Wednesday, April 22, 2026 06:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ସୁଭଦ୍ରା’ଙ୍କ ଚରିତ୍ର ସଂହାର ଉଦ୍ୟମ!

ଜଟିଳ ହେଲା ଭରତପୁର ମାମଲା

by Our Correspondent
21 Sep, 2024- 09:53 PM
in Latest News
1 min read
0
‘ସୁଭଦ୍ରା’ଙ୍କ ଚରିତ୍ର ସଂହାର ଉଦ୍ୟମ!

ଭୁୁବନେଶ୍ୱର: ସୁଭଦ୍ରା ଯୋଜନାରେ ‘ସୁଭଦ୍ରା’ ମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରଚାର କରୁଥିବା ମୋହନ ସରକାର ଏବେ ସାରା ଦେଶରେ ନିନ୍ଦିତ । ତାହାପୁଣି ଜଣେ ‘ସୁଭଦ୍ରା’ ଅଙ୍କିତା ପ୍ରଧାନଙ୍କ ପାଇଁ । ସେନାରେ କ୍ୟାପଟେନ୍ ଥିବା ବନ୍ଧୁ ଗୁରୁବନ୍ତ ସିଂଙ୍କ ସହ ଡିନର୍ କରି ଫେରୁଥିବା ବେଳେ ବାଟରେ ରୋଡ୍ ରୋମିଓଙ୍କ ହାବୁଡ଼ରେ ପଡ଼ି ହରକତ ହେଲେ । ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇ ସେଠାରେ ପୁଲିସଠାରୁ ମାଡ଼ ଖାଇଲେ, ଯୌନ ନିର୍ଯ୍ୟାତନା ପାଇଲେ ଏବଂ ଜେଲ୍ ଗଲେ । ଏହି ‘ସୁଭଦ୍ରା’ଙ୍କ ପ୍ରତି ପୁଲିସର ବର୍ବରୋଚିତ କାଣ୍ଡକୁ ନେଇ ସାରା ଦେଶବାସୀ ବ୍ୟଥିତ ହେଉଥିଲା ବେଳେ ଏଠି ତାଙ୍କର ଚରିତ୍ର ସଂହାର ପାଇଁ ଉଦ୍ୟମ ଜୋର୍ ହୋଇଛି । ସୋସିଆଲ୍ ମିଡିଆରେ ଘୂରୁଛି ଗୋଟିଏ ପରେ ଗୋଟିଏ ଫୁଟେଜ୍ । ପୂରା ଏକପାଖିଆ ଭାବେ ରେକର୍ଡିଂ ହୋଇଥିବା ଏହି ଭିଡିଓ ଫୁଟେଜ୍ କେଉଁଠାରୁ ଆସୁଛି ତାହା କେହି ଜାଣିପାରୁନାହାନ୍ତି । ମାତ୍ର ଏହାକୁ ଭାଇରାଲ୍ କରୁଥିବା ବ୍ୟକ୍ତିବିଶେଷମାନଙ୍କର ପରିଚୟ କାହାରିକୁ ଅଜଣା ନୁହେଁ । ଏହା ପଛର ଗୋଟିଏ ଉଦ୍ଦେଶ୍ୟ ହେଉଛି ‘ସୁଭଦ୍ରା’ଙ୍କ ଚରିତ୍ର ସଂହାର । ତାଙ୍କର ଭୁଲ୍ ହେଉଛି- ପୁରୁଷ ବନ୍ଧୁଙ୍କ ସହ ପବ୍ ଯିବା, ବିଳମ୍ବିତ ରାତିରେ ରାସ୍ତାରେ ଫେରିବା ଏବଂ ଥାନାକୁ ଅଭିଯୋଗ କରିବାକୁ ଯିବା ।

ଘଟଣାର ୬ ଦିନ ପରେ ଚନ୍ଦକା ଥାନା ପୁଲିସ ୭ ଜଣ ରୋଡ୍ ରୋମିଓଙ୍କୁ ଆଜି ଗିରଫ କରିଥିଲେ ମଧ୍ୟ ୪ ଘଣ୍ଟା ପରେ ସେମାନେ ଜେଏମଏଫସି କୋର୍ଟରୁ ବେଲ୍ ପାଇଯାଇଛନ୍ତି । ସେମାନେ କେମିତି ବେଲ୍ ପାଇଲେ ତାହା ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ନିର୍ଦ୍ଦିଷ୍ଟ ମାମଲାରେ ସରକାରଙ୍କ ଭୂମିକା, ପୁଲିସ ତଦନ୍ତର ଦିଗ ଏବଂ କୋର୍ଟରେ ଜାମିନ୍ ବିଚାରକୁ ନେଇ ସରଗରମ ଆଲୋଚନା ଆରମ୍ଭ ହୋଇଛି ।

ଇତିମଧ୍ୟରେ ମାମଲା ଜଟିଳ ଦିଗକୁ ଗତି କଲାଣି । ୫ ଅଭିଯୁକ୍ତ ପୁଲିସଙ୍କ ସପକ୍ଷରେ ପୁଲିସ ସଂଘ ବାହାରି ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଆଜି ମେଳି କରିଛନ୍ତି । ନିଲମ୍ବନ ଆଦେଶ ହଟାଇବାକୁ ସେମାନେ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି । ତଦନ୍ତରେ ଦୋଷୀ ପ୍ରମାଣିତ ହେଲା ପରେ ଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ନିଲମ୍ବିତ ଦୁଇ ମହିଳା ଏଏସଆଇଙ୍କ ଉପରୁ ନିଲମ୍ବନ ହଟାଇବାକୁ ସଂପୃକ୍ତ ପରିବାର ପୁଲିସ ସେବା ସଦନ ଆଗରେ ମଧ୍ୟ ଧାରଣା ଦେଇଛନ୍ତି । ଏସବୁ ଘଟଣା ପ୍ରାୟୋଜିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ଅଭିଯୁକ୍ତ ପୁଲିସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅବସରପ୍ରାପ୍ତ ସେନା ଅଫିସର ସଂଘ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି । ସଂଘର ଦାବି ପଛରେ ସେନା ବାହିନୀର ସମ୍ପୂର୍ଣ୍ଣ ସମର୍ଥନ ଥିବା ଜଣାପଡ଼ିଛି ।

ଏହା ସତ ଯେ ଦୋଷୀ ପୁଲିସଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣଙ୍କୁ କେବଳ ସସପେଣ୍ଡ କରାଯାଇଛି । ଅଙ୍କିତାଙ୍କ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ତଦନ୍ତ ଆଳରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଲଟି ୭ ଜଣ ରୋଡ୍ ରୋମିଓଙ୍କୁ ୬ ଦିନ ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ସେମାନେ ତତକ୍ଷଣାତ୍ ବେଲ୍ ପାଇଛନ୍ତି ।

ଇତିମଧ୍ୟରେ ଅଙ୍କିତାଙ୍କ ଚରିତ୍ର ସଂହାରର ଉଦ୍ୟମ ମାମଲାକୁ ଆହୁରି ଜଟିଳ କରିଛି । ଗତକାଲିଠାରୁ ଏହି ଘଟଣାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ସେଦିନ ରାତିରେ ପବ୍ ରେ ବସି ଖା’ ପିଆ କରିବା, ବାଟରେ ରୋଡ୍ ରୋମିଓଙ୍କ ସହ ପାଟିତୁଣ୍ଡ ହେବା ଏବଂ ଭରତପୁର ଥାନାର କିଛି ଫୁଟେଜ୍ କେଉଁଠୁ ଆସିଲା ତାହା ସ୍ପଷ୍ଟ ହେଉନାହିଁ । ତେବେ ରାଜନୈତିକ ପୃଷ୍ଠପୋଷକତାରେ ଥିବା ଅନେକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଆଂଶିକ ଭିଡିଓଗୁଡ଼ିକୁ ଭାଇରାଲ୍ କରାଯାଉଥିବାରୁ ଏହା ପଛର ମନ୍ଦ ଉଦେ୍ଦଶ୍ୟ ବାରି ହୋଇପଡୁଛି । କ୍ରାଇମବ୍ରାଞ୍ଚ ଏସବୁ ଦିଗର ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିପାରିବ କି ନାହିଁ ତାହା କେବଳ ଦେଖିବାର କଥା ।

ଏହି ଘଟଣାକୁ ନେଇ ଓଡ଼ିଶା ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି । ଆଜି ରାଜଭବନ ଆଗରେ ବିଜେଡି ପକ୍ଷରୁ ପ୍ରତିବାଦ ଧାରଣା ଦିଆଯାଇ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପଠାଯାଇଥିଲା । ଅଙ୍କିତାଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ବିଜେଡି ଏହି ଆନ୍ଦୋଳନ ଜାରି ରଖିବ ଏବଂ ଆଗକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିଭଳି ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଥିଲେ । ସେପଟେ ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରେସ୍ ମିଟ୍ କରାଯାଇ ଅତୀତର ବିଜେଡି ଓ କଂଗ୍ରେସ କୁଶାସନ ବିରୋଧରେ ବିଷୋଦଗାର କରାଯାଇଥିଲା ।

କେବଳ ଭୁବନେଶ୍ୱର କି ଓଡ଼ିଶା ନୁହେଁ, ଭରତପୁର ଘଟଣାକୁ ନେଇ ସାରା ଦେଶ ଏବେ ପଡୁଛି ଉଠୁଛି । ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ କଡ଼ା ପ୍ରତିକ୍ରିୟା, କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ୍ ଙ୍କର ସାମ୍ବାଦିକ ସମ୍ମିଳନୀ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ବେଳେ ବିଜେପି ମଧ୍ୟ ଘଟଣାକୁ ନିନ୍ଦା କରିଛି । ପୁଲିସ ଷ୍ଟେସନ୍ ଭିତରେ ଖୋଦ୍ ପୁଲିସ କର୍ମଚାରୀଙ୍କ ଦ୍ୱାରା ଜଣେ ମହିଳାଙ୍କ ଏଭଳି ଉତ୍ପୀଡ଼ନ ଅକଳ୍ପନୀୟ ବୋଲି କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ନଳିନୀ କୋହଲି ।

ମାତ୍ର ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌ ପଦୀ ମୁର୍ମୁଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କୋଲକତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶ ହୁଲସ୍ତୁଲ ହେଉଥିଲା ବେଳେ ରାଷ୍ଟ୍ରପତି ଏହି ବର୍ବରକାଣ୍ଡକୁ ନିନ୍ଦା କରିଥିଲେ । ଏନଫ୍ ଇଜ ଏନଫ ବା ବହୁତ ହୋଇଗଲା କହି ତାଙ୍କ କ୍ଷୋଭ ଓ ଉଦବେଗ ଜଣାଇଥିଲେ । ଏକ ସଭ୍ୟ ସମାଜରେ ଏଭଳି କାଣ୍ଡକୁ ସହି ହେଉ ନାହିଁ ବୋଲି ଏକ ଖବରକାଗଜରେ ସ୍ତମ୍ଭ ମଧ୍ୟ ଲେଖିଥିଲେ । ରାଷ୍ଟ୍ରପତିଙ୍କର ଏଭଳି ଆଭିମୁଖ୍ୟକୁ ସବୁଆଡୁ ପ୍ରଶଂସା ମିଳିଥିଲା ।

ଏଠି ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କୁ ପୁଲିସ ପିଟାପିଟି କରି ଯୌନ ନିର୍ଯ୍ୟାତନା ଦେବା ଘଟଣା କୋଲକତା ଘଟଣା ଭଳି ସାରା ଦେଶକୁ ହୁଲସ୍ତୁଲ କରିଛି । ଜାତୀୟ ଗଣମାଧ୍ୟମରେ ଏହା ମୁଖ୍ୟ ଖବର ହେବା ସହ ବିଭିନ୍ନ ରାଜନୈତିକ ଦଳ ଏବଂ ବୁଦ୍ଧିଜୀବୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଦୁଇଦିନରେ ସେନାବାହିନୀର ୨୦ ହଜାରରୁ ଅଧିକ ଅଧିକାରୀ ଟୁଇଟ୍ କରି ସେମାନଙ୍କର କ୍ଷୋଭ ଜଣାଇ ସାରିଲେଣି । ଅଥଚ ରାଷ୍ଟ୍ରପତି ଆମ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଏ ପର୍ଯ୍ୟନ୍ତ ପାଟି ଖୋଲିନାହାନ୍ତି । ନିଜ ରାଜ୍ୟରେ ଜଣେ ଅସୁରକ୍ଷିତ ମହିଳା ରାତି ଅଧରେ ଥାନାକୁ ଅଭିଯୋଗ କରିବାକୁ ଯାଇ ପୁଲିସଠାରୁ ମାଡ ଖାଇବା ଓ ଯୌନ ନିର୍ଯ୍ୟାତନା ଭୋଗି ଜେଲ୍ ଯିବା ଘଟଣା ମହାମହିମ ରାଷ୍ଟ୍ରପତିଙ୍କୁ ବ୍ୟଥିତ କରିନାହିଁ ।

ରାଷ୍ଟ୍ରପତିଙ୍କ ଏଭଳି ଆଭିମୁଖ୍ୟକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ଭବିକା କପୁର । ତାଙ୍କର ଏକ୍ସ(ଟୁଇଟର) ହାଣ୍ଡଲରେ କ’ଣ ଲେଖିଛନ୍ତି ପଢ଼ନ୍ତୁ..

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ୍ ଭି.କେ.ସିଂହ ଭରତପୁର ଘଟଣା ଉପରେ ସୋସିଆଲ୍ ମିଡିଆରେ ଲେଖିଛନ୍ତି- ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଏବଂ ସେନା ଅଫିସରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ସମସ୍ତେ ନିଶ୍ଚିତ ଶୁଣନ୍ତୁ । ଓଡ଼ିଶାର ଭରତପୁର ଥାନାରେ ତାଙ୍କ ପ୍ରତି ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଭୟଙ୍କର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଆହୁରି ବିଡ଼ମ୍ବନା ଓ ଦୁର୍ଭାଗ୍ୟ ଯେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣା ଉପରେ ଆଦୌ ମୁହଁ ଖୋଲିନାହାନ୍ତି କି ସୋସିଆଲ୍ ମିଡିଆରେ କିଛି ଲେଖିନାହାନ୍ତି । ସାରା ଦେଶରେ ଘଟଣାଟି ହଇଚଇ ସୃଷ୍ଟି କରି ଜାତୀୟ ରାଜନୀତିକୁ ପ୍ରଭାବିତ କରିଥିବା ବେଳେ ସାଂସଦଙ୍କର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଥାନା ଭିତରେ ମାଡ଼ ଓ ଯୌନ ନିର୍ଯ୍ୟାତନା ଘଟଣାରେ ମହିଳା ସାଂସଦଙ୍କର ସମ୍ବେଦନହୀନତା ଚର୍ଚ୍ଚାର ବିଷୟ ହୋଇଛି ।

ଭରତପୁର ଘଟଣାକୁ ନେଇ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ମର୍ମସ୍ପର୍ଶୀ ଚିଠି ଲେଖିଛନ୍ତି । ତାଙ୍କର ଏହି ଚିଠିକୁ ଆମେ ଏଠାରେ ପ୍ରକାଶ କରୁଛୁ ।

ପ୍ରାପ୍ତି,
ଶ୍ରୀଯୁକ୍ତ ମୋହନ ଚରଣ ମାଝୀ
ମାନ୍ୟବର ମୁଖ୍ୟମନ୍ତ୍ରୀ
ଓଡିଶା ସରକାର
ଭୁବନେଶ୍ୱର

ମହାଶୟ,
ସାଦର ନମସ୍କାର ! ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଏହି ଚିଠି ଲେଖୁଛି। ଓଡ଼ିଶାବାସୀଙ୍କର ଏହି ଆଶା ଓ ଆକାଂକ୍ଷାର ପଦବୀରେ ବସିଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ତଥା ଆପଣ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଆପଣଙ୍କ ଉପରେ ଅନେକ ଆଶା ଓ ଭରସା ରଖିଛି। ଅନେକ ବର୍ଷ ପୂର୍ବେ ମୋ ବାପା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଏହି ପଦାନସୀନ ଥିଲେ। ତାଙ୍କୁ ପାଖରୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିଥିବାରୁ ଆପଣ ସାଧାରଣ ଲୋକଙ୍କ ସମସ୍ୟା ସମାଧାନର କେନ୍ଦ୍ରବିନ୍ଦୁ ପାଲଟିବେ, ଏହି ଆଶା ବି ରଖୁଛି।

ଏବେ ସୋସିଆଲ ମିଡ଼ିଆରୁ ଭୁବନେଶ୍ୱରର ଏକ ଥାନାରେ ଜଣେ ଝିଅ ପ୍ରତି ପୁଲିସ ଦ୍ୱାରା ହୋଇଥିବା ବର୍ବରୋଚିତ ଅଶାଳୀନ ବ୍ୟବହାର ବାବଦରେ ସେ ଝିଅ କହୁଥିବା ଶୁଣିଲି। ଏହା ଦେଖି ମୁଁ ସତେ ଯେମିତି ନିର୍ବାକ ହୋଇଯାଇଛି। ସରକାରୀ କର୍ମଚାରୀ ପୁଣି ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦାୟିତ୍ୱରେ ଥିବା ପୋଲିସର ବ୍ୟବହାର ଯଦି ମହିଳାମାନଙ୍କ କ୍ଷେତ୍ରରେ ଏପରି ହେବ, ତେବେ ମହିଳାମାନେ ଏହି ପୁରୁଷକୈନ୍ଦ୍ରିକ ସମାଜରେ କିପରି ବଞ୍ଚିବେ, ତାହା ମୁଁ ବୁଝିପାରୁ ନାହିଁ। ମହାତ୍ମା ଗାନ୍ଧୀପରା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, “ରାତ୍ରୀ ଅର୍ଦ୍ଧରେ ଯୁବତୀ ଝିଅଟିଏ ନିର୍ବିଘ୍ନରେ ଯେଉଁଦିନ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିବ, ସେହିଦିନ ଯାଇ ବୁଝିବ ଯେ, ଏ ଦେଶକୁ ସ୍ୱାଧୀନତା ମିଳିଛି ବୋଲି।” ଓଡ଼ିଶାର ରାଜଧାନୀର ଛାତି ଉପରେ ଯେଉଁ ହୃଦୟ ବିଦାରକ ଘଟଣା ଝିଅଟି ସହ ଘଟିଲା, ସେଥିରେ କ’ଣ ମୁଁ ଓ ଆପଣ ନିଜକୁ ସ୍ୱାଧୀନ ବୋଲି କହିପାରିବା ? ଆମ ଦେଶ ପାଇଁ ତିଳ ତିଳ ଜଳି ଆମକୁ ବ୍ରିଟିଶ କବଳରୁ ମୁକ୍ତ କରି ଆମରି ହାତରେ ଆମ ଶାସନ ଡୋରି ଟେକି ଦେଇଥିବା ସେ ବୁଢା ଲୋକଟିର ଆତ୍ମା ଏ ଘଟଣା ଦେଖି ଉପରେ ରହି କାନ୍ଦୁଥିବ ନିଶ୍ଚେ।

ବାରାଣସୀ ଠାରେ ଉତ୍ତରପ୍ରଦେଶ ସରକାର ଓ ରେଳ ବିଭାଗ ପକ୍ଷରୁ ଅନୈତିକ ଭାବରେ ଗାନ୍ଧୀ – ବିନୋବା – ଜୟପ୍ରକାଶଙ୍କ ସର୍ବୋଦୟ ସାଧନା କେନ୍ଦ୍ର ଉପରେ ବୁଲଡୋଜର ଚଲା ଯାଇଥିବା ଘଟଣାକୁ ବିରୋଧ କରି ସତ୍ୟାଗ୍ରହରେ ବସିଥିବା ବେଳେ ଓଡ଼ିଶାର ଏହି ମର୍ମନ୍ତୁଦ ଘଟଣା ମୋତେ ଥରାଇ ଦେଇଛି। ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମକକ୍ଷ ଭାବରେ ସମ୍ମାନ ଦେଉଥିବା ଆଦିବାସୀ ସମାଜର ଜଣେ ପୁଅ ହିସାବରେ ଏହି ଦୁଃଖଦ ଘଟଣାରେ ଦୋଷୀ ସମସ୍ତଙ୍କ ପ୍ରତି ଆପଣ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବା ସହ ତୁରନ୍ତ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ରଖୁଛି। ଇତି ।
ଆପଣଙ୍କର ଶୁଭାନୁଧ୍ୟାୟୀ

କୃଷ୍ଣା ମହାନ୍ତି
ସଭାନେତ୍ରୀ
ଉତ୍କଳ ଗାନ୍ଧୀ ସ୍ମାରକ ନିଧି
ବାଖରାବାଦ, କଟକ – ୭୫୩୦୦୨

Previous Post

ମୋହନ ସରକାରଙ୍କୁ ‘ପ୍ରଧାନ’ ବିପଦ

Next Post

ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

Next Post
ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA