Sunday, April 19, 2026 10:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ମାମଲା

ଦଳିତଙ୍କ ଚାଷଜମି ଅବରୋଧ ଅଭିଯୋଗ, ଜାଗୀଙ୍କ ବାପା ଭାଇଙ୍କ ନାଁରେ ବି କେସ୍

by Our Correspondent
03 Oct, 2020- 08:35 PM
in Latest News
1 min read
0
ଜମି କେଳେଙ୍କାରୀ: ଜାଗୀ ପଣ୍ଡାଙ୍କ ବିରୋଧରେ ସଙ୍ଗୀନ ମାମଲା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ମୌଜାରେ ଓଟିଭି ସଂସ୍ଥା ଡରେଇ ଧମକେଇ ଲୋକଙ୍କ ଚାଷଜମି ହାତୋଉଥିବା ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ରିପୋର୍ଟ ଆସିବା ପୂର୍ବରୁ ମାମଲା ଜଟିଳ ମୋଡ଼ ନେଇଛି । ଚାଷରୁ ବଞ୍ଚିତ ହୋଇଥିବା ଦଳିତ ବର୍ଗର ଚାଷୀମାନେ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡା, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ବାଘମାରୀ ଥାନାରେ ଏତଲା ଦେଇଛନ୍ତି ।

ଚାଷଜମି ଚାରିପଟେ ପାଚେରୀ ବୁଲା ଯାଇ ଜମି ଅବରୋଧ କରାଯାଇଛି । ଯେଉଁଥିପାଇଁ ନିଜ ଜମିରେ ଚାଷ କରିବାକୁ ଯାଇପାରୁନାହାନ୍ତି । ଆପତ୍ତି କଲାରୁ ଜାଗୀ ପଣ୍ଡା, ତାଙ୍କ ବାପା, ଭାଇଧମକ ଦେଉଛନ୍ତି । ନିରୁପାୟ ହୋଇ ପୁଲିସର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରୀ କହିଛନ୍ତି । ବାଘମାରୀ ଥାନା ପୁଲିସ ଏତଲାକୁ ଗ୍ରହଣ କରିବା ସହ ଓଟିଭି ଏମଡି, ତାଙ୍କ ବାପା ଓ ଭାଇଙ୍କ ବିରୋଧରେ ଏସସି/ଏସଟି ଅତ୍ୟାଚାର ନିରୋଧ ଆଇନ ଏବଂ ଆଇପିସିର ଧାରା ୪୪୭, ୫୦୬ ଏବଂ ୩୪ ଦଫାରେ ମାମଲା ରୁଜୁ କରିଛନ୍ତି । ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

ଇତିମଧ୍ୟରେ ସାରୁଆ ମୌଜା ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଜିଲ୍ଲା ପ୍ରଶାସନର ତଦନ୍ତରୁ ଅନେକ ରୋଚକ ତଥ୍ୟ ସାମନାକୁ ଆସିଲାଣି । ଗୋଚର ଜମିରେ ଓଟିଭି ତରଙ୍ଗ ଷ୍ଟୁଡ଼ିଓର ମୁଖ୍ୟ ରାସ୍ତା ବେଆଇନ ଭାବେ ନିର୍ମାଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ, ତହସିଲଦାରଙ୍କ ଉପସ୍ଥିତିରେ ଅମିନ୍ ମାପଚୁପ୍ ରୁ ଏହା ଧରାପଡ଼ିଛି । ଗତ ଗୁରୁବାର ଦିନ ମାପଚୁପ୍ ପରେ ଉକ୍ତ ଜବରଦଖଲ ଗୋଚର ଜମି ଉପରେ ନାଲିପତାକା ମରାଯାଇଛି । ଗୋଚର ଜମିକୁ ମାଡ଼ିଥିବା ଷ୍ଟୁଡିଓର ମୁଖ୍ୟ ଗେଟ୍ ର କିଛି ଅଂଶରେ ବି ନାଲି ପତାକା ମାରିଛି ପ୍ରଶାସନ ।

ସାରୁଆ ମୌଜାର ଚାଷୀମାନଙ୍କ ଅଭିଯୋଗ ହେଉଛି, ବିଭିନ୍ନ ପ୍ରଲୋଭନ ଦେଇ ଓଟିଭି ସେମାନଙ୍କ ଚାଷଜମି ହାତେଇଛି । ଚାଷଜମି ଅଞ୍ଚଳରେ ପାଚେରୀ ନିର୍ମାଣ କରି ସଂଲଗ୍ନ ଚାଷଜମିଗୁଡ଼ିକୁ ଅବରୋଧ କରିଛି । ତଳିଆ ଜମିକୁ ଉପର ପାଣି ଆସିପାରୁ ନ ଥିବାରୁ ଚାଷ ହୋଇପାରୁନାହିଁ । ସିକୁ୍ୟରିଟି ଗାର୍ଡ ଜଗିଥିବାରୁ ପାଚେରୀ ଭିତରେ ଥିବା ନିଜ ଚାଷଜମିକୁ ଅନେକ ଯାଇ ବି ପାରୁନାହାନ୍ତି । ଏହାର ପ୍ରତିବାଦ କଲେ ଧମକ ମିଳୁଛି । ଅଭିଯୋଗରେ ସିଧାସଳଖ ଜାଗୀ ପଣ୍ଡାଙ୍କ ନାଁ ନେଇଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଙ୍କ ନିର୍ଦ୍ଦେଶ ଥିଲା । ଆଜି ତାହାର କଣ୍ଟ ପୂରିଛି । ତଦନ୍ତ ରିପୋର୍ଟ ପାଇଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ଏହାପୂର୍ବରୁ ଜନୈକ ଦଳିତ ଚାଷୀଙ୍କ ପକ୍ଷରୁ ଗତକାଲି ବାଘମାରୀ ଥାନାରେ ବାପା, ଭାଇଙ୍କ ସମେତ ଓଟିଭି ଏମଡି ଜାଗୀ ପଣ୍ଡାଙ୍କ ବିରୋଧରେ ହୋଇଥିବା ଏତଲା ମାମଲାକୁ ଜଟିଳ ମୋଡ଼ ଦେଇଛି । ଓଟିଭି ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଅନ୍ୟ ଚାଷୀମାନେ ଥାନାରେ ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ନିଜ ଏବଂ ବାପା, ଭାଇଙ୍କ ବିରୋଧରେ ଏଭଳି ଏତଲା ଏବଂ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଓଟିଭି ଏମଡି ଜାଗୀ ପଣ୍ଡା ବିଚଳିତ ହୋଇପଡ଼ିଛନ୍ତି । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିଜ ସଂସ୍ଥାର ୪ ଜଣ କର୍ମଚାରୀ ଅଭିଯୁକ୍ତ ହେବା ଏବଂ ଘଟଣାକୁ ଜାଣି ଚାପିଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ତାଙ୍କ ନିଜ ଉପରକୁ ଆସିଛି । ମହିଳା କମିଶନଙ୍କଠାରୁ ଗୋଟିଏ ପରେ ଗୋଟିଏ ସମନ୍ ପାଉଥିଲେ ବି ନିଜେ ହାଜର ହେଉନାହାନ୍ତି । ଏତିକିବେଳେ ସାରୁଅ ଜମି କେଳେଙ୍କାରୀ ମୁଣ୍ଡ ଟେକିବା ଏବଂ ସେହି ମାମଲାରେ କେସ୍ ଖାଇବା ଘଟଣାରେ ଜାଗୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ।

ଗୋଟିଏ ପରେ ଗୋଟିଏ ସଙ୍ଗୀନ ଆରୋପରୁ ଖସିବା ପାଇଁ ଜାଗୀ ଏବେ ମିଡ଼ିଆକୁ ବଳ କରିଛନ୍ତି । ଏହା ଜରିଆରେ ଲୋକଙ୍କ ସହାନୁଭୂତି ଯୋଗାଡ଼ କରିବାକୁ ଉଦ୍ୟମ କରିଛନ୍ତି । ଏକ ପ୍ରେସ୍ ଇସ୍ତାହାରରେ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । କୋଭିଡ ଦୁର୍ନୀତି ଓଟିଭିରେ ଖବର ପ୍ରସାରଣ ହେଉଥିବାରୁ ତାଙ୍କୁ କୁଆଡ଼େ ଟାର୍ଗେଟ୍ କରାଯାଇଥିବା ସଫେଇ ରଖିଛନ୍ତି ।

ଜାଗୀଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିଭିନ୍ନ ମହଲରେ ରୋଚକ ଆଲୋଚନା ହେଉଛି ।

ପଣ୍ଡା କମ୍ପାନୀର କାରସାଦି ଓଡ଼ିଶାବାସୀଙ୍କୁ ଜଣା । ଅତୀତରେ ଓଟିଭିକୁ ଟକ୍କର ଦେଉଥିବା ଇଟିଭିକୁ ରାସ୍ତାରୁ ହଟାଇବା ପାଇଁ ତାର ନେଟୱର୍କକୁ ଗୁଣ୍ଡାଲଗାଇ ଛିନଛତ୍ର କରାଯାଇଥିଲା । ଯେଉଁଥିରେ ରାଜ୍ୟ ସରକାରଙ୍କ ପ୍ରଶାସନକଳର ଆଶିର୍ବାଦ ଥିଲା । ଆଜି ସମୀକରଣ ବଦଳି ଯାଇଥିବାରୁ ରାଜ୍ୟ ସରକାରଙ୍କ ସେହି ଆଶିର୍ବାଦ ନାହିଁ । ସରକାରୀ ଫାଇଲ୍ ରେ ଚାପି ରହିଥିବା କେଳେଙ୍କାରୀଗୁଡ଼ାକ ଫୁଟିକି ବାହାରୁଛି ।

ପାୱାର୍, ଗୁଣ୍ଡାଗର୍ଦ୍ଦି ଏବଂ କୋର୍ଟ ମାମଲାକୁ ବେପାର ବଳ କରିଥିବା ପଣ୍ଡା କମ୍ପାନୀ ଆଉ ନିରପେକ୍ଷତା ଓ ନୀତିବାଣୀ ନ ଦେଉ । ଅନ୍ୟ ଉପରକୁ ଅଙ୍ଗୁଳି ଉଠାଇବା ପୂର୍ବରୁ ଦାୟିତ୍ୱବୋଧତାର ସହ ନିଜେ ସତ୍ୟକୁ ସାମନା କରିବାର ସାହାସ ରଖୁ ବୋଲି କିଛି ଶୁଭାକାଂକ୍ଷୀ ପରାମର୍ଶ ଦେଇଛନ୍ତି ।

Previous Post

SRH beat CSK by 7 Runs

Next Post

ମାମଲା ସିବିଆଇକୁ ଦେଲେ ଯୋଗୀ

Next Post
ମାମଲା ସିବିଆଇକୁ ଦେଲେ ଯୋଗୀ

ମାମଲା ସିବିଆଇକୁ ଦେଲେ ଯୋଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA