Friday, June 26, 2026 02:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସମ୍ପାଦକୀୟ ଲେଖାରେ ଚାଟୁକାରିତା!

ରେଭେନସା ନାମ ପରିବର୍ତ୍ତନ ବିରୋଧୀଙ୍କୁ ଭର୍ତ୍ତୃହରିଙ୍କ କଟୁ ଆକ୍ଷେପ

by Our Correspondent
10 Sep, 2024- 06:27 PM
in Latest News, News
1 min read
0
ସମ୍ପାଦକୀୟ ଲେଖାରେ ଚାଟୁକାରିତା!

ଭୁବନେଶ୍ୱର: ରେଭେନସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ବିପକ୍ଷବାଦୀଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସତେ ଯେମିତି ରେଭେନସା ଏମାନଙ୍କ ଗୋସେଇଁ ବୋଲି ଆକ୍ଷେପ କରିଛନ୍ତି । ସେ ଜଣାଇବାକୁ ଚାହିଁଛନ୍ତି ଯେ ରେଭେନସାଙ୍କ ସପକ୍ଷରେ ଯେଉଁମାନେ ତର୍କ କରୁଛନ୍ତି ସେମାନଙ୍କର ଇତିହାସ ଉପରେ ଜ୍ଞାନ ନାହିଁ । ସୁରେନ୍ଦ୍ର ମହାନ୍ତିଙ୍କୁ ମଧ୍ୟ ଅଣଐତିହାସିକ କହି ତାଙ୍କ ଲେଖନୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନିଜର ଯୁକ୍ତିକୁ ସାବଳୀଳ କରିବାକୁ ସେ ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ଖଳନାୟକ ଆଖ୍ୟାୟିତ କରିଛନ୍ତି । ମହାରାଜା ତାଙ୍କର ନିହିତ ସ୍ୱାର୍ଥ ପାଇଁ କଟକ କଲେଜକୁ ରେଭେନସାଙ୍କ ନାମରେ ନାମିତ କରିଥିଲେ ବୋଲି ଭର୍ତ୍ତୃହରି ଯୁକ୍ତି ବାଢ଼ିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନସା କଲେଜ ନାମ ପରିବର୍ତ୍ତନ କଥା ଉଠାଇଛନ୍ତି । ଏଥିପାଇଁ ବିତର୍କର ଆବଶ୍ୟକତା ଅଛି ବୋଲି କଟକରେ ଗଣମାଧ୍ୟମକୁ କହିଥିଲେ । ସେ ଏହି ବୟାନ ଦେଲା ବେଳେ ପାଖରେ ଭର୍ତ୍ତୃହରି ବାବୁ ଉପସ୍ଥିତ ଥିଲେ । ଧର୍ମେନ୍ଦ୍ରଙ୍କ ପାଟିରେ ଭର୍ତ୍ତୃହରି ଏକଥା କୁହାଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଯାହା ବି ହେଉ, ସେବେଠାରୁ ବିବାଦ ନିଆଁ ଭଳି ବ୍ୟାପି ଯାଇଥିଲେ ମଧ୍ୟ ଭର୍ତ୍ତୃହରି ବାବୁ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିଲେ । ୮ ଦିନ ପରେ ତାଙ୍କ ଖବରକାଗଜ ପ୍ରଜାତନ୍ତ୍ରରେ ଏ ପ୍ରସଙ୍ଗରେ ଲାଗ ଲାଗ ଦୁଇଟି ସମ୍ବାଦକୀୟ ଲେଖିଛନ୍ତି ।

ଲେଖିଛନ୍ତି,

… ଧର୍ମେନ୍ଦ୍ର ବାବୁଙ୍କ ପଦକ କଥାକୁ ଘୋରିମାଜି କିଛି ଲୋକ ତିଳକୁ ତାଳ କଲେଣି, ବିଧାନସଭାରେ କଥା ଉଠାଇଲେଣି, କିଛି ବିଜ୍ଞଲୋକ ରାଉଣ୍ଡ ଟେବୁଲ୍ ବୈଠକ କଲେଣି । ସତେ ଯେମିତି ରେଭେନସା ଏମାନଙ୍କ ଗୋସେଇଁ । ଏତେ ମରମକୁ ସେମାନଙ୍କୁ ଏକଥା ବାଧିଛି କାହିଁକି?…

… ଧର୍ମେନ୍ଦ୍ର ବାବୁ କେନ୍ଦ୍ରରେ ମନ୍ତ୍ରୀ, ଭାଜପା ନେତା-ଏସବୁକୁ ଫେଣ୍ଟି କିଛି ଲୋକ ସମାଲୋଚନା, ବିଦ୍ରୁପ କରୁ କରୁ ଲାଇନ କାଟି ମଶାଲ ଶୋଭାଯାତ୍ରା ବି ବାହାର କରିବାକୁ ପଛାଇ ନାହାନ୍ତି । ଏମାନଙ୍କଠାରୁ ମତ କ’ଣ ଶୁଣାଯିବ, ଯିଏ ଅନ୍ୟ ମତ ଶୁଣିବାକୁ ପ୍ରସ୍ତୁତ ନୁହଁ? ଏକଦା କମ୍ୟୁନିଷ୍ଟମାନେ ଯେପରି ଆଚରଣ କରୁଥିଲେ, ଏହା ହେଉଛି ସେ ପ୍ରକାର ବ୍ୟବହାର ।…

…ପରିତାପର ବିଷୟ ଯେ ଏବେ ବି ଆମ ଦେଶରେ ଏପରି ଅନେକ ଅଛନ୍ତି ଯେଉଁମାନଙ୍କୁ ପାଶ୍ଚାତ୍ୟ ଆଦବକାଇଦା ପସନ୍ଦ ଆସେ, ସେମାନଙ୍କ ଦ୍ୱାରା କରାଯାଇଥିବା ସବୁ କିଛି ଭଲ ଲାଗେ । ଏହିଭଳି ବ୍ୟକ୍ତିମାନେ ଏବେ ରେଭେନସାଙ୍କ ନାମ ନ ବଦଳାଇବା ଲାଗି ଯୁକ୍ତି ବାଢ଼ୁଛନ୍ତି । ଏମିତି ରୋଳା କରୁଛନ୍ତି ଯେପରିକି ବିଶ୍ୱବିଦ୍ୟାଳୟକୁ କେହି ଭାଙ୍ଗିଦେଉଛି କି ଉଠାଇନେଉଛି ।…

…ସ୍ୱାଧୀନ ଭାରତର ଅମୃତ କାଳରେ ଯେତେବେଳେ ଔପନିବେଶବାଦୀର ସ୍ମୃତିବହନ କରୁଥିବା ନାମ, ସଙ୍କେତକୁ ବଦଳାଯାଉଛି, ଏଠି ରେଭେନସାଙ୍କ ନାମ ବଦଳାଇଦେଲେ ପ୍ରଳୟ ଅଶୁଦ୍ଧ ହୋଇଯିବ ନାହିଁ । ବରଂ ତାହା ଏକ ଜାତୀୟ କର୍ତ୍ତବ୍ୟ ବୋଲି ମୁଁ କହିବି ।…

ଭର୍ତ୍ତୃହରିଙ୍କର ଏହି ସମ୍ପାଦକୀୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରେଭେନସା ହେରିଟେଜ୍ ଫୋରମ୍ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଙ୍କୁ ଭୀଷଣ ସମାଲୋଚନା କରାଯାଇଛି । ଏତେ ଦିନ ନିରବ ରହିବା ପରେ ଭର୍ତ୍ତୃହରି ରେଭେନସା ପରିବର୍ତ୍ତେ ତାଙ୍କ ଦଳର କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି ଲେଖିଥିବା ସେମାନେ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ ଓଡ଼ିଆ ଅସ୍ମିତା ନା ରାଜନୈତିକ ଅସ୍ମିତା ପାଇଁ ଉଦ୍ଦିଷ୍ଟ ଏବଂ ମହତାବ ଏଥିରୁ କେଉଁଟିକୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ ଭର୍ତ୍ତୃହରିଙ୍କ ସମ୍ପାଦକୀୟରୁ ଚାଟୁକାରିତାର ବାତ୍ସ୍ନା ବାରିଛନ୍ତି । ତାଙ୍କ ଭଳି ବରିଷ୍ଠ ନେତାଙ୍କ ପାଖରେ ଏହାର ଆବଶ୍ୟକତା ନ ଥିଲା ବୋଲି ସେ କଟାକ୍ଷ କରିଛନ୍ତି । ଇତିହାସର ଦ୍ୱାହି ଦେଇ ମୟୁରଭଞ୍ଜ ମହାରାଜାଙ୍କୁ ସ୍ୱାର୍ଥପର ଦର୍ଶାଇବାକୁ ଚେଷ୍ଟା କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ମହତାବ ବାବୁ ଇତିହାସକୁ ଟିକେ ଭଲ ଭାବେ ପଢ଼ିବା ଉଚିତ ।

ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ରେଭେନସା ନାମକରଣ ପରିବର୍ତ୍ତନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟ କରିଦେବା ଠିକ୍ ହେବ ବୋଲି ସେ କହିଛନ୍ତି ।

Previous Post

ମେରୁଦଣ୍ଡ ଅସ୍ତ୍ରୋପଚାର ୯୫ ପ୍ରତିଶତ ସୁରକ୍ଷିତ : ବିଶେଷଜ୍ଞ

Next Post

୧୫ରୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

Next Post
୧୫ରୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

୧୫ରୁ ଆଉ ୩ଟି ବନ୍ଦେ ଭାରତ ଟ୍ରେନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA