Friday, July 3, 2026 10:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶେଷ ଦିନରେ ନାମାଙ୍କନ ଭରିଲେ

by Our Correspondent
17 Nov, 2022- 05:58 PM
in Latest News, News, Politics
1 min read
0
ଶେଷ ଦିନରେ ନାମାଙ୍କନ ଭରିଲେ
୧୩ ଜଣ ନାମାଙ୍କନ ଦାଖଲ କଲେ
ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁରରେ ପ୍ରାର୍ଥୀପତ୍ର ଦାଖଲର ଛକାପଂଝା ସରିଲା । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଆଳରେ କାଲି ପର୍ଯ୍ୟନ୍ତ କେହି ନାମାଙ୍କନ ଭରି ନ ଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସରେ ଭିଡ଼ ଜମାଇଥିଲେ । ରାଜନୈତିକ ଦଳ ଭାବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଥମେ ନାମାଙ୍କନ ଭରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗପଛ ହୋଇ ନାମାଙ୍କନ ଭରିଥିଲେ ।
ବିଜେଡି ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହା ଦଳୀୟ ନେତାଙ୍କ ଗହଣରେ ନାମାଙ୍କନ ଭରିବାକୁ ଉପଜିଲ୍ଲାପାଳଙ୍କ ଅଫିସ ଆସିଥିଲେ । ତାହା ପୁଣି ବିନା ଶୋଭାଯାତ୍ରାରେ । ପାଇକମାଳର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବାପା ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବାକୁ ଆସିଥିଲେ । ସାଙ୍ଗରେ ଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ।
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସାଙ୍ଗରେ ଥିଲେ ।
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, କେ.ଭି.ସିଂହଦେଓ ପ୍ରମୁଖ ସାଙ୍ଗରେ ଥିଲେ । ଉପଜିଲ୍ଲାପାଳଙ୍କ ଅଫିସରୁ ଫେରୁଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାମନାରେ ଦେଖି ପ୍ରାର୍ଥୀ ଶ୍ରୀ ପୁରୋହିତ ଅଟକି ଯାଇ ତାଙ୍କର ଆଶୀର୍ବାଦ ନେଇଥିଲେ ।
ବିଜେଡି ପ୍ରାର୍ଥୀଙ୍କ ପୂର୍ବରୁ ପ୍ରଥମ ବ୍ୟକ୍ତି ଭାବେ ଜୟନ୍ତ ଥପ୍ପା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଆଜି ସମୁଦାୟ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସୂଚନାଥାଉକି, ଗତ ୧୪ ତାରିଖରେ ବିଜେପି ନାମାଙ୍କନ ଦାଖଲ ପର୍ବ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଗହଣରେ ପ୍ରାର୍ଥୀ ଶ୍ରୀ ପୁରୋହିତ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ମାତ୍ର ସେଠାରେ ଧାରଣାରତ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନ ଥିଲେ । ବିଜେପିର ଏହି ନାଟକବାଜି ପରେ କିଏ ଆଗ ନାମାଙ୍କନ ଭରିବ ତାକୁ ନେଇ ଛକାପଂଝା ଲାଗି ରହିଥିଲା ।
Previous Post

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ: ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ ପାଇବେ ୧୦୦ କୋଟି ଟଙ୍କାର ପୁରସ୍କାର

Next Post

ଜୋର୍ ଧରିଲା ଫସଲ ବୀମା ରାଜନୀତି

Next Post
ଜୋର୍ ଧରିଲା ଫସଲ ବୀମା ରାଜନୀତି

ଜୋର୍ ଧରିଲା ଫସଲ ବୀମା ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA