Friday, June 26, 2026 05:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାମଲା ସିବିଆଇକୁ ଦେଲେ ଯୋଗୀ

by Our Correspondent
03 Oct, 2020- 10:11 PM
in Latest News, National
1 min read
0
ମାମଲା ସିବିଆଇକୁ ଦେଲେ ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରାସ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ ସିବିଆଇ । ଏସଆଇଟି ତଦନ୍ତ କରାଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଜଘନ୍ୟ ମାମଲାର ପ୍ରତିବାଦର ନିଆଁ ସାରା ଦେଶକୁ ବ୍ୟାପିଯାଇଛି । ୟୁପି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ପାଇଁ ଚାପ ଆଗରେ ମୁଣ୍ଡ ନୂଆଁଇଛନ୍ତି ଯୋଗୀ ଆଦିତ୍ୟନାଥ ।

ପୀଡ଼ିତାଙ୍କ ପରିବାରକୁ ଗୃହବନ୍ଦୀରେ ରଖି ସ୍ଥାନୀୟ ପ୍ରଶାସନ ବୟାନ ବଦଳାଇବାକୁ ଚାପ ପକାଉଥିବାର ପ୍ରମାଣ ମିଡ଼ିଆକୁ ଆସିବା ପରେ ମାମଲା ଜଟିଳ ମୋଡ଼ ନେଇଛି । ସେହିଭଳି ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିବାକୁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଥିବାରୁ ଯୋଗୀ ସରକାର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ଜିଲ୍ଲା ଏସପିଙ୍କ ସମେତ ୫ ଜଣ ପୁଲିସ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଆଜି ସାମ୍ବାଦିକମାନଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିଥିଲା ।

ଏହାପୂର୍ବରୁ ଗୁରୁବାର ଦିନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ଗାଁକୁ ଯିବାକୁ ଉଦ୍ୟମ କଲାବେଳେ ଗ୍ରେଟର୍ ନୋଇଡାଠାରେ ୟୁପି ପୁଲିସ ଅଟକାଇଥିଲା । ରାହୁଲଙ୍କ ଠେଲାପେଲା କରିବାରୁ ସେ ତଳେ ପଡ଼ିଯାଇଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି କିନ୍ତୁ ରାହୁଲ ଓ ପ୍ରିୟଙ୍କା ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ପୀଡ଼ିତାଙ୍କ ଶବକୁ ଶେଷ ଦର୍ଶନ କରାଇ ନ ଦେବା ଘଟଣା ଉପରେ ସେମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଥିଲେ ।

କେବଳ ରାହୁଲ ଓ ପ୍ରିୟଙ୍କା ନୁହଁନ୍ତି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସେମାନେ ଆନ୍ଦୋଳନର ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମାମଲାର ତଦନ୍ତ ସିବିଆଇକୁ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି ।

ହଥରାସ୍ ଘଟଣାକୁ ନେଇ ନେଇ ଆଜି ଓଡ଼ିଶା ବିଧାନସଭାରେ ଝଡ଼ ଦେଖାଦେଇଥିଲା । କଂଗ୍ରେସ ସଭ୍ୟମାନେ ଗୃହରେ ପ୍ରବଳ ହୋହଲ୍ଲା କରିବାରୁ ପ୍ରଥମାର୍ଦ୍ଧ ଅଧିବେସନ ଚାଲିପାରି ନ ଥିଲା । ବିଜେଡ଼ି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି । ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରାଯିବ ବୋଲି ବିଧାୟିକା ସ୍ନେହାଙ୍ଗୀନ ଛୁରିଆ କହିଛନ୍ତି ।

Previous Post

ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ମାମଲା

Next Post

କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ

Next Post
କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ

କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA