Sunday, March 26, 2023 05:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଭଦ୍ରାମୀ !

ଅଭିଯୁକ୍ତ ଭଳିି ବ୍ୟବହାର କରିବାକୁ ମାଜିଷ୍ଟ୍ରେଟ୍ ଙ୍କ ତାଗିଦ୍

by Our Correspondent
06 Nov, 2020- 04:50 PM
in Crime, Latest News, Media, News
1 min read
0
କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଭଦ୍ରାମୀ !

ମୁମ୍ବାଇ: ଷ୍ଟୁଡିଓରେ ସଦାସର୍ବଦା ଗଳା ଫଟାଇ ହଲାପଟା କରୁଥିବା ରିପବ୍ଲିକ୍ ଟିଭି ଚାନେଲ୍ ମାଲିକ ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କୋର୍ଟକୁ ମଧ୍ୟ ଟିଭି ଷ୍ଟୁଡିଓ ଭାବିଦେବାରୁ ହଟହଟା ହୋଇଛନ୍ତି । ଗତ ୪ ତାରିଖରେ ମୁମ୍ବାଇ ପୁଲିସ ଅର୍ଣ୍ଣବଙ୍କୁ ଗିରଫ କଲା ପରେ ଆଲିବାଗ୍ କୋର୍ଟର ଚିଫ୍ ମାଜିଷ୍ଟ୍ରଟ୍ ଙ୍କ ଆଗରେ ହାଜର କରିଥିଲେ । ତେବେ ଅର୍ଣ୍ଣବ ନିଜକୁ ଜଣେ ଅଭିଯୁକ୍ତ ବୋଲି ମାନିବାକୁ ପ୍ରସ୍ତୁତ ନ ଥିଲେ । କୋର୍ଟରେ ସାମ୍ବାଦିକ ଠାଣି ଦେଖାଇବାରୁ ଚିଫ୍ ମାଜିଷ୍ଟ୍ରେଟ୍ ତାଙ୍କୁ କୋର୍ଟ ଡେକୋରମ୍ ଶିଖିବାକୁ ପରାମର୍ଶ ଦେଇଥିଲେ ।

ବୁଧବାର ସଂଧ୍ୟାରେ ଅର୍ଣ୍ଣବଙ୍କୁ ଆଲିବାଗ ଚିଫ୍ ମାଜିଷ୍ଟ୍ରେଟ୍ ଶ୍ରୀମତୀ ସୁନେନା ପିଙ୍ଗାଲେଙ୍କ କୋର୍ଟରେ ହାଜର କରାଯାଇଥିଲା । ପ୍ରତିପକ୍ଷ ଓକିଲ ବିଳାସ ନାଏକଙ୍କ ସୂଚନା ଅନୁଯାୟୀ, ଜାମିନ୍ ଆବେଦନ ଉପରେ ଉଭୟ ପକ୍ଷର ଶୁଣାଣି ଚାଲିଥିବା ବେଳେ କାଠଗଡ଼ାରେ ଛିଡ଼ା ଅର୍ଣ୍ଣବ ମାଜିଷ୍ଟ୍ରେଟ୍ ଙ୍କ ଆଡକୁ ହାତ ହଲାଇ ପାଟି କରୁଥିଲେ । ପୁଲିସ ତାଙ୍କୁ ମାଡ଼ ମାରି ଆହତ କରିଥିବା କହୁଥିଲେ । ଏପରିକି ମାଜିଷ୍ଟ୍ରେଟ୍ ଙ୍କୁ ଆଘାତ ଚିହ୍ନ ଦେଖାଇବାକୁ ତାଙ୍କ ଡାଏସ୍ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ଅର୍ଣ୍ଣବଙ୍କର ଏଭଳି ଆଚରଣରେ ମାଜିଷ୍ଟ୍ରେଟ୍ କ୍ଷୁବ୍ଧ ହୋଇ ଶାଳୀନତା ରକ୍ଷା ପାଇଁ ତାଗିଦ୍ କରିଥିଲେ ।

ତେବେ ଅର୍ଣ୍ଣବ କିଛି ଶୁଣିବା ଅବସ୍ଥାରେ ନ ଥିଲେ । ତାଙ୍କ ଓକିଲ ମାମଲା ଉପସ୍ଥାପନ କରି ନିଜର ଯୁକ୍ତି ରଖୁଥିଲା ବେଳେ ଅର୍ଣ୍ଣବ ସେମିତି ହାତ ହଲାଇ ଚିଲ୍ଲାଉଥିଲେ । ମାଜିଷ୍ଟ୍ରେଟ୍ ଙ୍କୁ ତାଙ୍କ ହାତର ଆଘାତ ଚିହ୍ନ ଦେଖାଇବାକୁ ପୁଣି ଥରେ ଉଦ୍ୟମ କରିଥିଲେ ।

ଅର୍ଣ୍ଣବଙ୍କ ଏଭଳି ବ୍ୟବହାରରେ ଚିଫ୍ ମାଜିଷ୍ଟ୍ରେଟ୍ ଭୀଷଣ ବିରକ୍ତ ହୋଇଥିଲେ । ଶାଳୀନତା ରକ୍ଷା ପାଇଁ ତାଙ୍କୁ ବାରମ୍ବାର ତାଗିଦ୍ କରିଥିଲେ । ତେବେ ତାହାପରେ ବି ଅର୍ଣ୍ଣବଙ୍କ ଆଚରଣ ବଦଳି ନ ଥିଲା । ମାଜିଷ୍ଟ୍ରେଟ୍ ଡାକ୍ତରଙ୍କୁ ପ୍ରଶ୍ନ କରୁଥିଲା ବେଳେ ଅର୍ଣ୍ଣବ ସେଥିରେ ବାଧା ଦେଇ ଡାକ୍ତର ମିଛ କହୁଛନ୍ତି ବୋଲି ପୁନର୍ବାର ଚିକ୍ରାର କରିଥିଲେ । ମାଜିଷ୍ଟ୍ରେଟ୍ ଶ୍ରୀମତୀ ପିଙ୍ଗାଲେ ଏଥିରେ ଉତକ୍ଷିପ୍ତ ହୋଇ କୋର୍ଟ ରୁମ୍ ରୁ ବାହାର କରିଦେବା ପାଇଁ ବାଧ୍ୟ ହେବେ ବୋଲି ଶେଷରେ ଅର୍ଣ୍ଣବଙ୍କୁ ସତର୍କ କରିଥିଲେ ।

ଖାଲି ଅର୍ଣ୍ଣବ ନୁହଁନ୍ତି କୋର୍ଟରେ ଉପସ୍ଥିତ ତାଙ୍କ ପତ୍ନୀ ସମ୍ୟବ୍ରତାଙ୍କ ଆଚରଣ ବି ମାଜିଷ୍ଟ୍ରେଟ୍ ଙ୍କୁ କ୍ଷୁବ୍ଧ କରିଥିଲା । ସମ୍ୟବ୍ରତା ନିଜ ମୋବାଇଲ୍ ରେ କୋର୍ଟ ପ୍ରୋସିଡିଂ ରେକର୍ଡ କରୁଥିବାରୁ ମାଜିଷ୍ଟ୍ରେଟ୍ ତାଙ୍କୁ ମଧ୍ୟ ତାଗିଦ୍ କରିଥିଲେ ।

ଅର୍ଣ୍ଣବଙ୍କ ସପକ୍ଷରେ ଓକିଲାତି କରିବାକୁ କିଛି ନେତା ବି କୋର୍ଟରେ ହାଜର ହୋଇଯାଇଥିଲେ । ଧଳା କୁର୍ତ୍ତା ପାଇଜାମା ପିନ୍ଧା ବିଜେପି ବିଧାୟକ ରାହୁଲ ନରଭେକର୍ ପାଟିତୁଣ୍ଡ କରି କୋର୍ଟ ପ୍ରୋସିଡିଂରେ ବାଧା ସୃଷ୍ଟି କରୁଥିଲା ବେଳେ ମାଜିଷ୍ଟ୍ରେଟ୍ ଙ୍କ ନିର୍ଦ୍ଦେଶରେ ପୁଲିସ ତାଙ୍କୁ କୋର୍ଟରୁମ୍ ରୁ ଧକ୍କା ମାରି ବାହାର କରିଦେଇଥିଲେ ।

ରାତି ୧୧.୩୦ ବେଳକୁ ଅର୍ଣ୍ଣବଙ୍କୁ ୧୪ ଦିନିଆ ବିଚାର ବିଭଗୀୟ ହେପାଜତକୁ ପଠାଇଥିଲେ ଚିଫ୍ ମାଜିଷ୍ଟ୍ରେଟ୍ ।

Previous Post

କନ୍ଧମାଳରେ ବେକାର, ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ଅଭିଯାନ

Next Post

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Next Post
ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA