ଭୁବନେଶ୍ୱର: ରାଜ୍ୟରୁ ଆଉ ଜଣଙ୍କୁ ଏକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି | ଭୁବନେଶ୍ୱରର ଆଦିତ୍ୟ କୁମାର ପାତ୍ରଙ୍କୁ ସ୍ପର୍ଶ ହସ୍ପିଟାଲରୁ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ପଠାଯାଇଛି | ଆଜିର ଏୟାରଲିଫ୍ଟ ପାଇଁ ସ୍ପର୍ଶ ହସପିଟାଲରୁ ବିମାନ ବନ୍ଦର ଯାଏଁ ମାତ୍ର ୭ ମିନିଟ ସମୟ ଲାଗିଥିଲା | ଆଦିତ୍ୟ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଓଡ଼ିଶା ଷ୍ଟେଟ ସିଡ୍ସ ଆଣ୍ଡ ଅର୍ଗାନିକ ପ୍ରଡକ୍ଟସ ସାର୍ଟିଫିକେସନ ଏଜେନ୍ସି (ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା)ରେ ସିଡ୍ସ ସାର୍ଟିଫିକେସନ ଅଫିସର ଭାବେ କାର୍ଯ୍ୟ କରନ୍ତି |
ଶ୍ରୀଯୁକ୍ତ ପାତ୍ର ଜୁଲାଇ ୭ ତାରିଖରେ କୋଭିଡ ପଜିଟିଭ ବୋଲି ଜଣାପଡିଥିଲା | ଏହା ପରେ ଡାକ୍ତରଙ୍କ ପରାମର୍ଶ କରି ଘରେ ରହି ଔଷଧ ଖାଉଥିଲେ | ମାତ୍ର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଜୁଲାଇ୧୫ ତାରିଖରେ ତାଙ୍କୁ ରାଜଧାନୀର ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ୱେ ଶ୍ରୀଯୁକ୍ତ ପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ସୁଧାର ଆସବା ପରିବର୍ତ୍ତେ ଅଧିକ ବିଗିଡିଯାଇଥିଲା | ପରେ ଡାକ୍ତର ତାଙ୍କ ପରିବାରବର୍ଗଙ୍କୁ ଏକମୋ ଚିକିତ୍ସା ଦରକାର ବୋଲି କହିଥିଲେ | ଆଜି ଚେନ୍ନାଇରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱରରେ ପହଂଚିବା ପରେ ଆଦିତ୍ୟ ପାତ୍ରଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ଏମଜିଏମ ହସ୍ପିଟାଲକୁ ପଠାଯାଇଛି ଓ ସେଠାରେ ତାଙ୍କର ଏକମୋ ଚିକିତ୍ସା ଆରମ୍ଭ କରାଯାଇଛି |
ଆଦିତ୍ୟଙ୍କ ଏହି ଚିକିତ୍ସା ପାଇଁ ବ୍ୟୟ ବହୁଳ ହୋଇଥିବାରୁ ତାଙ୍କ ପରିବାର ତରଫରୁ ଅର୍ଥ ସଂଗ୍ରହ ନିମନ୍ତେ ଫଣ୍ଡ ରେଜିଙ୍ଗ କରାଯାଇଛି | ଆପଣଙ୍କ କିଂଚିତ ସାହାଯ୍ୟ ଆଦିତ୍ୟଙ୍କୁ ନୂଆ ଜୀବନର ଦେଇପାରେ | ତେଣୁ ଆମ ରାଜ୍ୟ ତଥା ରାଜ୍ୟ ବାହାର ଥିବେ ସମସ୍ତ ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଆଦିତ୍ୟଙ୍କ ପରିବାରବର୍ଗ ଆକୁଳ ନବେଦନ କରିଛନ୍ତି | ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ 7978350629 ମୋବାଇଲ୍ ନମ୍ବର ଯୋଗେ ସନ୍ତୋଷ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।