Saturday, April 25, 2026 04:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ : ବିଶେଷଜ୍ଞ

by Our Correspondent
09 Sep, 2024- 07:49 PM
in Health, Latest News, News
1 min read
0
ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ : ବିଶେଷଜ୍ଞ

ଭୁବନେଶ୍ୱର: ଚିକିତ୍ସା ଓ ଅସ୍ତ୍ରୋପଚାର କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଅସ୍ତ୍ରୋପଚାର ପଦ୍ଧତି ଏବଂ ପ୍ରଶିକ୍ଷଣ ଯୋଗୁଁ ମେରୁଦଣ୍ଡ ଅସ୍ତ୍ରୋପଚାର ସଫଳ ହୋଇପାରୁଛି । ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ ବୋଲି କହିଛନ୍ତି ବିଶିଷ୍ଟ ସ୍ପାଇନ୍ ସର୍ଜନ୍ ପ୍ରଫେସର (ଡାକ୍ତର) ଶଙ୍କର ଆଚାର୍ଯ୍ୟ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆସୋସିଏସନ୍ ଅଫ୍ ସ୍ପାଇନ୍ ସର୍ଜନ୍‌ସ ଅଫ୍ ଇଣ୍ଡିଆ (ଏଏସ୍‌ଏସ୍‌ଆଇ) ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ ମେରୁଦଣ୍ଡ ଅସ୍ତ୍ରୋପଚାରକୁ ନେଇ ଆଦୌ ଭୟ ନ କରିବାକୁ ପରାମର୍ଶ ଦେଇଛନ୍ତି ।

ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍‌ର ସ୍ପାଇନ୍ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଆଚାର୍ଯ୍ୟ ଏହି ଅବସରରେ କହିଛନ୍ତି ଯେ ଏହି ଅସ୍ତ୍ରୋପଚାର ବେଶ ଫଳପ୍ରଦ ଓ ସୁରକ୍ଷିତ । ବର୍ତମାନ ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଉଥିବା ବେଳେ ଜୀବନଶୈଳୀରେ ପରିବର୍ତନ, ଖାଦ୍ୟ ଗ୍ରହଣ କରିବାରେ ଅନିୟମିତତା ଏବଂ ଶାରିରୀକ ବ୍ୟାୟାମରେ ଅବହେଳା ଯୋଗୁଁ ମେରୁଦଣ୍ଡ ଜନିତ ସମସ୍ୟା ଦେଖା ଦେଉଛି ବୋଲି ସେ କହିଛନ୍ତି । ପୁଷ୍ଟିହୀନତା ଏବଂ ମଧୁମେହ ଜନିତ ସମସ୍ୟା ମଧ୍ୟ ମେରୁଦଣ୍ଡରେ ସଂକ୍ରମଣର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି ।

ତେବେ ମେରୁଦଣ୍ଡରେ ଦୁର୍ଘଟଣା ଜନିତ ଆଘାତ କଷ୍ଟକର ପରିସ୍ଥିତି ସୃଷ୍ଟି କରୁଛି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରଫେସର ଆଚାର୍ଯ୍ୟ । ରାସ୍ତା ଦୁର୍ଘଟଣାର ଶିକାର ହେବା ପରେ ଅନେକ କ୍ଷେତ୍ରରେ ମେରୁଦଣ୍ଡରେ ଆଘାତ ସମସ୍ୟାର କାରଣ ହେଉଛି । ବିଶେଷ ଭାବରେ ଯୁବପିଢ଼ିଙ୍କ ନିକଟରେ ଏହି ବିପଦ ବେଶୀ ଦେଖାଦେଉଥିବା ବେଳେ ବେପରୁଆ ଗାଡ଼ି ଚାଳନା ଏହାର ମୁଖ୍ୟ କାରଣ ପାଲଟିଛି । ତେଣୁ ଟ୍ରାଫିକ ନିୟମ ପାଳନ କରିବା ଦିଗରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ ବୋଲି ସେ କହିଥିଲେ ।  

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏହି ପ୍ରଶିକ୍ଷଣ ଶିବିରରେ କିଭଳି ସୁବିଧାରେ ଓ କମ୍ ସମୟରେ ହସ୍ପିଟାଲ୍‌ରେ ରହି ମେରୁଦଣ୍ଡର ଅସ୍ତ୍ରୋପଚାର କରାଯାଇପାରିବ ସେ ଦିଗରେ ପ୍ରଶିକ୍ଷଣ ଦିଆଯାଉଛି ।

କାର୍ଯ୍ୟକ୍ରମର ଅର୍ଗାନାଇଜିଂ ସେକ୍ରେଟାରୀ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅର୍ଥୋପେଡିକ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ସୁବ୍ରତ ମହାପାତ୍ର କହିିଥିଲେ ଯେ ଏଥିରେ ଯୋଗ ଦେଇଥିବା ଯୁବ ଡାକ୍ତରମାନଙ୍କୁ ମେରୁଦଣ୍ଡ ଅସ୍ତ୍ରୋପଚାରର ନୂତନ ଓ ସୁରକ୍ଷିତ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ପାଇନ୍ ସୋସାଇଟିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ମଦନମୋହନ ସାହୁ ଓ ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଶେକ ଶ୍ରୀବାସ୍ତବ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଡାକ୍ତର ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ମେରୁଦଣ୍ଡ ଆଘାତ ନିରାକରଣ ସପ୍ତାହ ଭାବେ ପାଳନ କରାଯାଉଛି ।

Previous Post

କୋରାପୁଟ, ମାଲକାନଗିରିରେ ବର୍ଷା ବିତ୍ପାତ

Next Post

ସମ୍ପାଦକୀୟ ଲେଖାରେ ଚାଟୁକାରିତା!

Next Post
ସମ୍ପାଦକୀୟ ଲେଖାରେ ଚାଟୁକାରିତା!

ସମ୍ପାଦକୀୟ ଲେଖାରେ ଚାଟୁକାରିତା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA