Monday, June 22, 2026 09:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୦ବର୍ଷ ଧରି ଶଯ୍ୟାଶାୟୀ ଥିଲେ, ଏବେ ଚାଲବୁଲ କରୁଛନ୍ତି

କିମ୍‍ସରେ ବିରଳ ଅସ୍ତ୍ରୋପଚାର

by Our Correspondent
28 Apr, 2026- 11:41 PM
in Health, Latest News, News
1 min read
0
୧୦ବର୍ଷ ଧରି ଶଯ୍ୟାଶାୟୀ ଥିଲେ, ଏବେ ଚାଲବୁଲ କରୁଛନ୍ତି

ଭୁବନେଶ୍ୱର: ଗୋଡ଼ ପାଇଁ ବିଛଣାରେ ପଡ଼ି ରହୁଥିଲେ। ନା ଚାଲିପାରୁଥିଲେ, ନା ଶୌଚାଳୟକୁ ଯାଇପାରୁଥିଲେ। ପରିବାର ଲୋକେ ଅନେକ ଡାକ୍ତରଖାନା ବୁଲିସାରିଥିଲେ, ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିପାରିଲାନାହିଁ। ସମସ୍ତ ଆଶା ହରାଇ ଶେଷରେ କିମ୍‍ସରେ ପହଞ୍ଚିଥିଲେ ଯାଜପୁର ଜିଲ୍ଲାର ୬୨ ବର୍ଷୀୟ ପ୍ରଶାନ୍ତ କୁମାର ମହାନ୍ତି। ସୁସ୍ଥ ଜୀବନଯାପନ କରୁଥିବା ପ୍ରଶାନ୍ତଙ୍କ ଗୋଡ଼ରେ ପ୍ରାୟ ଏକ ଦଶନ୍ଧି ଧରି ଗମ୍ଭୀର ଲିମ୍ଫେଡେମା ଯୋଗୁଁ ସେ ପ୍ରାୟ ଶଯ୍ୟାଶାୟୀ ହୋଇପଡ଼ିଲେ।

ପ୍ରାୟ ୧୫ ବର୍ଷ ପୂର୍ବେ ନନ୍‌-ହଜକିନ୍ ଲିମ୍ଫୋମାର ଚିକିତ୍ସା ତାଙ୍କ ବାମ ଗୋଡ଼ରେ ଗମ୍ଭୀର ଲିମ୍ଫେଡେମା ସୃଷ୍ଟି କରିଥିଲା। ଫଳରେ ତାଙ୍କ ଗୋଡ଼ ଫୁଲି ହାତୀ ଗୋଡ଼ ପରି ବଡ଼ ହୋଇଯାଇଥିଲା। ତାଙ୍କ ଗୋଡ଼ର ଫୁଲା ଏତେ ତୀବ୍ର ହୋଇଗଲା ଯେ ତାଙ୍କୁ ବର୍ଷ ବର୍ଷ ଧରି ବିଛଣାରେ ରହିବାକୁ ପଡ଼ିଲା। ଶେଷରେ କିମ୍‍ସରେ ସେ ବିଶିଷ୍ଟ ପ୍ଲାଷ୍ଟିକ୍ ସର୍ଜନ ଡା ସୁନୀଲ ରାଉତଙ୍କ ସହିତ ପରାମର୍ଶ କଲେ।

ଡା ରାଉତଙ୍କ ସହ କିମ୍‍ସ ଶଲ୍ୟଚିକିତ୍ସା ଦଳ ତିନୋଟି ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରିଥିଲେ। ଦୀର୍ଘ ଚାରିମାସର ଚିକିତ୍ସା ପରେ ଏବେ ପ୍ରଶାନ୍ତ ସୁସ୍ଥ ଅନୁଭବ କରୁଛନ୍ତି।

କିମ୍‍ସ ଡାକ୍ତରୀ ଦଳ ପ୍ରଥମେ ପ୍ରଶାନ୍ତଙ୍କ ଶରୀରରୁ ୪୦ କିଲୋଗ୍ରାମରୁ ଅଧିକ ଅତିରିକ୍ତ ଟିସ୍ୟୁ ବାହାର କରିଥିଲେ। ଏତେ ପରିମାଣର ଟିସ୍ୟୁ ଓ ତରଳ ପଦାର୍ଥ ବାହାର କରିବା ଶଲ୍ୟଚିକିତ୍ସା ଏବଂ ଆନାସ୍ଥେସିଆ ଦଳ ପାଇଁ ଏକ ଭୟଙ୍କର ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କାରଣ ଅସ୍ତ୍ରୋପଚାର ସମୟରେ ଓ ପରେ ରୋଗୀଙ୍କ ରକ୍ତ ସଂଚାଳନ ଏବଂ ହେମୋଡାଇନାମିକ୍ ସ୍ଥିରତା ବଜାୟ ରଖିବା ଏକ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା। କିମ୍‍ସ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡା ଜୟନ୍ତ ଲେଙ୍କା ସମଗ୍ର ଶଲ୍ୟଚିକିତ୍ସା ପ୍ରକ୍ରିୟାରେ ଡା ରାଉତଙ୍କୁ ସହାୟତା କରିଥିଲେ। ଡା ଲିଙ୍ଗରାଜ ସାହୁ ଆନାସ୍ଥେସିଆ ଦଳର ନେତୃତ୍ୱ ନେଇଥିଲେ ଓ ପ୍ରତ୍ୟେକ ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଅସ୍ତ୍ରୋପଚାର ଥିଏଟରରୁ ୱାର୍ଡକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏହି ରୋଗ ସମ୍ପର୍କରେ ସୂଚନା ଦେଇ ଡା ରାଉତ କହିଛନ୍ତି, ଲିମ୍ଫ୍ ବାହ୍ୟ ନଳୀରେ ଅବରୋଧ କିମ୍ବା ଲସିକା ପ୍ରବାହରେ ବାଧା ଯୋଗୁଁ କେମୋଥେରାପି ପରେ ରୋଗୀଙ୍କ ସାରା ଶରୀରରେ ଗଭୀର ଫୁଲା ହୋଇଥିଲା। ଲିମ୍ଫୋମା ଚିକିତ୍ସା ସମୟରେ ଲସିକା ନୋଡ୍ କ୍ଷତିଗ୍ରସ୍ତ ହୋଇଥିଲା, ଫଳରେ ଲିମ୍ଫେଡେମା ହୋଇଥିଲା। ଫୁଲା ଏତେ ଗୁରୁତର ଥିଲା ଯେ ରୋଗୀଙ୍କ ଗୋଡ଼କୁ ସ୍ଥାନ ଦେବା ପାଇଁ ଅସ୍ତ୍ରୋପଚାର ଟେବୁଲ ମଧ୍ୟ ଛୋଟ ମନେ ହେଉଥିଲା। ତେବେ ଲିମ୍ଫେଡେମା ହେଉଛି ଏକ ଅବସ୍ଥା ଯେଉଁଥିରେ ଲିମ୍ଫ୍ ସିଷ୍ଟମର କ୍ଷତି କିମ୍ବା ଅବରୋଧ ହେତୁ ଟିସୁଗୁଡ଼ିକରେ ଲିମ୍ଫ୍ ତରଳ ପଦାର୍ଥ ଜମା ହୁଏ ଓ ଫଳରେ ବାହୁ କିମ୍ବା ଗୋଡରେ ଦୀଘର୍କାଳୀନ ଫୁଲା ହୁଏ। ଏହା ପ୍ରାୟତଃ ସର୍ଜରୀ କିମ୍ବା କେମୋଥେରାପି ଭଳି ର୍କକଟ ଚିକିତ୍ସା ପରେ ହୁଏ ଏବଂ ଏହା ଲିମ୍ଫ୍ ନୋଡକୁ ପ୍ରଭାବିତ କରେ ବୋଲି ଡା ରାଉତ ପ୍ରକାଶ କରିଛନ୍ତି।

ଏହା ଏକ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲେ ମଧ୍ୟ କିମ୍‍ସରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଥିବାରୁ ଏହାକୁ ସଫଳତାର ସହ ଚିକିତ୍ସା କରାଯାଇପାରିଲା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏଭଳି ବିରଳ ରୋଗର ସଫଳ ଚିକିତ୍ସା କରିଥିବାରୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ପ୍ରଶାନ୍ତଙ୍କ ଆରୋଗ୍ୟ କାମନା କରିଛନ୍ତି। ସେହିପରି କିମ୍‍ସରୁ ସୁସ୍ଥ ହୋଇ ଯିବା ପରେ ପ୍ରଶାନ୍ତ କିମ୍‍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୋ ଜୀବନରେ ବିରାଟ ପରିବର୍ତ୍ତନ ହୋଇଛି। ଦଶ ବର୍ଷ ଧରି ମୁଁ ଚାଲିପାରୁ ନଥିଲି, ଶଯ୍ୟାଶାୟୀ ଥିଲି। ଏବେ, ମୁଁ ସଂପୂର୍ଣ୍ଣ ସୁସ୍ଥ ଏବଂ ମୋର ବ୍ୟବସାୟ ପୁଣି ଆରମ୍ଭ କରିଛି।

Previous Post

ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

Next Post

କଙ୍କାଳକୁ କାନ୍ଧରେ ଛାଡ଼ିଦେଲେ

Next Post
କଙ୍କାଳକୁ କାନ୍ଧରେ ଛାଡ଼ିଦେଲେ

କଙ୍କାଳକୁ କାନ୍ଧରେ ଛାଡ଼ିଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA