Tuesday, May 13, 2025 06:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋହନ ସରକାରଙ୍କୁ ‘ପ୍ରଧାନ’ ବିପଦ

ବହୁ ଆଡ଼ମ୍ବରେ ଲଘୁ କ୍ରିୟା !

by Our Correspondent
21 Sep, 2024- 12:49 PM
in Latest News, News, Politics
1 min read
1
ମୋହନ ସରକାରଙ୍କୁ ‘ପ୍ରଧାନ’ ବିପଦ

ଭୁବନେଶ୍ୱର: ୧୦୦ ଦିନର ପୂର୍ତ୍ତିରେ ୧୦୦ ପ୍ରତିଶତ ସଫଳତାର କାହାଣୀ ଶୁଣାଉଥିବା ରାଜ୍ୟର ମୋହନ ମାଝୀ ସରକାରଙ୍କର ବହୁ ଆଡ଼ମ୍ବର, ଲଘୁ କ୍ରିୟା ସାବ୍ୟସ୍ତ ହୋଇଛି । ଲୋକଙ୍କ ସରକାର ବୋଲି ପ୍ରଚାର କରୁଥିଲେ ମଧ୍ୟ ଆଚରଣରେ ଠିକ୍ ଓଲଟା ବୋଲି ଧରାପଡ଼ିଗଲେଣି । ନୂଆ ସରକାରଙ୍କଠାରୁ ଓଡ଼ିଶାବାସୀ ଯେଉଁ ସମ୍ବେଦନଶୀଳତା ଆଶା କରୁଥିଲେ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି । ଯେଉଁ ଦେଶପ୍ରେମ ଓ ଓଡ଼ିଆ ଅସ୍ମିତାର ନାରା ଦେଇ ଶାସନଗାଦିକୁ ଆସିଛନ୍ତି, ସେହି ଦେଶପ୍ରେମ ଓ ଓଡ଼ିଆ ଅସ୍ମିତାକୁ ବାଜିରେ ଲଗାଇ ଦେଇଛନ୍ତି । ୫ ବର୍ଷର ଶାସନ ଦାୟିତ୍ୱକୁ ବିଜେପି ସରକାର ସଠିକ୍ ଢ଼ଙ୍ଗରେ ତୁଲାଇ ପାରିବାର ଭରସା ଲୋକଙ୍କର ତୁଟିବାକୁ ବସିଲାଣି ।

ରାଜଭବନରେ ଏଏସଓ କାର୍ଯ୍ୟରତ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀ ବୈକୁଣ୍ଠ ପ୍ରଧାନଙ୍କୁ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ସାଙ୍ଗମାନଙ୍କ ସହ ମିଶି ଅକଥନୀୟ ନିର୍ଯ୍ୟାତନା ଦେଲେ । ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କଲେ । ଜୋତାରେ ଛେପ ପକାଇ ଚଟେଇଲେ । ରାଜ୍ୟପାଳଙ୍କ ପୁଅ ଏଭଳି ନାରକୀୟ କାଣ୍ଡ କରିବାର କାରଣଟି ଥିଲା, ରଥଯାତ୍ରା ବେଳେ ପୁରୀ ରାଜଭବନରେ ଡ୍ୟୁଟି କରୁଥିବା ବୈକୁଣ୍ଠ ପ୍ରଧାନ ତାଙ୍କୁ ଷ୍ଟେସନରୁ ରିସିଭ୍ କରିବାକୁ ଭଲ ଗାଡ଼ି ପଠାଇ ନ ଥିଲେ ।

ଏହି ଘଟଣା ସାଧାରଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିବା ସତ୍ତ୍ୱେ ବୈକୁଣ୍ଠଙ୍କ ପତ୍ନୀଙ୍କ ଏତଲାକୁ ପୁଲିସ ପ୍ରଥମେ ଗ୍ରହଣ କଲା ନାହିଁ । ପରବର୍ତ୍ତୀ ସମୟରେ ସଚିବାଳୟ ସେବା ସଂଘର ଚାପରେ ପୁଲିସ ଏତଲା ରେଜିଷ୍ଟ୍ରି କଲା ସତ ମାତ୍ର ଆଉ କିଛି ପଦକ୍ଷେପ ନେଲା ନାହିଁ । ରାଜ୍ୟପାଳଙ୍କ ପୁଅ ଦେହରେ ହାତ ମାରିବାକୁ ପୁଲିସ ସାହାସ କଲାନି । ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଧରି ବିଧାନସଭା ଅଚଳ କଲେ । ମାତ୍ର ଘଟଣାର ଜିଲ୍ଲାପାଳ ତଦନ୍ତ କରିବେ କହି ସରକାର ଭଣ୍ଡେଇ ଦେଲେ । ମୋହନ ସରକାର ଓଡ଼ିଆ ଲୋକଙ୍କ ଭାବାବେଗକୁ ଖାତିର କଲେ ନାହିଁ କି ଝାଡ଼ଖଣ୍ଡ ଯୁବକଙ୍କ ମାଡ଼ରେ ରକ୍ତାକ୍ତ ନିଜର କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଉଚିତ୍ ମନେ କଲେ ନାହିଁ ।

ବୈକୁଣ୍ଠ ପ୍ରଧାନଙ୍କ ମାମଲାକୁ ଅନ୍ଧାରରେ ରଖି ଓଡ଼ିଶାବାସୀଙ୍କୁ ୧୦୦ ଦିନର ସଫଳତାର କାହାଣୀ ଶୁଣାଉଥିବା ମୋହନ ସରକାର ଏବେ କିନ୍ତୁ ଭରତପୁର ଥାନା ପୁଲିସର ବର୍ବରକାଣ୍ଡରୁ ନିଜକୁ ଖସାଇବା କାଠିକର ହୋଇଛି । ଆର୍ମି କ୍ୟାପଟେନ୍ ଗୁରୁବନ୍ତ ସିଂହ ଏବଂ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୁଲିସର ନିର୍ଯ୍ୟାତନା ମାମଲା ଏବେ ସାରା ଦେଶକୁ ହୁଲସ୍ତୁଲ କରୁଛି ।

ରୋଡ୍ ରୋମିଓଙ୍କ ଠାରୁ ଅତ୍ୟାଚାରିତ ହୋଇ ଥାନାରେ ଅଭିଯୋଗ କରିବାକୁ ଗୁରୁବନ୍ତ ଓ ଅଙ୍କିତା ଯାଇଥିଲେ । ଅଭିଯୋଗ ଶୁଣି ରୋଡ୍ ରୋମିଓଙ୍କୁ ଧରିବା ବଦଳରେ ପୁଲିସ ଦୁଇ ଅଭିଯୋଗକାରୀଙ୍କୁ ତାଲିବାନୀ ଶାସ୍ତି ଦେଲା । ଗୁରୁବନ୍ତ ଜଣେ ସେନା ଅଧିକାରୀ ବୋଲି ଜାଣିବା ପରେ ମଧ୍ୟ ତାଙ୍କୁ ଥାନା ହାଜତରେ ପୂରାଇ ୪ ଘଣ୍ଟା ରଖିଦେଲା । ତାଙ୍କ ବାନ୍ଧବୀ ଅଙ୍କିତାଙ୍କ ଗୋଡ଼ ହାତ ବାନ୍ଧି ପୁଲିସ ପିଟିଲା । ଅନ୍ତବସ୍ତ୍ର ଖୋଲି ଛାତିକୁ ଗୋଇଠା ମାରିଲା । ଶେଷକୁ ଆଇଆଇସି ତାଙ୍କର ମରଦପଣିଆ ଦେଖାଇବାକୁ ଯାଇ ପ୍ୟାଣ୍ଟ ଖୋଲିଦେଲେ ।

ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କ ଉପରେ ପୁଲିସର ଏଭଳି କଦର୍ଯ୍ୟ ଓ ବର୍ବର କାଣ୍ଡ ସାରା ଦେଶବାସୀଙ୍କ ମନ ଚହଲାଇ ଦେଇଛି । କୋଲକତା ଆରଜି କର ହସ୍ପିଟାଲର ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଭରତପୁର ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ।

ଏହି ସମ୍ବେଦନଶୀଳ ଘଟଣାକୁ ମୋହନ ସରକାର ପ୍ରଥମରୁ ଯେଭଳି ହାଣ୍ଡଲ୍ କରିବା କଥା କରିନାହାନ୍ତି । ପ୍ରକୃତ ଘଟଣାକୁ ଚପାଇ ମାମଲା ନିଜ ସପକ୍ଷରେ ନେବାକୁ କମିଶନରେଟ୍ ପୁଲିସ ପ୍ରଥମରୁ ହିଁ ଉଦ୍ୟମ କରିଥିଲା । ଭରତପୁର ପୁଲିସକୁ କ୍ଲିନଚିଟ୍ ଦେଇ ସେନା ଅଧିକାରୀ ଗୁରୁବନ୍ତ ଓ ବାନ୍ଧବୀ ଅଙ୍କିତାଙ୍କୁ ଦୋଷୀ କରିଥିଲା । ସେନା ଅଧିକାରୀଙ୍କ ହସ୍ତକ୍ଷେପ ଯୋଗୁଁ ଗୁରୁବନ୍ତଙ୍କୁ ଛାଡ଼ିଦେଇଥିଲେ ମଧ୍ୟ ଅଙ୍କିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତାଙ୍କ ମୁହଁ ଓ ଦେହରେ ଗୁରୁତର ଆଘାତ ଲାଗିଥିଲେ ମଧ୍ୟ କୋର୍ଟ ଚାଲାଣ ପୂର୍ବରୁ ଆସିଥିବା ଡାକ୍ତରୀ ରିପୋର୍ଟରେ ତାହା ଉଲ୍ଲେଖ ରହିଲା ନାହିଁ । କେମିତି? କୋଉ ଡାକ୍ତର ଅଙ୍କିତାଙ୍କର ପରୀକ୍ଷା କରିଥିଲେ?

ଡିସିପି ପ୍ରତୀକ ସିଂହ ଲୁଚାଛପାରେ ଏକ ଜାତୀୟ ସରବରାହ ସଂସ୍ଥାକୁ ଡାକି ଭରତପୁର ପୁଲିସକୁ କ୍ଲିନ୍ ଚିଟ୍ ଦେଲେ । କୌଣସି ଓଡିଆ ଟିଭି ଚାନେଲରେ ଏହି ଖବର ଆସିଲାନି । ପରଦିନ ପ୍ରମୁଖ ଖବରକାଗଜଗୁଡ଼ିକରେ ପୁଲିସ ଦେଇଥିବା ସୂଚନା ଆଧାରରେ ଛୋଟିଆ ଖବର ପ୍ରକାଶ ପାଇଲା । ଅଙ୍କିତା ପୁଲିସକୁ ଆକ୍ରମଣ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଏଥିରେ କୁହାଗଲା । ସୁତରାଂ, ସତ୍ୟକୁ ଚପାଇ ଦେବାକୁ କମିସନରେଟ୍ ପୁଲିସ ଭରପୂର ଚେଷ୍ଟା କରିଥିଲେ । ଦିନକ ପରେ ସେନାବାହିନୀ ମୁଖ୍ୟ ଏହି ଘଟଣାକୁ ଟୁଇଟ୍ କଲା ପରେ ଯାଇ ଓଡ଼ିଶା ପୁଲିସ ତତ୍ପର ହୋଇଥିଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇ ୫ ଜଣଙ୍କୁ ନିଲମ୍ବିତ କରାଗଲା ।

ଘଟଣାଟି କେବଳ ଓଡ଼ିଶାର ଗଣମାଧ୍ୟମ ନୁହେଁ, ସବୁ ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ ହୋଇଛି । ଏଠି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାରତପୁର ଘଟଣାକୁ ନାରକୀୟ, କଳ୍ପନାତୀତ, ଘୃଣ୍ୟ, ଲଜ୍ଜା କହି ଉଦବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ଏଆଇସିସି ପ୍ରେସମିଟ୍ କରି ବର୍ଷିଛନ୍ତି । ଭୁବନେଶ୍ୱର ଏବଂ ଦିଲ୍ଲୀରେ ଏହି ଘଟଣାକୁ ନେଇ ଥରହର ହେଉଛି । ଭୁବନେଶ୍ୱର ରାଜଭବନ ଆଗରେ ବିଜେଡି ପକ୍ଷରୁ ଆଜି ଧାରଣା ଦିଆଯାଇଛି ।

ଆଉ ଏତିକିବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଯାଇ ଫୁଟବଲ୍ ଖେଳୁଛନ୍ତି । ଶରୀର ସୁସ୍ଥ ରଖିବାକୁ କେନ୍ଦୁଝର ଷ୍ଟାଡିୟମ୍ ରେ ମର୍ଣ୍ଣିଂ ୱାକ୍ କରୁଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଆଚରଣ ଓ ସ୍ୱଭାବରେ ଭରତପୁର ଘଟଣାକୁ ନେଇ ସାମାନ୍ୟ ସମ୍ବେଦନଶୀଳତା ଦେଖିବାକୁ ମିଳୁନାହିଁ । ଏହି ଘଟଣାକୁ ନେଇ ୪/୫ ଦିନ ହେଲା କମ୍ପମାନ ଚାଲିଥିଲେ ମଧ୍ୟ ତାଙ୍କ ମୁହଁରୁ ପ୍ରତିକ୍ରିୟା ଆସିନାହିଁ ।

ଗତକାଲି ସକାଳେ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ଡାକି ପ୍ରତିକ୍ରିୟା ଦେବା ପରେ ଅପରାହ୍ନ ବେଳକୁ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ହାଣ୍ଡଲରୁ ଏକ ଟୁଇଟ୍ ଆସିଥିଲା । ମହିଳା ହିଂସା ବିରୋଧରେ ସରକାର ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯ୍ୟାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସିର ଚିରାଚରିତ ଭାଷା ଲେଖିଛନ୍ତି ।

ଏହି ମାମଲାରେ ଲୋକଙ୍କ ଭାବାବେଗ ବୁଝିବାରେ ମଧ୍ୟ ଟିମ୍ ମୋହନ ବିଫଳ ହୋଇଛନ୍ତି । କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷ ଏମସ୍ ରେ ଚିକିତ୍ସିତ ହେଉଥିବା ଅଙ୍କିତାଙ୍କୁ ଭେଟି ସମବେଦନା ଜଣାଇବା ଖବର ପାଇବା ପରେ ଯାଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଙ୍କିତାଙ୍କୁ ଭେଟିବାକୁ ଏମସ୍ ଯାଇଥିଲେ । ସେଠି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସରକାରର ସେହି ଜିରୋ ଟଲେରାନ୍ସ ନୀତି କଥା ଶୁଣାଇଛନ୍ତି । ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ମାରିବା ଘଟଣା ଏବଂ ଅଙ୍କିତା ପ୍ରଧାନଙ୍କୁ ଭରତପୁର ପୁଲିସର ଯୌନ ନିର୍ଯ୍ୟାତନା ପରେ ଉପ-ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହି ନୀତିବାଣୀ ଶୋଭା ପାଇନି ।

କେବଳ ସେତିକି ନୁହେଁ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି ଘଟଣାରେ ସରକାରଙ୍କ ସମ୍ବେଦନଶୀଳତା ଦେଖାଇବାରେ ସମର୍ଥ ହୋଇନାହାନ୍ତି । ଭରତପୁର ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜସ୍ୱମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ବିଜେଡିର ୨୪ ବର୍ଷ ଶାସନରେ ନ୍ୟାୟିକ ତଦନ୍ତ ରିପୋର୍ଟ କଥା ଉଠାଉଛନ୍ତି ।

ବିଜେପି ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି । ତାହା ହେଉଛି, ପୁଲିସକୁ ସୁରକ୍ଷା ଦେବା ପାଇଁ ଅଙ୍କିତା ପ୍ରଧାନଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ । ବିଜେପି ପ୍ରାୟୋଜିତ କିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଜରିଆରେ ଅଙ୍କିତଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ ହେଉଥିବା ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକ ମହଲରୁ ଅଭିଯୋଗ ଆସିଛି । ଏହା ଯଦି ସତ ହୋଇଥାଏ , ତେବେ ମୋହନ ସରକାରଙ୍କ ପାଇଁ ଏହି ବୁମେରାଂ ହେବ ବୋଲି କୁହାଯାଉଛି ।

ମୋଟାମୋଟି ଭାବେ, ଲୋକଙ୍କ ଭାବାବେଗରେ ନିଜକୁ ବାନ୍ଧି ରଖିବାରେ ମୋହନ ସରକାର ଯେ ସମର୍ଥ ନୁହଁନ୍ତି ତାହା ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଏବଂ ଭରତପୁର ପୁଲିସ ନିର୍ଯ୍ୟାତନା ଘଟଣା ପରେ ସ୍ପଷ୍ଟ ହୋଇଯାଇଛି । ୧୦୦ ଦିନର ମୋହନ ସରକାରଙ୍କ ପାଇଁ ବୈକୁଣ୍ଠ ପ୍ରଧାନ ଓ ଅଙ୍କିତା ପ୍ରଧାନ ଯେ ଆଗକୁ ବିପଦର କାରଣ ହେବେ ତାହା ନିଃସନ୍ଦେହ ।

କାରଣ ପୂର୍ବ ସରକାର କ’ଣ କରୁଥିଲେ ତାହାର ନଜିର ଦେଇ ନୂଆ ସରକାରଙ୍କ ଦୋଷ ଘୋଡ଼େଇବା ଉଦ୍ୟମକୁ କେହି ଗ୍ରହଣ କରିବେ ନାହିଁ । ସେମିତି ହେଲେ ଆମେ ତାହେଲେ ତମକୁ କାହିଁକି ଭୋଟ ଦେଲୁ ବୋଲି ଭୋଟର ପ୍ରଶ୍ନ କରିବେ ।

 

Previous Post

ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

Next Post

‘ସୁଭଦ୍ରା’ଙ୍କ ଚରିତ୍ର ସଂହାର ଉଦ୍ୟମ!

Next Post
‘ସୁଭଦ୍ରା’ଙ୍କ ଚରିତ୍ର ସଂହାର ଉଦ୍ୟମ!

'ସୁଭଦ୍ରା'ଙ୍କ ଚରିତ୍ର ସଂହାର ଉଦ୍ୟମ!

Comments 1

  1. ରୂପକୁମାର ପ୍ରଧାନ says:
    8 months ago

    ଏଭଳି କଦର୍ଯ୍ୟ ଓ ବର୍ବର କାଣ୍ଡ ମନକୁ ବିଚଳିତ କରୁଛି। ଓଡିଶାର ରାଜଧାନୀରେ ଥାନା ଭିତରେ ଥାନାର କର୍ମଚାରୀଙ୍କ ଦ୍ୱାରା ନାରକୀୟ କାଣ୍ଡ ସତରେ କେତେ ଯେ ଘୃଣ୍ୟ, କଳ୍ପନାତୀତ ଓ ଲଜ୍ଜା ….. ସାଧାରଣ ଲୋକ ଭରସା କାହାକୁ କରିବ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA