ ସମ୍ମାନ ରଖିବା ଶିଖନ୍ତୁ ବୋଲି କହିଛନ୍ତି ।

କମ୍ କଥା କହି ଅଧିକ କାମ କିଭଳି କରାଯାଏ ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମାନିବାରେ କୁଣ୍ଠାବୋଧ ନ କରିବା ଭଲ । ଏହାହେଲେ ସାମଗ୍ରିକ ଭାବେ ବିଜେପି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବ ଏବଂ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ସେମାନଙ୍କ ପକ୍ଷେ ସହଜ ହେବ ବୋଲି ରାଜନୈତିକ ମହଲର ବିଶ୍ୱାସ ।

Previous Post

ପଞ୍ଚାୟତରେ ମିଶନ ଶକ୍ତି ମା’ ମାନେ ହେବେ ବ୍ୟାଙ୍କ କରେସପଣ୍ଡେଣ୍ଟ

Next Post

ଚାକିରିରୁ ବିଦା ହେଲେ କୋଟିପତି ପ୍ରତାପ ସାମଲ

Next Post
ଚାକିରିରୁ ବିଦା ହେଲେ କୋଟିପତି ପ୍ରତାପ ସାମଲ

ଚାକିରିରୁ ବିଦା ହେଲେ କୋଟିପତି ପ୍ରତାପ ସାମଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA